ପର୍ଯ୍ୟଟନ ସ୍ଥଳରେ ବିଦେଶୀ ଯୁବତୀଙ୍କୁ ଗଣ ଦୁଷ୍କର୍ମ,ଓଡ଼ିଆ ଯୁବକଙ୍କୁ ହତ୍ୟା

କୋପ୍ପାଲ : କର୍ଣ୍ଣାଟକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ହାଃମ୍ପିରୁ ସାମ୍ନାକୁ ଆସିଛି ଏକ ଲଜ୍ଜାକର ଘଟଣା । ମହିଳା ବିଦେଶୀ ପର୍ଯ୍ୟଟଙ୍କ ସହିତ ହୋଟେଲ ମାଲିକାଣୀଙ୍କୁ ଗଣ ଦୁଷ୍କର୍ମ । ଏହାସହ  ଜଣେ ଓଡ଼ିଆ ଯୁବକଙ୍କୁ ତୁଙ୍ଗଭଦ୍ରା କେନାଲକୁ ଫିଙ୍ଗି ଦେଇଛନ୍ତି ଦୁର୍ବୁତ୍ତ । ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ ଯୁବକଙ୍କ ନାଁ ବିଭାସ । ତେବେ ସେ ଓଡ଼ିଶାର ହୋଇଥିଲେ ମଧ୍ୟ ପ୍ରକୃତରେ ଘର କେଉଁଠି ତାହା ସ୍ପଷ୍ଟ ହୋଇନାହିଁ […]

Samaya Live Picture
Published On

କୋପ୍ପାଲ : କର୍ଣ୍ଣାଟକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ହାଃମ୍ପିରୁ ସାମ୍ନାକୁ ଆସିଛି ଏକ ଲଜ୍ଜାକର ଘଟଣା । ମହିଳା ବିଦେଶୀ ପର୍ଯ୍ୟଟଙ୍କ ସହିତ ହୋଟେଲ ମାଲିକାଣୀଙ୍କୁ ଗଣ ଦୁଷ୍କର୍ମ । ଏହାସହ  ଜଣେ ଓଡ଼ିଆ ଯୁବକଙ୍କୁ ତୁଙ୍ଗଭଦ୍ରା କେନାଲକୁ ଫିଙ୍ଗି ଦେଇଛନ୍ତି ଦୁର୍ବୁତ୍ତ । ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ ଯୁବକଙ୍କ ନାଁ ବିଭାସ । ତେବେ ସେ ଓଡ଼ିଶାର ହୋଇଥିଲେ ମଧ୍ୟ ପ୍ରକୃତରେ ଘର କେଉଁଠି ତାହା ସ୍ପଷ୍ଟ ହୋଇନାହିଁ । ଏହି ଘଟଣାରେ ଜଣେ ଆମେରିକୀୟ ଏବଂ ଜଣେ ମହାରାଷ୍ଟ୍ର ପର୍ଯ୍ୟଟକ ଆହତ ହୋଇଛନ୍ତି । ଗୁରୁବାର ରାତି ୧୧ ରୁ ୧୧:୩୦ ମଧ୍ୟରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । କର୍ଣ୍ଣାଟକ ପୋଲିସ ତଦନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ବେଙ୍ଗଳୁରୁରୁ ପ୍ରାୟ ୩୦୦ କିମି ଦୂରରେ କୋପ୍ପାଲରେ ଘଟିଛି ଜଘନ୍ୟକାଣ୍ଡ। ଜଣେ ଇସ୍ରାଏଲୀ ମହିଳା ପର୍ଯ୍ୟଟକଙ୍କ ସମେତ ୨ ଜଣ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। କୋପ୍ପାଲର ଏକ କେନାଲ ନିକଟରେ ୩ ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଛନ୍ତି।

ସୂଚନାନୁସାରେ,ଗୁରୁବାର ଦିନ ଜଣେ ୨୯ ବର୍ଷୀୟ ଇସ୍ରାଏଲି ମହିଳା ପର୍ଯ୍ୟଟକ ଏବଂ ତାଙ୍କ ବାନ୍ଧବୀଙ୍କ ସହିତ ୩ ଜଣ ପୁରୁଷ ବନ୍ଧୁ କର୍ଣ୍ଣାଟକର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ହାଃମ୍ପି ବୁଲିବାକୁ ଯାଇଥିଲେ । ଏହି ସମୟରେ ସେମାନେ ସାନପୁର ହ୍ରଦ ନିକଟରେ ଥିବା ଏକ ସର୍ଟ ଷ୍ଟେ ହୋମ ରେ ରହୁଥିଲେ । ତେବେ ଗୁରୁବାର ସନ୍ଧ୍ୟାରେ  ୨ ମହିଳା ଓ ୩ ପର୍ଯ୍ୟଟକ ତୁଙ୍ଗଭଦ୍ରା ବାମ କେନାଲ ପରିଦର୍ଶନ କରି ଫେରିବା ବେଳେ ୩ ଅଭିଯୁକ୍ତ ଏକ ବାଇକରେ ଆସି ପେଟ୍ରୋଲ କେଉଁଠି ମିଳିବ ବୋଲି ପଚାରିବା ସହ ଇସ୍ରାଏଲୀ ପର୍ଯ୍ୟଟଙ୍କୁ ୧୦୦ ଟଙ୍କା ମାଗିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ହୋଇଥିଲା। ପରେ ୩ ଜଣ ଦୁର୍ବୃତ୍ତ ପୁରୁଷ ପର୍ଯ୍ୟଟକଙ୍କୁ କେନାଲକୁ ଠେଲି ଦେବା ପରେ ୨ ଜଣ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ଦୁଇ ଜଣ ପହଁରି କୂଳକୁ ଆସିଥିବା ବେଳେ ଓଡି଼ଆ ପର୍ଯ୍ୟଟକ ବିଭାସଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଜି ସକାଳେ କେନାଲରୁ ମିଳିଛି ତାଙ୍କ ମୃତଦେହ। ଅନ୍ୟ ଦୁଇ ପର୍ଯ୍ୟଟକ ହେଲେ ଆମେରିକାର ଡାନିଏଲ ଏବଂ ମହାରାଷ୍ଟ୍ରର ଜଣେ ପର୍ଯ୍ୟଟକ। ସେହିପରି ପୀଡ଼ିତାଙ୍କ ମଧ୍ୟରେ ଅଛନ୍ତି ଇସ୍ରାଏଲର ଜଣେ ପର୍ଯ୍ୟଟକ ଥିବାବେଳେ ଅନ୍ୟ ଜଣେ ପର୍ଯ୍ୟଟକମାନେ ରହୁଥିବା ହୋଟେଲର ମାଲିକାଣୀ। ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବା ବୋଲି କହିଛନ୍ତି କୋପାଲର ଏସପି ରାମ ଏଲ. ଆରାସିଦ୍ଦି।

ଅପରାଧ ଘଟିଥିବା ସ୍ଥାନଟି ହାମ୍ପିଠାରୁ ପ୍ରାୟ ୪ କିଲୋମିଟର ଦୂରରେ ଅବସ୍ଥିତ ଏବଂ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଏହା ଏକ ପ୍ରମୁଖ ଆକର୍ଷଣୀୟ ସ୍ଥାନ ।

Tags: