ମଣପୁରମ ଗୋଲ୍ଡ ଲୁଟ ଘଟଣା ୨ ଅଟକ, ତଦନ୍ତ ପାଇଁ ରାଜ୍ୟ ବାହାରକୁ ଗଲା ୪ ପୋଲିସ ଟିମ

ସମ୍ବଲପୁର : ସମ୍ବଲପୁର ବୁଢ଼ାରଜା ଅଞ୍ଚଳରେ ଥିବା ମଣପୁରମ୍ ଗୋଲ୍ଡ ଫାଇନାନ୍ସରୁ ଲୁଟ୍ ଘଟଣା। ବ୍ରାଞ୍ଚ ମ୍ୟାନେଜର ଓ ସହକାରୀ ବ୍ରାଞ୍ଚ ମ୍ୟାନେଜରଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। କେଉଁ ପରିସ୍ଥିତିରେ ଡକାୟତି ହୋଇଛି ସେନେଇ ଛାନବିନ ଚାଲିଛି। ସହରର ବିଭିନ୍ନ ସିସିଟିଭି ଫୁଟେଜ ଆଧାରରେ ଯାଞ୍ଚ କରାଯାଉଛି। ସମସ୍ତେ ହିନ୍ଦୀରେ କଥା ହେଉଥିବାରୁ ୪ଟି ଟିମକୁ ରାଜ୍ୟ ବାହାରକୁ ପଠାଇଛି ପୋଲିସ। ତଦନ୍ତ ପାଇଁ ପୁଲିସ୍ ୪ ଟି ଟିମ୍ ଗଠନ କରିଛି। ଏହାସହ […]

Samaya Live Picture
Published On

ସମ୍ବଲପୁର : ସମ୍ବଲପୁର ବୁଢ଼ାରଜା ଅଞ୍ଚଳରେ ଥିବା ମଣପୁରମ୍ ଗୋଲ୍ଡ ଫାଇନାନ୍ସରୁ ଲୁଟ୍ ଘଟଣା। ବ୍ରାଞ୍ଚ ମ୍ୟାନେଜର ଓ ସହକାରୀ ବ୍ରାଞ୍ଚ ମ୍ୟାନେଜରଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। କେଉଁ ପରିସ୍ଥିତିରେ ଡକାୟତି ହୋଇଛି ସେନେଇ ଛାନବିନ ଚାଲିଛି। ସହରର ବିଭିନ୍ନ ସିସିଟିଭି ଫୁଟେଜ ଆଧାରରେ ଯାଞ୍ଚ କରାଯାଉଛି। ସମସ୍ତେ ହିନ୍ଦୀରେ କଥା ହେଉଥିବାରୁ ୪ଟି ଟିମକୁ ରାଜ୍ୟ ବାହାରକୁ ପଠାଇଛି ପୋଲିସ। ତଦନ୍ତ ପାଇଁ ପୁଲିସ୍ ୪ ଟି ଟିମ୍ ଗଠନ କରିଛି। ଏହାସହ ବାହାର ଜିଲ୍ଲାକୁ ଯାଇ ମଧ୍ୟ ତଦନ୍ତ କରାଯାଉଛି।

ସୂଚନାନୁସାରେ,ଗତକାଲି ସକାଳ ୧୦ଟା ବେଳକୁ ଅଫିସ୍ ଖୋଲିବା ସମୟରେ ମଣପୁରମ୍ ଶାଖାରେ ପଶି ଲୁଟ୍ କରିଥିଲେ ୧୦ ଦୁର୍ବୁତ୍ତ। କାର୍ଯ୍ୟାଳୟ ଖୋଲିବା ସମୟରେ ୧୦ ଜଣ ମୁଖାପିନ୍ଧା ଲୁଟେରା ପଶି କର୍ମଚାରୀଙ୍କୁ ବାନ୍ଧି ନିସ୍ତୁକ ମାଡ଼ମାରି ପାଖାପାଖି ୩୦ କେଜି ସୁନା ଓ ୪.୮୧ ଲକ୍ଷ ନଗଦ ଟଙ୍କା ଲୁଟ୍‌ କରି ଫେରାର ହୋଇଯାଇଥିଲେ। ସବୁଠାରୁ ବଡ଼ କଥା ହେଲା ଏତେ ବଡ଼ ଡକାୟତି ସତ୍ତ୍ବେ ବ୍ୟାଙ୍କର ସାଇରନ ବାଜି ନଥିଲା। ଏହି ଘଟଣାର ଜିଲାର ବିଭିନ୍ନ ପ୍ରବେଶପଥଗୁଡିକୁ ସିଲ୍‌ କରି ପୁଲିସ ସିସିଟିଭି ଆଧାରରେ ତଦନ୍ତ ଚଳାଇଛି ।

Tags: