ଲାଞ୍ଚ ନେଇ ପୂର୍ବତନ ହରଭଙ୍ଗା ଥାନା ଆଇଆଇସି ନିଲମ୍ବିତ
ବୌଦ୍ଧ : ଲାଞ୍ଚ ନେବା ଅଭିଯୋଗରେ ହରଭଙ୍ଗା ଥାନାର ପୂର୍ବତନ ଆଇଆଇସି ନିଲମ୍ବିତ । ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନାର ପୂର୍ବତନ ଆଇଆଇସି ପୁଷ୍ପଲତା ରାଉତରାୟଙ୍କୁ ନିଲମ୍ବନ କଲେ ପୋଲିସ୍ ଡିଜି । ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ ଟିମ୍ । ଜୁଲାଇ ୨୨ ତାରିଖରେ ଗିରଫ ହୋଇଥିଲେ ପୁଷ୍ପଲତା । ଏହି ନିଲମ୍ବନ ଆଦେଶ ଜୁଲାଇ ୨୨ ତାରିଖରୁ ପିଛିଲା ଭାବେ କାର୍ଯ୍ୟକାରୀ ହେବ। ସୂଚନାନୁସାରେ,ଗତ ଜୁଲାଇ ୨୦ରେ ଏକ ଲକ୍ଷ […]
ବୌଦ୍ଧ : ଲାଞ୍ଚ ନେବା ଅଭିଯୋଗରେ ହରଭଙ୍ଗା ଥାନାର ପୂର୍ବତନ ଆଇଆଇସି ନିଲମ୍ବିତ । ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନାର ପୂର୍ବତନ ଆଇଆଇସି ପୁଷ୍ପଲତା ରାଉତରାୟଙ୍କୁ ନିଲମ୍ବନ କଲେ ପୋଲିସ୍ ଡିଜି । ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ ଟିମ୍ । ଜୁଲାଇ ୨୨ ତାରିଖରେ ଗିରଫ ହୋଇଥିଲେ ପୁଷ୍ପଲତା । ଏହି ନିଲମ୍ବନ ଆଦେଶ ଜୁଲାଇ ୨୨ ତାରିଖରୁ ପିଛିଲା ଭାବେ କାର୍ଯ୍ୟକାରୀ ହେବ।
ସୂଚନାନୁସାରେ,ଗତ ଜୁଲାଇ ୨୦ରେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡିଥିଲେ ଆଇଆଇସି । ବାଲି ବୋଝେଇ ଟ୍ରକ ଛାଡ଼ିବାକୁ ଗାଡ଼ି ମାଲିକଙ୍କ ଠାରୁ ଲାଞ୍ଚ ନେଉଥିଲେ। ବାଲି ଘାଟ ଠିକାଦାର ଫୁଲବାଣୀର ଶରତ ବେହେରାଙ୍କର ସିଜ ହୋଇଥିବା ହାଇୱା ଛାଡିବା ସହ ବାଲିଘାଟରେ ବାଲି ଉଠାଣ ନିୟମ କହୋଳ ପାଇଁ ଆଇଆଇସି ପୁଷ୍ପଲତା ରାଉତରାୟ ଲାଞ୍ଚ ମାଗିଥିଲେ। ସିଜ ହୋଇଥିବା ଗାଡିକୁ ଛାଡିବା ସହ ବାଲି ଘାଟରୁ ବାଲି ଉଠାଣ ନିୟମ କହୋଳ ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଶରତ ବେହେରା ଭିଜିଲାନ୍ସକୁ ଜଣାଇଥିଲେ।
ଅଭିଯୋଗକାରୀ ଗତ ଜୁଲାଇ ୨୧ ତାରିଖରେ ପୁଷ୍ପଲତା ରାଉତରାୟଙ୍କୁ ୮୦ ହଜାର ଟଙ୍କା ଦେଇଥିଲେ। କିନ୍ତୁ ପୁଷ୍ପଲତା ଟଙ୍କା ନେବାକୁ ମନା କରି ଦେଇଥିଲେ। ସେ ପୂରା ଲକ୍ଷେ ଟଙ୍କା ନେବେ ବୋଲି କହିଥିଲେ। ତେଣୁ ଭିଜିଲାନ୍ସ ବିଭାଗ ଯୋଜନା ମୁତାବକ ଶରତ ଏକ ଲଫପା ଭିତରେ ରାସାୟନିକ ମିଶ୍ରିତ ୧ ଲକ୍ଷ ଟଙ୍କା ନେଇ ହରଭଙ୍ଗା ଥାନାରେ IICଙ୍କୁ ଦେଇଥିଲେ । ଏହି ସମୟରେ ପୂର୍ବ ଯୋଜନା ଅନୁସାରେ ଛପି ରହିଥିବା ଭିଜିଲାନ୍ସ ପୋଲିସ ତାଙ୍କୁ ମାଡିବସିଥିଲେ । ତାଙ୍କୁ ଗିରଫ କରି ଫୁଲବାଣୀ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ପଚରା ଉଚରା କରିଥିଲା । ନିଲମ୍ବନ ସମୟରେ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି କାର୍ଯ୍ୟାଳୟରେ ରହିବେ ଆଇଆଇସି I




