ଆଇପିଏଲ ବେଟିଂ ଉପରେ ଚଢ଼ାଉ ୪ ଗିରଫ
ସୁନ୍ଦରଗଡ଼ : ଆରମ୍ଭ ହୋଇଯାଇଛି ଦେଶର ସବୁଠାରୁ ଲୋକ ପ୍ରିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ । ଏହାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ବେଟିଂ । ଗୋଟିଏ ଗୋଟିଏ ବଲ ଉପରେ ଲାଗୁଛି ଲକ୍ଷ ଲକ୍ଷ ଟଙ୍କାର ବେଟିଂ । କିଏ ମାରିବ କେଉଁ ବଲରେ ଛକା ଆଉ କିଏ କେଉଁ ବଳରେ ମାରିବ ଚୌକା ଏବଂ କେଉଁବଲରେ କେତେ ରନ ହେବ, କିଏ କାହାକୁ ଆଉଟ କରିବ, କେଉଁ ଓଭରରେ କେତେ ରନ ଯିବ ଓ […]
ସୁନ୍ଦରଗଡ଼ : ଆରମ୍ଭ ହୋଇଯାଇଛି ଦେଶର ସବୁଠାରୁ ଲୋକ ପ୍ରିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ । ଏହାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ବେଟିଂ । ଗୋଟିଏ ଗୋଟିଏ ବଲ ଉପରେ ଲାଗୁଛି ଲକ୍ଷ ଲକ୍ଷ ଟଙ୍କାର ବେଟିଂ । କିଏ ମାରିବ କେଉଁ ବଲରେ ଛକା ଆଉ କିଏ କେଉଁ ବଳରେ ମାରିବ ଚୌକା ଏବଂ କେଉଁବଲରେ କେତେ ରନ ହେବ, କିଏ କାହାକୁ ଆଉଟ କରିବ, କେଉଁ ଓଭରରେ କେତେ ରନ ଯିବ ଓ କେତେ ଉଇକେଟ ପଡିବ ସେନେଇ ଚାଲିଛି ବେଟିଂ । ଗୋଟିଏ ଲେଖାଏଁ ମ୍ୟାଚରେ ଲାଗୁଛି କୋଟି କୋଟି ଟଙ୍କାର ବେଟିଂ । ତେବେ ସୁନ୍ଦରଗଡରେ ଆଇପିଏଲ ବେଟିଂ ଚାଲିଥିବା ବେଳେ ରାକେଟ ଉପରେ ପୋଲିସ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିଛି ।
ସୁନ୍ଦରଗଡ଼ ଟାଉନଥାନା ପୁଲିସ ମହାଦେବପଡ଼ାରେ ସୋମବାର ରାତିରେ ଆଇପିଏଲ ବେଟିଂ (ସଟ୍ଟା) ଆଡ୍ଡାରେ ବଡ଼ ଧରଣର ଚଢ଼ାଉ କରିଛି। ଆଡ୍ଡାରୁ ୪ ଜଣ ସଟ୍ଟା ଖେଳାଳିଙ୍କୁ ଗିରଫ କରି ସେମାନଙ୍କ ଠାରୁ ନଗଦ ୫ ଲକ୍ଷ ୧୭ ହଜାର ୨ ଶହ ଟଙ୍କା, ଗୋଟିଏ ଲେନଭୋ ଲାପଟପ, ୬ଟି ସ୍ମାର୍ଟ ମୋବାଇଲ ଫୋନ୍, ୩ଟି ବାଇକ୍ ବିଭିନ୍ନ ବ୍ୟାଙ୍କର ଡେବିଟ୍ ଓ କ୍ରେଡିଟ କାର୍ଡ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଟାଉନଥାନା ଭିତିରିଆପଡ଼ାର ମିଥୁନ ସାହୁ (୩୩), ସଂଜୟ ସାହୁ (୪୦), ସଂଜୟ କୁମାର ସାହୁ (୪୦), ଖମାରୀପଡ଼ାର ସୁବୋଧ ଚୌଧୁରୀ (୪୬) । ସମସ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି।




