ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ ଜେଲ

ନୂଆଦିଲ୍ଲୀ : ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । ଦଣ୍ଡାଦେଶ ଶୁଣାଇଛନ୍ତି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ । ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ଏଭଳି ଦଣ୍ଡାଦେଶ ହୋଇଛି Iଫେବୃଆରୀ ୧୨ ତାରଖରେ ସଜ୍ଜନ ଦୋଷୀ ସାବ୍ୟସ୍ତ ହୋଇଥିଲେ । ୧୯୮୪ ନଭେମ୍ବର ୧ରେ ୨ ଶିଖଙ୍କ ହତ୍ୟା ମାମଲାରେ ରାୟ ପ୍ରକାଶ ପାଇଛି। ୨୦୧୮ରେ ସଜ୍ଜନଙ୍କୁ ଆଜୀବନ ଜେଲଦଣ୍ଡ ଶୁଣାଇଥିଲେ କୋର୍ଟ। ହେଲେ କୋର୍ଟଙ୍କ ରାୟ ବିରୋଧରେ ଅପିଲ […]

ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ ଜେଲ
Samaya Live Picture
Published On

ନୂଆଦିଲ୍ଲୀ : ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । ଦଣ୍ଡାଦେଶ ଶୁଣାଇଛନ୍ତି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ । ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ଏଭଳି ଦଣ୍ଡାଦେଶ ହୋଇଛି Iଫେବୃଆରୀ ୧୨ ତାରଖରେ ସଜ୍ଜନ ଦୋଷୀ ସାବ୍ୟସ୍ତ ହୋଇଥିଲେ । ୧୯୮୪ ନଭେମ୍ବର ୧ରେ ୨ ଶିଖଙ୍କ ହତ୍ୟା ମାମଲାରେ ରାୟ ପ୍ରକାଶ ପାଇଛି। ୨୦୧୮ରେ ସଜ୍ଜନଙ୍କୁ ଆଜୀବନ ଜେଲଦଣ୍ଡ ଶୁଣାଇଥିଲେ କୋର୍ଟ। ହେଲେ କୋର୍ଟଙ୍କ ରାୟ ବିରୋଧରେ ଅପିଲ କରିଥିଲେ ସଜ୍ଜନ କୁମାର।

୧୯୮୪ ନଭେମ୍ବର ୧ ତାରିଖରେ ଦିଲ୍ଲୀର ସରସ୍ବତୀ ବିହାରରେ ହୋଇଥିବା ଶିଖ୍ ବିରୋଧୀ ହିଂସା ମାମଲାରେ ସଜ୍ଜନଙ୍କୁ ଆଜୀବନ ଜେଲ ହୋଇଛି । ଏହି ଦଙ୍ଗାରେ ସର୍ଦ୍ଦାର ଜସବନ୍ତ ସିଂହ ଏବଂ ତାଙ୍କ ପୁଅ ତରୁଣଦୀପ ସିଂହଙ୍କ ହତ୍ୟା ମାମଲାରେ ସଜ୍ଜନଙ୍କୁ ଜେଲ ଦଣ୍ଡାଦେଶ ହୋଇଛି । ଅପରାହ୍ନ ପ୍ରାୟ ୪ଟାରୁ ୪ଟା ୩୦ ମଧ୍ୟରେ,ଦଙ୍ଗାକାରୀଙ୍କ ଏକ ଦଳ ଲୁହାରଡ୍ ଏବଂ ବାଡ଼ି ସାହାଯ୍ୟରେ ପୀଡିତଙ୍କ ଘର ଉପରେ ଆକ୍ରମଣ କରିଥିଲେ ।

ଏହି ଦଙ୍ଗାର ନେତୃତ୍ୱ ନେଇଥିଲେ ତତ୍କାଳୀନ କଂଗ୍ରେସ ସାଂସଦ ସଜ୍ଜନ କୁମାର, ଯିଏ ସେତେବେଳେ ବାହାରୀ ଦିଲ୍ଲୀ ଲୋକସଭା ଆସନରେ ସାଂସଦ ରହିଥିଲେ । ସେ ଦଂଗାକାରୀଙ୍କୁ ଉସୁକାଇଥିଲେ Iଏହି ସମୟରେ ଶିଖ ମାନଙ୍କୁ ଘର ଭିତରେ ଜୀବନ୍ତ ଜାଳି ଦିଆଯାଇଥିଲା । କେବଳ ଏତିକି ନୁହେଁ, ଉତ୍ତ୍ୟକ୍ତ ଲୋକେ ଘର ଭଙ୍ଗାରୁଜା, ଲୁଟପାଟ ଏବଂ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ ୪୧ ବର୍ଷ ପରେ ପୀଡିତ ପରିବାରକୁ ନ୍ୟାୟ ମିଳିଛି । ରାଉସ ଆଭେନ୍ୟୁ କୋର୍ଟର ଜଷ୍ଟିସ କାବେରୀ ବାବେଜା ସଜା ଶୁଣାଇଛନ୍ତି । ତେବେ ଦଣ୍ଡାଦେଶ ପୂର୍ବରୁ ସଜ୍ଜନ କୁମାର ଦଣ୍ଡ କୋହଳ କରିବା ପାଇଁ ଅପିଲ୍ କରିଥିଲେ । ସେ ଦଲିଲରେ କହିଥିଲେ ଏହି ମାମଲାରେ ମୋତେ ଫାଶୀ ଦଣ୍ଡାଦେଶ ଶୁଣାଇବାର କୌଣସି ଆଧାର ନାହିଁ ।

ସେ ଆହୁରି କହିଥିଲେ, ମୁଁ ୮୦ ବର୍ଷର ହୋଇଛି । ବଢୁଥିବା ବୟସ ସହିତ ଅନେକ ରୋଗ ସମସ୍ୟା ମଧ୍ୟ ରହିଛି । ୨୦୧୮ରୁ ଜେଲରେ ବନ୍ଦ ରହିଛି । ସେବେଠାରୁ ମୋତେ କୌଣସି ପାରୋଲ ମିଳିନାହିଁ ।

Tags: