ମହିଳା ପୋଷ୍ଟମାଷ୍ଟର ହତ୍ୟାକାଣ୍ଡର ଫିଟିଲା ଗୁମର ,ପ୍ରେମିକ ଗିରଫ
ସୁନ୍ଦରଗଡ଼ : ଲେଫ୍ରିପଡ଼ା ର ମହିଳା ପୋଷ୍ଟମାଷ୍ଟର ସ୍ନିଗ୍ଧା ପ୍ରଧାନଙ୍କ ମୃତ୍ୟୁର ପର୍ଦାଫାଶ ହୋଇଛି I ଏହା ଏକ ପ୍ରମ ଜନିତ ହତ୍ୟାକାଣ୍ଡ ବୋଲି ଜଣା ପଡିଛି I ହତ୍ୟାକାରୀ ହେଉଛନ୍ତି ଖୋଦ ଅଭିଯୁକ୍ତ ପ୍ରେମିକ I ଏହି ଘଟଣାରେ ପୋଲିସ ତଦନ୍ତ ପରେ ଅଭିଯୁକ୍ତ ପ୍ରେମିକ ନୟନ ସେଠକୁ ଅଟକ ରଖି ପଚରାଉଚରା କରିବାରୁ ସେ ଦୋଷ ସ୍ୱୀକାର କରିଛି I ଘଟନାନୁସାରେ,ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡ଼ା ଥାନା ତେଲେନଡିହିର ମହିଳା ପୋଷ୍ଟ ମାଷ୍ଟର ସ୍ନିଗ୍ଧା ପ୍ରଧାନଙ୍କ […]
ସୁନ୍ଦରଗଡ଼ : ଲେଫ୍ରିପଡ଼ା ର ମହିଳା ପୋଷ୍ଟମାଷ୍ଟର ସ୍ନିଗ୍ଧା ପ୍ରଧାନଙ୍କ ମୃତ୍ୟୁର ପର୍ଦାଫାଶ ହୋଇଛି I ଏହା ଏକ ପ୍ରମ ଜନିତ ହତ୍ୟାକାଣ୍ଡ ବୋଲି ଜଣା ପଡିଛି I ହତ୍ୟାକାରୀ ହେଉଛନ୍ତି ଖୋଦ ଅଭିଯୁକ୍ତ ପ୍ରେମିକ I ଏହି ଘଟଣାରେ ପୋଲିସ ତଦନ୍ତ ପରେ ଅଭିଯୁକ୍ତ ପ୍ରେମିକ ନୟନ ସେଠକୁ ଅଟକ ରଖି ପଚରାଉଚରା କରିବାରୁ ସେ ଦୋଷ ସ୍ୱୀକାର କରିଛି I
ଘଟନାନୁସାରେ,ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡ଼ା ଥାନା ତେଲେନଡିହିର ମହିଳା ପୋଷ୍ଟ ମାଷ୍ଟର ସ୍ନିଗ୍ଧା ପ୍ରଧାନଙ୍କ ସହିତ ନୟନ ସେଠଙ୍କର ଅନେକ ଦିନରୁ ପ୍ରେମ ସମ୍ପର୍କ ରହିଥିଲା I ତେବେ ପ୍ରେମିକ ନୟନ ସନ୍ଦେହ କରିଥିଲା ସ୍ନିଗ୍ଧାଙ୍କର ଅନ୍ୟ କାହା ସହିତ ସମ୍ପର୍କ ରହିଛି I ଏହା ସହିତ ସ୍ନିଗ୍ଧାଙ୍କର ଅନ୍ୟତ୍ର ବିବାହ ଠିକ ହେଉଥିବା ଜାଣି ବିଚଳିତ ହୋଇ ପଡ଼ିଥିଲେ I ଘଟଣା ପୂର୍ବଦିନ ଅର୍ଥାତ ରବିବାର ଦିନ ଛୁଟି ଥିବାରୁ ସ୍ନିଗ୍ଧା ତେଲେନଡିହି ଭଡା ଘରୁ ହେମଗିରି ର ଟିକିଲି ପଡ଼ାକୁ ଯାଇଥିଲେ I ଏହାପରେ ଷୋମବାର ଦିନ ନିଜ ସମ୍ପର୍କୀୟ ଭାଇଙ୍କ ସହିତ କାର୍ଯ୍ୟସ୍ଥଳୀକୁ ଫେରୁଥିବା ବାଟରେ ଲେଫ୍ରିପଡ଼ା ଠାରେ ଓହ୍ଲାଇ ଥିଲେ ଭାଇକୁ ଫେରି ଯିବାକୁ କହିଥିଲେ I ସେଠାରୁ ସେ ପ୍ରେମିକ ନୟନ ସହିତ ଲେଫ୍ରିପଡ଼ା ଜଂଗଲକୁ ଯାଇଥିଲେ I ଏହି ସମୟରେ ସେଠାରେ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା I ଏଥିରେ ଉତ୍କ୍ଷିପ୍ତ ହୋଇ ନୟନ ପୂର୍ବ ଯୋଜନା ମୁତାବକ ଲୁଚାଇ ଆଣିଥିବା ଛୁରୀରେ ସ୍ନିଗ୍ଧାର ବେକ,ତଂଟି,ପିଠି ଆଦିରେ ଭୁସିଥିଲା I ଘଟଣାସ୍ଥଳରେ ସ୍ନିଗ୍ଧାର ମୃତ୍ୟୁ ହେବାପରେ ସେ ମୃତଶରୀର କୁ ଜଙ୍ଗଲ ରେ ଫିଙ୍ଗି ଚାଲି ଆସିଥିଲା I ଏହାପରେ ସନ୍ଧ୍ୟାରେ ସ୍ନିଗ୍ଧା ମୋବାଇଲରୁ ତାଙ୍କ ମା’ଙ୍କୁ ମେସେଜ କରି କହିଥିଲା ‘ତୁମ ଝିଅ ଓ ତା’ପ୍ରେମିକକୁ ମାରି ଜଙ୍ଗଲରେ ଫିଙ୍ଗି ଦେଇଛୁ’ I ଏହି ମେସେଜ ଆଧାରରେ ପୋଲିସ ତଦନ୍ତ ଚଳାଇ ଅଭିଯୁକ୍ତ ନୟନ କୁ ଗିରଫ କରିବା ଶୀତ ଏହି ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ତା’ର ଖୋଳତାଡ଼ କରୁଛି I




