ଫିରିଙ୍ଗିଆ ଥାନା ଜାଳିଦେଲେ ଉତ୍ୟକ୍ତ ଜନତା
ଫୁଲବାଣୀ : ପୋଲିସଙ୍କ ପ୍ରତି ଆକ୍ରୋଶରୁ ଥାନା ପୋଡିଦେଲେ ଉତ୍ୟକ୍ତ ଜନତା I ଗଞ୍ଜେଇ ଚାଲାଣରେ ଲିପ୍ତ ଥିବା ଅଭିଯୋଗ କରି ଫିରିଙ୍ଗିଆ ଥାନା ଜାଳିଦେଇଛନ୍ତି ଲୋକେ I ଥାନାର କିଛି ବିକର୍ମଚାରୀ ବେଆଇନ ଗଞ୍ଜେଇ ଚୋରା ଚାଲାଣରେ ଲିପ୍ତ ଥିବା ଅଭିଯୋଗ ହୋଇ ଆସୁଥିଲା I ଗତ ୩ ତାରିଖରେ ଥାନା ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରା ପଡ଼ିଥିଲା । ଏ ନେଇ କନ୍ଧମାଳ ଏସପିଙ୍କୁ ଫେରାଦ ହୋଇଥିଲେ ସ୍ଥାନୀୟ ଲୋକେ । […]
ଫୁଲବାଣୀ : ପୋଲିସଙ୍କ ପ୍ରତି ଆକ୍ରୋଶରୁ ଥାନା ପୋଡିଦେଲେ ଉତ୍ୟକ୍ତ ଜନତା I ଗଞ୍ଜେଇ ଚାଲାଣରେ ଲିପ୍ତ ଥିବା ଅଭିଯୋଗ କରି ଫିରିଙ୍ଗିଆ ଥାନା ଜାଳିଦେଇଛନ୍ତି ଲୋକେ I ଥାନାର କିଛି ବିକର୍ମଚାରୀ ବେଆଇନ ଗଞ୍ଜେଇ ଚୋରା ଚାଲାଣରେ ଲିପ୍ତ ଥିବା ଅଭିଯୋଗ ହୋଇ ଆସୁଥିଲା I ଗତ ୩ ତାରିଖରେ ଥାନା ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରା ପଡ଼ିଥିଲା । ଏ ନେଇ କନ୍ଧମାଳ ଏସପିଙ୍କୁ ଫେରାଦ ହୋଇଥିଲେ ସ୍ଥାନୀୟ ଲୋକେ । ଥାନା IIC ଓ ତାଙ୍କ ୨ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଆଜି ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ । ଏହି ସମୟରେ କିଛି ପୋଲିସ କର୍ମଚାରୀଙ୍କ ସହିତ ବିକ୍ଷୋଭ କାରୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା I ଏଥିରେ ଉତ୍ୟକ୍ତ ହୋଇ ଜନତା ଫିରିଙ୍ଗିଆ ଥାନାରେ ନିଆଁ ଲଗାଇ ଦେଇଥିଲେ I ବର୍ତ୍ତମାନ ସୁଦ୍ଧା ଘଟଣା ସମାଧାନ ହୋଇ ପାରି ନଥିବାବେଳେ, ଘଟଣାସ୍ଥଳରେ ପୋଲିସ ପହଂଚି ଜନତାଙ୍କୁ ବୁଝାସୁଝା କରୁଛି I




