ସୀମାନ୍ତରେ ପୂର୍ବତନ ସରପଞ୍ଚଙ୍କୁ ମାଓବାଦୀଙ୍କ ହତ୍ୟା

ମାଲକାନଗିରି : ସୀମାନ୍ତରେ ମାଓବାଦୀଙ୍କ ବର୍ବର କାଣ୍ଡ I ପୂର୍ବତନ ସରପଞ୍ଚ ଥିବା କଂଗ୍ରେସ ନେତାଙ୍କୁ ହତ୍ୟା କରି ନିଜର ସ୍ଥିତି ଜାହିର କରିଛନ୍ତି ମାଓବାଦୀ I ଘରେ ଶୋଇଥିବାବେଳେ କଂଗ୍ରେସ ନେତା ଜଗା ପୋଡିୟମଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି I ନକ୍ସଲମାନେ ଛତିଶଗଡ଼ ରାଜ୍ୟ ଦାନ୍ତେୱାଡା ଜିଲ୍ଲାର ଆରାନପୁର ପୁଲିସ ଷ୍ଟେସନ ଅନ୍ତର୍ଗତ ପୋଟାଲି ଗାଁର ପୋଟାଲି CAF କ୍ୟାମ୍ପଠାରୁ ମାତ୍ର ୫୦୦ ମିଟର ଦୂରରେ ଏହି ବର୍ବର କାଣ୍ଡ ଭିଆଇଛନ୍ତି I […]

Samaya Live Picture
Published On

ମାଲକାନଗିରି : ସୀମାନ୍ତରେ ମାଓବାଦୀଙ୍କ ବର୍ବର କାଣ୍ଡ I ପୂର୍ବତନ ସରପଞ୍ଚ ଥିବା କଂଗ୍ରେସ ନେତାଙ୍କୁ ହତ୍ୟା କରି ନିଜର ସ୍ଥିତି ଜାହିର କରିଛନ୍ତି ମାଓବାଦୀ I ଘରେ ଶୋଇଥିବାବେଳେ କଂଗ୍ରେସ ନେତା ଜଗା ପୋଡିୟମଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି I ନକ୍ସଲମାନେ ଛତିଶଗଡ଼ ରାଜ୍ୟ ଦାନ୍ତେୱାଡା ଜିଲ୍ଲାର ଆରାନପୁର ପୁଲିସ ଷ୍ଟେସନ ଅନ୍ତର୍ଗତ ପୋଟାଲି ଗାଁର ପୋଟାଲି CAF କ୍ୟାମ୍ପଠାରୁ ମାତ୍ର ୫୦୦ ମିଟର ଦୂରରେ ଏହି ବର୍ବର କାଣ୍ଡ ଭିଆଇଛନ୍ତି I ଏଥିରେ ପ୍ରାୟ ୨୦ ରୁ ୩୦ ଜଣ ସଶସ୍ତ୍ର ମାଓବାଦୀ ସାମିଲ ଥିଲେ ବୋଲି ଗ୍ରାମବାସୀ କହିଛନ୍ତି I

ଜଗା ପୋଡିୟମ ଭୋଟ ପାଇଁ ଲୋକମାନଙ୍କୁ ଉତ୍ସାହିତ କରୁଥିବାରୁ ମାଓବାଦୀ ମାନେ ହତ୍ୟା କରିଥିବା ଜଣ ପଡିଛି I ଏଥିପାଇଁ ମାଓବାଦୀମାନେ ଜଗା ପରିବାରକୁ ଅନେକ ଚେତାବନୀ ଦେଇସାରିଥିଲେ। ଗତ ବିଧାନସଭା ନିର୍ବାଚନ ସମୟରୁ ନକ୍ସଲମାନେ ସେମାନଙ୍କୁ ହତ୍ୟା କରିବେ ବୋଲି ଚେତାବନୀ ଦେଇଥିଲେ । ୧୦ ବର୍ଷ ପୂର୍ବରୁ ମାଓବାଦୀ ମାନେ ଜଗାଙ୍କୁ ପୁଅକୁ ମଧ୍ୟ ହତ୍ୟା କରିଥିଲେ Iଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେଇଛି । ଅପର ପକ୍ଷରେ ପୋଲିସ ପକ୍ଷରୁ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

Tags: