ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍
ବ୍ରହ୍ମପୁର : ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍ ଦଣ୍ଡ । ୨୫ ବର୍ଷ ପରେ ରିଜର୍ଭ ପୋଲିସ ଇନିସ୍ପେକଟର ବିନୟ ମେହେର ହତ୍ୟାକାଣ୍ଡର ବାହାରିଲା ଚୂଡାନ୍ତ ରାୟ I ୧୯୯୮ ରେ ଗଞ୍ଜାମ ଜିଲ୍ଲା ଛତ୍ରପୁରର ପୋଲିସ ଇନ୍ସ୍ପେକଟର ବିନୟ ମେହେରଙ୍କୁ ହତ୍ୟା କରାଯାଇଥିଲା I ଏହି ହତ୍ୟା କାଣ୍ଡରେ ସମ୍ପୃକ୍ତ ଥିବା ସିପିଆଇ ନେତା ତଥା ପୂର୍ବତନ ଛତ୍ରପୁର ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍ ଦଣ୍ଡ ଶୁଣାଇଛନ୍ତି ଏଡିଜେ-୩ କୋର୍ଟ । […]
ବ୍ରହ୍ମପୁର : ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍ ଦଣ୍ଡ । ୨୫ ବର୍ଷ ପରେ ରିଜର୍ଭ ପୋଲିସ ଇନିସ୍ପେକଟର ବିନୟ ମେହେର ହତ୍ୟାକାଣ୍ଡର ବାହାରିଲା ଚୂଡାନ୍ତ ରାୟ I ୧୯୯୮ ରେ ଗଞ୍ଜାମ ଜିଲ୍ଲା ଛତ୍ରପୁରର ପୋଲିସ ଇନ୍ସ୍ପେକଟର ବିନୟ ମେହେରଙ୍କୁ ହତ୍ୟା କରାଯାଇଥିଲା I ଏହି ହତ୍ୟା କାଣ୍ଡରେ ସମ୍ପୃକ୍ତ ଥିବା ସିପିଆଇ ନେତା ତଥା ପୂର୍ବତନ ଛତ୍ରପୁର ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍ ଦଣ୍ଡ ଶୁଣାଇଛନ୍ତି ଏଡିଜେ-୩ କୋର୍ଟ । କେବଳ ନାରାୟଣ ନୁହଁନ୍ତି, ତାଙ୍କ ସହ ମୋଟ ୧୩ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଛି ।
ସୂଚନାନୁସାରେ, ୨୫ ବର୍ଷ ତଳେ ୧୯୯୮ ମସିହା ମଇ ମାସ ୧୮ ତାରିଖରେ ଟାଟା କମ୍ପାନୀ ପାଇଁ ଜମି ଅଧିଗ୍ରହଣ ପାଇଁ ସିନ୍ଧି ଗାଁରେ ଏକ ବୈଠକ ବସିଥିବା ବେଳେ ଗଣ୍ଡଗୋଳ ହୋଇଥିଲା । ସେହି ସମୟରେ ‘ଗଣସଂଗ୍ରାମ ସମିତି ‘ନାମକ ଏକ ସଂଗଠନ ଏହି ଜମି ଅଧି ଗ୍ରହଣକୁ ବିରୋଧ କରୁଥିଲା I ଏହି ସଂଗଠନର ମୁଖିଆ ଥିଲେ ସେ ସମୟର ବିଧାୟକ ନାରାୟଣ ରେଡ୍ଡୀ I ତେବେ ବୈଠକରେ ଗଣ୍ଡଗୋଳ ଓ ମାରପିଟ୍ରେ ଆର୍ଆଇ ବିନୋଦ ମେହେରଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ନାରାୟଣ ରେଡ୍ଡୀଙ୍କ ସହ ୨୨ ଜଣଙ୍କ ନାଁରେ ମାମଲା ହୋଇଥିଲା । ଆଉ ଏତେ ବର୍ଷ ପରେ ଦୋଷୀଙ୍କୁ ଦଣ୍ଡବିଧାନ କରିଛନ୍ତି କୋର୍ଟ । ତେବେ ୨୫ ବର୍ଷର ଦୀର୍ଘକାଳୀନ ମାମଲାରେ ଏଯାବତ ୮ ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।
ଦଣ୍ଡାଦେଶ ପରେ ଗଣମାଧ୍ୟମ ସାମ୍ନାରେ ନାରାୟଣ ରେଡ୍ଡୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏହା ସରକାରଙ୍କ ଦ୍ୱାରା ପ୍ରଭାବିତ ରାୟ କହିଛନ୍ତି ନାରାୟଣ । ‘ସାଧାରଣ ଲୋକ, ଚାଷୀଙ୍କୁ ନ୍ୟାୟ ନାହିଁ, ଆମେ ମର୍ମାହତ’ । ରାୟ ବିରୋଧରେ ଉପର କୋର୍ଟକୁ ଯିବୁ ବୋଲି ସେ କହିଛନ୍ତି ।




