ରାଜଧାନୀରୁ ମହିଳା କନେଷ୍ଟବଳ ନିଖୋଜ ଘଟଣା,ହତ୍ୟାକାରୀ ପୁରୁଷ ବନ୍ଧୁ ଗିରଫ

ଭୁବନେଶ୍ୱର : ରାଜଧାନୀରୁ ଟ୍ରାଫିକ କନେଷ୍ଟବଳ ନିଖୋଜ ଘଟଣା । ଅଭିଯୁକ୍ତ ହତ୍ୟାକାରୀ ପୁରୁଷ ବନ୍ଧୁ ଗିରଫ । ବୁଲାଇନେବା ବାହାନାରେ ତଣ୍ଟିଚିପି ହତ୍ୟାକରି କେନ୍ଦୁଝର ଘଟଗାଁ ସ୍ଥିତ କୁସୁପୁର ଜଙ୍ଗଲରେ ପୋତିଦେଇଥିଲା ମୃତଦେହ । ନିଖୋଜ ଟ୍ରାଫିକ କନେଷ୍ଟବଳ ଶୁଭମିତ୍ର। ସାହୁ । ଅଭିଯୁକ୍ତ ପୁରୁଷ ବନ୍ଧୁ ଦୀପକ ରାଉତକୁ ଗିରଫ କରିଛି ପୋଲିସ । ତେବେ ଅଭିଯୁକ୍ତ ଦୀପକ ରାଉତ ପୂର୍ବରୁ ବିବାହିତ ଥିଲା । ପ୍ରଥମ ସ୍ତ୍ରୀଙ୍କର ସନ୍ଦେହ ଜନକ ମୃତ୍ୟୁ ପରେ […]

ରାଜଧାନୀରୁ ମହିଳା କନେଷ୍ଟବଳ ନିଖୋଜ ଘଟଣା,ହତ୍ୟାକାରୀ ପୁରୁଷ ବନ୍ଧୁ ଗିରଫ
Samaya Live Picture
Published On

ଭୁବନେଶ୍ୱର : ରାଜଧାନୀରୁ ଟ୍ରାଫିକ କନେଷ୍ଟବଳ ନିଖୋଜ ଘଟଣା । ଅଭିଯୁକ୍ତ ହତ୍ୟାକାରୀ ପୁରୁଷ ବନ୍ଧୁ ଗିରଫ । ବୁଲାଇନେବା ବାହାନାରେ ତଣ୍ଟିଚିପି ହତ୍ୟାକରି କେନ୍ଦୁଝର ଘଟଗାଁ ସ୍ଥିତ କୁସୁପୁର ଜଙ୍ଗଲରେ ପୋତିଦେଇଥିଲା ମୃତଦେହ । ନିଖୋଜ ଟ୍ରାଫିକ କନେଷ୍ଟବଳ ଶୁଭମିତ୍ର। ସାହୁ । ଅଭିଯୁକ୍ତ ପୁରୁଷ ବନ୍ଧୁ ଦୀପକ ରାଉତକୁ ଗିରଫ କରିଛି ପୋଲିସ । ତେବେ ଅଭିଯୁକ୍ତ ଦୀପକ ରାଉତ ପୂର୍ବରୁ ବିବାହିତ ଥିଲା । ପ୍ରଥମ ସ୍ତ୍ରୀଙ୍କର ସନ୍ଦେହ ଜନକ ମୃତ୍ୟୁ ପରେ ଦୀପକ କୋଟିଏ ଟଙ୍କାର ବୀମା ମଧ୍ୟ ପାଇଥିଲା । ଆଜି ଦୀପକ ରାଉତକୁ ନେଇ ଘଟଣାସ୍ଥଳରେ ଖୋଳତାଡ଼ କରିବ ପୋଲିସ । ବ୍ୟବହୃତ କାରକୁ ଜବତ କରିଛି ପୋଲିସ । ହତ୍ୟାକାଣ୍ଡର କାରଣ ସମ୍ପର୍କରେ ସୂଚନା ମିଳିପାରି ନାହିଁ । ଘଟଣାର ତଦନ୍ତ ପାଇଁ ଘଟଗାଁରେ କମିଶନରେଟ୍‌ ପୋଲିସର ୧୫ ଜଣିଆ ଟିମ୍‌ ପହଞ୍ଚିଛନ୍ତି। ୨୦ ଲକ୍ଷ ଟଙ୍କା ପାଇଁ ଶୁଭମିତ୍ରାଙ୍କୁ ହତ୍ୟା କରାଯାଇଥିବା ପୋଲିସକୁ ସୂଚନା ମିଳିଛି। ।

ସୂଚନାନୁସାରେ,ଗତ ସେପ୍ଟେମ୍ବର ୬ ତାରିଖରୁ ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁ ନିଖୋଜ ଥିଲେ । ଶୁଭମିତ୍ରା ଡିସିପି ଅଫିସକୁ ଡ୍ୟୁଟି ଆସି ସନ୍ଧ୍ୟା ସମୟରେ ଘରକୁ ଫେରିଥିଲେ । ଏହାପରଠୁ ତାଙ୍କ ଫୋନ୍ ସୁଇଚ୍ ଅଫ୍ ଥିଲା । ଶୁଭମିତ୍ରାଙ୍କ ଯୋଗାଯୋଗ ନହେବାରୁ ତାଙ୍କ ବାପା ଖୋଜାଖୋଜି କରିବା ସହ କ୍ୟାପିଟାଲ ଥାନାରେ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ । ବାପାଙ୍କ ଅଭିଯୋଗ ପରେ ପୋଲିସ ମାମଲାରେ ଛାନ୍‌ଭିନ୍ ଆରମ୍ଭ କରିଥିଲା । ମହିଳା କନେଷ୍ଟବଲ କଲ୍ ଡିଟେଲ୍ସରୁ ଅଭିଯୁକ୍ତ ପ୍ରେମିକ ବାବଦରେ ଜାଣିବାକୁ ପାଇଥିଲା ପୋଲିସ । ପରେ ତାଙ୍କୁ ମାରାଥନ ଜେରା କରିଥିଲା ପୋଲିସ । ଏହି ଜେରା ସମୟରେ ସେ ପୋଲିସ ଆଗରେ ସବୁ ସତ ମାନିଥିବା କୁହାଯାଉଛି । ପୋଲିସ ସେବା ଭବନରେ ଆକାଉଣ୍ଟ ଡିପାର୍ଟମେଣ୍ଟରରେ କାର୍ଯ୍ୟ କରେ ଦୀପକ । ପୂର୍ବରୁ ନିଖୋଜ ନେଇ ପୋଷ୍ଟର ଜାରି କରିଥିଲା ପୋଲିସ। ମୃତଦେହର ପରିଚୟ ପାଇଁ ପୋଷ୍ଟର ରିଲିଜ୍ କରି ପରିଚୟ ଦେଲେ ୨୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

ତେବେ ପୁରୁଷ ବନ୍ଧୁ ଶୁଭମିତ୍ରାଙ୍କୁ କାହିଁକି ଓ କେମିତି ହତ୍ୟା କଲା ତାର କାରଣ ଅସ୍ପଷ୍ଟ ରହିଥିବାବେଳେ କମିଶନରେଟ୍ ପୋଲିସ ଘଟଣାର ଅଧିକ ଛାନଭିନ୍ ଜାରି ରଖିଛି ।

Tags: