ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିହତ

ଜାମ୍ମୁ-କାଶ୍ମୀର : ସେନାକୁ ମିଳିଲା ବଡ଼ ସଫଳତା। ଜାମ୍ମୁ କାଶ୍ମୀର କୁଲ୍‌ଗାମ୍‌ ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର ଯବାନଙ୍କ ଗୁଳିରେ ୫ ଆତଙ୍କବାଦୀ ନିପାତ। ଆତଙ୍କବାଦୀଙ୍କ ଗୁଳିରେ ୨ ଯବାନ ଆହତ ହୋଇଛନ୍ତି। କୁଲଗାମରେ ଆତଙ୍କବାଦୀ ଲୁଚିଥିବା ଖବର ପାଇ ଚଢ଼ାଉ କରିଥିଲେ ଯବାନ। ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି । ସେହିପରି ଆତଙ୍କୀଙ୍କ ଗୁଳିମାଡ଼ରେ ଦୁଇ ଜଣ ଯବାନ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନ୍‌କାଉଣ୍ଟର ପରେ ସୁରକ୍ଷାବାହିନୀର […]

Samaya Live Picture
Published On

ଜାମ୍ମୁ-କାଶ୍ମୀର : ସେନାକୁ ମିଳିଲା ବଡ଼ ସଫଳତା। ଜାମ୍ମୁ କାଶ୍ମୀର କୁଲ୍‌ଗାମ୍‌ ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର ଯବାନଙ୍କ ଗୁଳିରେ ୫ ଆତଙ୍କବାଦୀ ନିପାତ। ଆତଙ୍କବାଦୀଙ୍କ ଗୁଳିରେ ୨ ଯବାନ ଆହତ ହୋଇଛନ୍ତି। କୁଲଗାମରେ ଆତଙ୍କବାଦୀ ଲୁଚିଥିବା ଖବର ପାଇ ଚଢ଼ାଉ କରିଥିଲେ ଯବାନ। ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।

ସେହିପରି ଆତଙ୍କୀଙ୍କ ଗୁଳିମାଡ଼ରେ ଦୁଇ ଜଣ ଯବାନ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନ୍‌କାଉଣ୍ଟର ପରେ ସୁରକ୍ଷାବାହିନୀର ପୁରା ଟିମ୍‌ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଜାରି ରଖିଛି। କୁଲଗାମ ଜିଲ୍ଲାର ବେହିବାଗ PSର କଦ୍ଦର ଗ୍ରାମରେ ଏହି ଏନକାଉଣ୍ଟର ଚାଲିଛି। ଏବେବି ଉଭୟ ପାର୍ଶ୍ୱରୁ ଜୋରଦାର ଗୁଳି ବିନିମୟ ଜାରି ରହିଛି।

ସୂଚନା ଦେଇ ସେନାର ଚିନାର୍‌ କର୍ପସ କହିଛି ଯେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସ୍ୱତନ୍ତ୍ର ଗୁଇନ୍ଦା ତଥ୍ୟ ମିଳିଥିଲା। ଏହି ଆଧାରରେ ଭାରତୀୟ ସେନା କୁଲଗାମରେ ମିଳିତ ଅପରେସନ ଆରମ୍ଭ କରିଛି। ଏହି ସମୟରେ ସେନାକୁ ଦେଖି ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କରିଥିଲେ। ସେନା ମଧ୍ୟ ଏହାର ପାଲଟା ଜବାବ ଦେଇଛି । ସୁରକ୍ଷାକର୍ମୀଂକ ଗୁଳିରେ ଘଟଣାସ୍ଥଳରେ ୫ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି I ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ପରେସନ ଜାରି ରହିଛି I

Tags: