ଦିଲ୍ଲୀରୁ ବନ୍ଧା ହେଲେ ଫେରାର ଥିବା ପୂର୍ବତନ ବିଡିଓ

ଭୁବନେଶ୍ୱର : ଦୁର୍ନୀତି ଅଭିଯୋଗରେ ବନ୍ଧା ହେଲେ ୮ ବର୍ଷ ଧରି ଫେରାର ଥିବା ପୂର୍ବତନ ବିଡ଼ିଓ I ତାଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି I ତାଙ୍କ ନାଁ ନାରାୟଣ ଚନ୍ଦ୍ର ସାହୁ I ସେ କୋରାପୁଟ ନାରାୟଣପଟଣାର ପୂର୍ବତନ ବିଡିଓ ଥିଲେ I ତାଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ବିଭାଗ ୭ଟି ମାମଲା ରୁଜୁ କରିଛି। ତାଙ୍କୁ ଦିଲ୍ଲୀରୁ ଗିରଫ କରି ଓଡ଼ିଶା ଆଣୁଛି ଭିଜିଲାନ୍ସ ଟିମ୍‌। ରମେଶଚନ୍ଦ୍ରଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିବା […]

Samaya Live Picture
Published On

ଭୁବନେଶ୍ୱର : ଦୁର୍ନୀତି ଅଭିଯୋଗରେ ବନ୍ଧା ହେଲେ ୮ ବର୍ଷ ଧରି ଫେରାର ଥିବା ପୂର୍ବତନ ବିଡ଼ିଓ I ତାଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି I ତାଙ୍କ ନାଁ ନାରାୟଣ ଚନ୍ଦ୍ର ସାହୁ I ସେ କୋରାପୁଟ ନାରାୟଣପଟଣାର ପୂର୍ବତନ ବିଡିଓ ଥିଲେ I ତାଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ବିଭାଗ ୭ଟି ମାମଲା ରୁଜୁ କରିଛି। ତାଙ୍କୁ ଦିଲ୍ଲୀରୁ ଗିରଫ କରି ଓଡ଼ିଶା ଆଣୁଛି ଭିଜିଲାନ୍ସ ଟିମ୍‌।

ରମେଶଚନ୍ଦ୍ରଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିବା ପରେ ସେ ୨୦୧୫ ଠାରୁ ଫେରାର ହୋଇ ଯାଇ ଦିଲ୍ଲୀରେ ଆତ୍ମ ଗୋପନ କରିଥିଲେ I ସେବେଠାରୁ ଭିଜିଲାନ୍ସ ତାଙ୍କୁ ଖୋଜୁଥିବାବେଳେ ଦୀର୍ଘ ୮ ବର୍ଷ ପରେ ଆଜି ଓଡିଶା ଭିଜିଲାନ୍ସ ଦିଲ୍ଲୀରୁ ଗିରଫ କରିଛି। ତାଙ୍କୁ ସେଠାରେ କୋର୍ଟରେ ହାଜରପରେ ଟ୍ରାଞ୍ଜିଣ୍ଟ ରିମାଣ୍ଡରେ ଭୁବନେଶ୍ବର ଅଣାଯିବ I

Tags: