ଛାତରୁ ଡେଇଁ ଅଗ୍ନିଶମ କର୍ମଚାରୀଙ୍କ ଆତ୍ମହତ୍ୟା

ଢେଙ୍କାନାଳ:ଛାତରୁ ଡେଇଁ ଅଗ୍ନିଶମ କର୍ମଚାରୀଙ୍କ ଆତ୍ମହତ୍ୟା I ଗତକାଲି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଦମକଳ କେନ୍ଦ୍ର ଛାତରୁ ଡେଇଁ ପଡିବାରୁ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ସୂଚନାନୁଯାୟୀ, ଗଁନ୍ଦିଆ ଦମକଳ କେନ୍ଦ୍ରର ଫାୟାର ମ୍ୟାନ ଜୟନ୍ତ ଧରୁଆ ଦମକଳ କେନ୍ଦ୍ରର ଦୁଇ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଜୟନ୍ତଙ୍କ ଘର ବଲାଙ୍ଗୀର ଜିଲ୍ଲା ଲରମ୍ଭା ଗ୍ରାମରେ ହୋଇଥିବା ବେଳେ ସେ ପଟଣାଗଡ଼ର ରାମପୁରରେ ତାଙ୍କ […]

Samaya Live Picture
Published On

ଢେଙ୍କାନାଳ:ଛାତରୁ ଡେଇଁ ଅଗ୍ନିଶମ କର୍ମଚାରୀଙ୍କ ଆତ୍ମହତ୍ୟା I ଗତକାଲି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଦମକଳ କେନ୍ଦ୍ର ଛାତରୁ ଡେଇଁ ପଡିବାରୁ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

ସୂଚନାନୁଯାୟୀ, ଗଁନ୍ଦିଆ ଦମକଳ କେନ୍ଦ୍ରର ଫାୟାର ମ୍ୟାନ ଜୟନ୍ତ ଧରୁଆ ଦମକଳ କେନ୍ଦ୍ରର ଦୁଇ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଜୟନ୍ତଙ୍କ ଘର ବଲାଙ୍ଗୀର ଜିଲ୍ଲା ଲରମ୍ଭା ଗ୍ରାମରେ ହୋଇଥିବା ବେଳେ ସେ ପଟଣାଗଡ଼ର ରାମପୁରରେ ତାଙ୍କ ଶ୍ୱଶୁର ଘରେ ରହୁଥିଲେ। ଗତ ଦେଢ ବର୍ଷ ପୂର୍ବେ ରେଙ୍ଗାଲିରୁ ବଦଳି ହୋଇ ସେ ଗଁନ୍ଦିଆରେ କାର୍ଯ୍ୟରତ ଥିଲେ। ସେ ନୂଆଖାଇରେ ଛୁଟିରେ ଘରକୁ ଯାଇ ଗତ ୪ ତାରିଖରେ ପୁନର୍ବାର କାର୍ଯ୍ୟରେ ଯୋଗ ଦେଇଥିଲେ। ଗତକାଲି ରାତି ପ୍ରାୟ ୯ଟାରେ ସେ ଅନ୍ୟ କର୍ମଚାରୀଙ୍କ ସହ କ୍ୟାରମ ଖେଳୁଥିଲେ। ମାତ୍ର ସେଠାରୁ ଉଠି ପଳାଇ ଯିବାର କିଛି ସମୟ ପରେ ତାଙ୍କର ଚିତ୍କାର ଶୁଣି କର୍ମଚାରୀମାନେ ବାହାରେ ଦେଖିବାରୁ ସେ ଛାତ ଉପରୁ ତଳକୁ ଡେଇଁ ପଡ଼ିଥିଲେ। ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ଛାତ କଡ଼ରେ ଜୟନ୍ତ ପଡିଥିବାର ଦେଖି ତାଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ବରପଦା ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବିଳମ୍ବିତ ରାତିରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ଜୟନ୍ତଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଗଁନ୍ଦିଆ ପୋଲିସ। ଜୟନ୍ତ କାହିଁକି ଆତ୍ମହତ୍ୟା କଲେ ତାହାର କାରଣ ଅସ୍ପଷ୍ଟ ରହିଛି। ତେବେ ଏନେଇ ମୃତକଙ୍କ ପରିବାର ଲୋକ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି । ଗତ କିଛିଦିନ ଧରି ଜୟନ୍ତ ଅନ୍ୟମନସ୍କ ରହୁଥିବା ବିଷୟ ସହକର୍ମୀମାନେ ପ୍ରକାଶ କରିଛନ୍ତି I ସେ ଅନ୍ୟମନସ୍କତାରୁ ଛାତରୁ ଖସି ପଡିଛନ୍ତି ନା କାରଣ ଅନ୍ୟ କିଛି ରହିଛି ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହୋଇପାରିବ I