ଫରେଷ୍ଟରଙ୍କ ଆତ୍ମହତ୍ୟା : ବନଖଣ୍ଡ ଅଧିକାରୀ ନାଁରେ ଅଭିଯୋଗ

କଳାହାଣ୍ଡି: ଭଡ଼ାଘରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ରାୟଗଡ଼ା ବନଖଣ୍ଡ ଅଧିକାରୀ ନାଁରେ ଆସିଲା ଅଭିଯୋଗ। ମୃତ ଫରେଷ୍ଟର ହେଉଛନ୍ତି ସଞ୍ଜୟ ନାୟକ । ସେ ଫରେଷ୍ଟ ରିସର୍ଚ୍ଚ ୱାଇଙ୍ଗ ଜାରିଙ୍ଗ ଦାୟିତ୍ୱରେ ଥିଲେ । ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି । ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇ ନଥିବାବେଳେ ମୃତକଙ୍କ ଭାଇ ରବିନାରାୟଣ ରାୟଗଡ଼ା ବନଖଣ୍ଡ ଅଧିକାରୀ ଦେବେନ୍ଦ୍ର ବେହେରାଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଛନ୍ତି । ବନଖଣ୍ଡ […]

Samaya Live Picture
Published On

କଳାହାଣ୍ଡି: ଭଡ଼ାଘରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ରାୟଗଡ଼ା ବନଖଣ୍ଡ ଅଧିକାରୀ ନାଁରେ ଆସିଲା ଅଭିଯୋଗ। ମୃତ ଫରେଷ୍ଟର ହେଉଛନ୍ତି ସଞ୍ଜୟ ନାୟକ । ସେ ଫରେଷ୍ଟ ରିସର୍ଚ୍ଚ ୱାଇଙ୍ଗ ଜାରିଙ୍ଗ ଦାୟିତ୍ୱରେ ଥିଲେ । ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି । ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇ ନଥିବାବେଳେ ମୃତକଙ୍କ ଭାଇ ରବିନାରାୟଣ ରାୟଗଡ଼ା ବନଖଣ୍ଡ ଅଧିକାରୀ ଦେବେନ୍ଦ୍ର ବେହେରାଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଛନ୍ତି । ବନଖଣ୍ଡ ଅଧିକାରୀ ଦେବେନ୍ଦ୍ର ବେହେରା ସଞ୍ଜୟଙ୍କୁ ମାନସିକ ନିର୍ଯାତନା ଦେଉଥିବା ନେଇ ଟାଉନ ଥାନାରେ ଏତଲା ଦେଇଛନ୍ତି ସଞ୍ଜୟଙ୍କ ଭାଇ ରବିନାରାୟଣ ।

ରବିନାରାୟଣଙ୍କ ଅଭିଯୋଗ ଅନୁସାରେ,ଦେବେନ୍ଦ୍ର ବେହେରା ସଞ୍ଜୟଙ୍କୁ ମାନସିକ ନିର୍ଯ୍ୟାତନା ଦେବା ସହ ସବୁବେଳେ ପିସି ମାଗୁଥିଲେ । ନଚେତ ନିଲମ୍ବିତ କିମ୍ବା ବହିଷ୍କାର କରିବାକୁ ଧମକ ଦେଉଥିଲେ। ସଞ୍ଜୟଙ୍କ ମୃତଦେହ ନିକଟରୁ ମିଳିଥିବା ସୁଇସାଇଡ୍ ନୋଟରେ ଏହା ଦର୍ଶାଯାଇଛି ବୋଲି ରବିନାରାୟଣ ଏତଲାରେ ଉଲ୍ଲେଖ କରିଛନ୍ତି। ତେଣୁ ସଞ୍ଜୟଙ୍କ ଆତ୍ମହତ୍ୟା ପାଇଁ ବନଖଣ୍ଡ ଅଧିକାରୀ ଦାୟୀ ବୋଲି ସେ ଅଭିଯୋଗ ଆଣିଛନ୍ତି ।

ସୂଚନାନୁସାରେ,ଫରେଷ୍ଟର ସଞ୍ଜୟ ନାୟକଙ୍କ ନିଜ ଘର ରାୟଗଡା ହେଇଥିବା ବେଳେ ସେ ଭବାନୀପାଟଣା ଭଡା ଘରେ ରହୁଥିଲେ । ତେବେ ବୁଧବାର ଦିନ ବେଳେ ତାଙ୍କୁ ନିଜ ଭଡା ଘରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ବେକରେ ରଶି ଲାଗିଥିବା ବେଳେ ତାଙ୍କ ପାଦ ଚଟାଣରେ ଲାଗିଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ଭବାନୀପାଟଣା ଟାଉନ ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି। ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାକୁ ନେଇ ପୋଲିସ ତଦନ୍ତ ଚଳାଇଛି ।

Tags: