ଯାତ୍ରୀବାହୀ ବସରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ବାଧ୍ୟତାମୂଳକ

ଭୁବନେଶ୍ୱର: ଯାତ୍ରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ସୁରକ୍ଷା ଦୃଷ୍ଟିରୁ ଏଣିକି ସମସ୍ତ ଯାତ୍ରୀବାହୀ ବସରେ ଅଗ୍ନି ସୁରକ୍ଷା ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି । ୨୦୨୫ ଅକ୍ଟୋବର ପରେ ପଞ୍ଜିକୃତ ହୋଇଥିବା ବସ୍‌ରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶୁକ୍ରବାର ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ବସ୍‌ରେ ଫାୟାର ଡିଟେକସନ୍ ଓ ସପ୍ରେସନ୍ ସିଷ୍ଟମ ରଖିବା ବାଧ୍ୟତାମୂଳକ ଅଟେ । […]

ଯାତ୍ରୀବାହୀ ବସରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ବାଧ୍ୟତାମୂଳକ
Samaya Live Picture
Published On

ଭୁବନେଶ୍ୱର: ଯାତ୍ରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ସୁରକ୍ଷା ଦୃଷ୍ଟିରୁ ଏଣିକି ସମସ୍ତ ଯାତ୍ରୀବାହୀ ବସରେ ଅଗ୍ନି ସୁରକ୍ଷା ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି । ୨୦୨୫ ଅକ୍ଟୋବର ପରେ ପଞ୍ଜିକୃତ ହୋଇଥିବା ବସ୍‌ରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶୁକ୍ରବାର ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ବସ୍‌ରେ ଫାୟାର ଡିଟେକସନ୍ ଓ ସପ୍ରେସନ୍ ସିଷ୍ଟମ ରଖିବା ବାଧ୍ୟତାମୂଳକ ଅଟେ । ସେହିପରି ଆପତ୍ତକାଳୀନ ପ୍ରସ୍ଥାନ ଦ୍ୱାର ଓ କାଚ ଭାଙ୍ଗିବାକୁ ହାତୁଡ଼ି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶରେ ସମ୍ପ୍ରତି ବସ୍ ଅଗ୍ନିକାଣ୍ଡରେ ଜୀବନହାନି ପରେ ଓଡ଼ିଶା ସରକାର ଏହି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି ।

ରାଜ୍ୟର ମୁଖ୍ୟ ବସ୍ ଷ୍ଟାଣ୍ଡ୍‌ରେ ଆଗାମୀ ଚାରି ଶନିବାର ଫାୟାର୍ ସେଫ୍ଟି ସଚେତନତା ଶିବିର ଆୟୋଜନ ହେବ। ରାତ୍ରି ସର୍ଭିସ୍ ବସ୍ ଚାଳକ ଓ ଷ୍ଟାଫ୍‌ଙ୍କୁ ଅଗ୍ନି ପ୍ରତିରୋଧ ଓ ଜରୁରୀ ପ୍ରତିକ୍ରିୟା ଶିକ୍ଷା ଦିଆଯିବ।

ବସ୍ ମାଲିକମାନେ ବର୍ତ୍ତମାନର ସେଫ୍ଟି ମାନକ ପୂରଣ କରୁଥିବା ଓ ଅପଗ୍ରେଡ୍ ଆବଶ୍ୟକ ବସ୍‌ଗୁଡ଼ିକର ତାଲିକା ପ୍ରସ୍ତୁତ କରିବେ। ଅଭାବ ଦୂର କରିବାକୁ ୩ ମାସ୍ ସମୟ ଦିଆଯାଇଛି।

Tags: