ରହସ୍ୟ ଘେରରେ ମହିଳା ଏଏସଆଇଙ୍କ ମୃତ୍ୟୁ,ଡ୍ୟୁଟିରେ ଥିଲେ ସମ୍ପୂର୍ଣ୍ଣ ସୁସ୍ଥ

ରାଉରକେଲା : ରହସ୍ୟ ଘେରରେ ରାଉରକେଲା ଉଦିତନଗର ଥାନାର ମହିଳା ASI ଆଲିଶା ଲୁଗୁନଙ୍କ ମୃତ୍ୟୁ I ଡ୍ୟୁଟିରେ ଥିବା ସମୟରେ ସମ୍ପୂର୍ଣ୍ଣ ଥିବାର ଏକ ଭିଡିଓରୁ ଜଣା ପଡିଛି I ASI ଆଲିଶାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢିବା ପରେ, ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ I ସ୍ବାମୀ ସଞ୍ଜୟ ଲାକ୍ରାଙ୍କ ଅଭିଯୋଗ ଆଧାରରେ ହତ୍ୟା ସନ୍ଦେହରେ ୩୦୨ ଦଫା ଲଗାଇ ପୋଲିସ ଏକ ମାମଲା ରୁଜୁ କରିଛି I ଏହା ସହିତ ASI […]

Samaya Live Picture
Published On

ରାଉରକେଲା : ରହସ୍ୟ ଘେରରେ ରାଉରକେଲା ଉଦିତନଗର ଥାନାର ମହିଳା ASI ଆଲିଶା ଲୁଗୁନଙ୍କ ମୃତ୍ୟୁ I ଡ୍ୟୁଟିରେ ଥିବା ସମୟରେ ସମ୍ପୂର୍ଣ୍ଣ ଥିବାର ଏକ ଭିଡିଓରୁ ଜଣା ପଡିଛି I ASI ଆଲିଶାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢିବା ପରେ, ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ I ସ୍ବାମୀ ସଞ୍ଜୟ ଲାକ୍ରାଙ୍କ ଅଭିଯୋଗ ଆଧାରରେ ହତ୍ୟା ସନ୍ଦେହରେ ୩୦୨ ଦଫା ଲଗାଇ ପୋଲିସ ଏକ ମାମଲା ରୁଜୁ କରିଛି I ଏହା ସହିତ ASI ଆଲିଶା ଲୁଗୁନଙ୍କ ମୃତ୍ୟୁସହିତ ରାଉରକେଲା ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁ ସହିତ କୌଣସି ସମ୍ପର୍କ ନାହିଁ ବୋଲି ଏସପି ସ୍ପଷ୍ଟ କରିଛନ୍ତି I

ସୂଚନାନୁସାରେ,ଗତ ୧ ତାରିଖ ସନ୍ଧ୍ୟାରେ ରାଉରକେଲା ରିଙ୍ଗରୋଡରେ ଏକ ବସ-କାର ମଧ୍ୟରେ ଦୁର୍ଘଟଣା ପରେ ଉତ୍ତେଜନା ଦେଖାଦେଇଥିଲା I ଏହାକୁ ନିୟନ୍ତ୍ରଣ ପାଇଁ ଯାଇଥିଲେ ଏଏସଆଇ ଆଲିଶା ନରମି ଲୁଗୁନ। ଆଉ ଜଣଙ୍କୁ ଧରିବା ପରେ ଆରମ୍ଭ ହୋଇଯାଇଥିଲା ପାଟିତୁଣ୍ଡ । ଗଣ୍ଡଗୋଳ ବେଳେ ବିଲକୁଲ୍ ସୁସ୍ଥ ଥିବା ଦେଖାଯାଉଛନ୍ତି ASI ଲୁଗୁନ୍ । କିନ୍ତୁ ଏହାର କିଛି ସମୟ ପରେ ଅସୁସ୍ଥ ହୋଇଥିବା ଦର୍ଶାଇ ତାଙ୍କୁ ନିଆଯାଇଥିଲା ରାଉରକେଲା ସରକାରୀ ମେଡ଼ିକାଲକୁ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଉଲ୍ଲେଖଯୋଗ୍ୟ ଏଏସଆଇ ଲୁଗୁନଙ୍କ ନାଁରେ ମୃତ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ସୁସ୍ମିତାଙ୍କ ମୃତ୍ୟୁ ଘଟଣାରେ ତାଙ୍କୁ ତଦନ୍ତ ପରିସରକୁ ଅଣାଯାଉ ବୋଲି ଏଫ୍‌ଆଇଆର କପିରେ ଲେଖିଥିଲେ। ଆଉ ତା’ପରେ ହଠାତ୍ ଏଏସଆଇ ଆଲିଶା ନରମି ଲୁଗୁନଙ୍କ ମୃତ୍ୟୁ ହୋଇଥିବାରୁ ସନ୍ଦେହ ସୃଷ୍ଟି ହୋଇଛି । ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି। ହତ୍ୟା ମାମଲା ରୁଜୁ ପରେ ମାଜିଷ୍ଟ୍ରେଟ୍‌, ପରିବାର ଓ ସମ୍ପର୍କୀୟଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ ପାଇଁ ପୁଲିସ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ମର୍ଗରୁ ଶବ ବାହାର କରି ପଞ୍ଚନାମା କରିଥିଲେ। ପଞ୍ଚନାମା ଶେଷ ହେବା ପରେ ପୁଲିସ ବ୍ୟବଚ୍ଛେଦ ପାଇଁ ଶବକୁ ଆମ୍ବୁଲାନ୍ସକୁ ନେଉଥିଲାବେଳେ ପରିବାର ଲୋକ ମନାକରିଥିଲେ। ଯେ ପର୍ଯ୍ୟନ୍ତ ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ ଓ ପିସିଆର୍‌ ଭ୍ୟାନ୍‌ ଡ୍ୟୁଟିରେ ଥିବା ଦୁଇ ପୁଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାନଯାଇଛି, ସେ ପର୍ଯ୍ୟନ୍ତ ମର୍ଗରୁ ଶବ ଉଠାଇବେ ନାହିଁ ବୋଲି ରୋକଠୋକ୍‌ ମନା କରିଦେଇଥିଲେ।

ଏହି ଘଟଣାରେ ପୁଲିସ ଗତକାଲି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଉଦିତନଗର ବିରଜାପାଲିର ଅମିତ ପାତ୍ର (୪୦) ଓ ଗୌରୀରାଣି ବିଭାର (୨୫)। କାର୍‌ ଡ୍ରାଇଭର ଓ ଅନ୍ୟମାନେ ଫେରାର ଅଛନ୍ତି। ସମସ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି।

Tags: