ପୂର୍ବତନ ସରପଞ୍ଚ ଙ୍କୁ ହତ୍ୟା
କୋରାପୁଟ : ବିଲ ଭିତରରୁ ପୂର୍ବତନ ସରପଂଚଙ୍କ କ୍ଷତାକ୍ତ ମୃତ ଦେହ ଉଦ୍ଧାର I ଗତକାଲି ବିଳମ୍ବିତ ରାତିରେ ତାଙ୍କୁ କେହି ହତ୍ୟା କରି ବିଲ ଭିତରେ ପୋତି ଦେଇଥିବା ଅଭିଯୋଗ ହୋଇଛି I ସରପଞ୍ଚଙ୍କ ନାଁ ଶିଙ୍ଗୁରୁ ତାଡ଼ିଙ୍ଗି I ସେ କୋରାପୁଟ ଜିଲା ମାଓବାଦୀ ଅଧ୍ୟୁଷିତ ନାରାୟଣପାଟଣା ଥାନା ଅଧିନସ୍ଥ ତଳ ଗୁମାଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ଥିଲେ I ପୂର୍ବ ଶତ୍ରୁତାରୁ ଏପରି କାଣ୍ଡ ଘଟିଥିବା କୁହାଯାଉଛି। ସୂଚନାନୁସାରେ,ଶିଙ୍ଗୁରୁ ଗତକାଲି ବିଲକୁ ହଳ […]
କୋରାପୁଟ : ବିଲ ଭିତରରୁ ପୂର୍ବତନ ସରପଂଚଙ୍କ କ୍ଷତାକ୍ତ ମୃତ ଦେହ ଉଦ୍ଧାର I ଗତକାଲି ବିଳମ୍ବିତ ରାତିରେ ତାଙ୍କୁ କେହି ହତ୍ୟା କରି ବିଲ ଭିତରେ ପୋତି ଦେଇଥିବା ଅଭିଯୋଗ ହୋଇଛି I ସରପଞ୍ଚଙ୍କ ନାଁ ଶିଙ୍ଗୁରୁ ତାଡ଼ିଙ୍ଗି I ସେ କୋରାପୁଟ ଜିଲା ମାଓବାଦୀ ଅଧ୍ୟୁଷିତ ନାରାୟଣପାଟଣା ଥାନା ଅଧିନସ୍ଥ ତଳ ଗୁମାଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ଥିଲେ I ପୂର୍ବ ଶତ୍ରୁତାରୁ ଏପରି କାଣ୍ଡ ଘଟିଥିବା କୁହାଯାଉଛି।
ସୂଚନାନୁସାରେ,ଶିଙ୍ଗୁରୁ ଗତକାଲି ବିଲକୁ ହଳ ନେଇ ଯାଇଥିଲେ I କିନ୍ତୁ ସନ୍ଧ୍ୟା ସୁଦ୍ଧା ସେ ଆଉ ଘରକୁ ଫେରି ନଥିଲେ ଇପରିବାର ଲୋକେ ବହୁ ଖୋଜ ଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇନଥିଲେ I କିନ୍ତୁ ଆଜି ସକାଳେ ବିଲ ଭିତରେ ଥିବା ଏକ ଗତ ମଧ୍ୟରୁ ତାଙ୍କର କ୍ଷତବିକ୍ଷତ ମୃତଦେହ ଉଦ୍ଧର କରାଯାଇଛି I ପାରିପାର୍ଶ୍ଵିକ ଅବସ୍ଥାରୁ ତାଙ୍କୁ କେହି ହତ୍ୟା କରି ଗତ ଭିତରେ ଫୋପାଡ଼ି ଦେଇଥିବା କୁହାଯାଉଛି I ଏନେଇ ଥାନାରେ ଅଭିଯୋଗ ପରେ ଲକ୍ଷ୍ମୀପୁର ଏସଡିପିଓ, ନାରାୟଣପାଟଣା ପୋଲିସ ଓ ଡଗ୍ ସ୍କ୍ୱାଡ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରଛନ୍ତି । ତେବେ ତାଙ୍କୁ କିଏ କାହିଁକି ହତ୍ୟା କରିଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।




