ବାପାର କଟୁରୀ ଚୋଟରେ ୩ ବର୍ଷର ଝିଅ ଗୁରୁତର

ବାଙ୍କୀ : ବାପାର କଟୁରୀ ଚୋଟରେ ୩ ବର୍ଷର କୁନି ଝିଅ ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୈଦେଶ୍ୱର ଥାନା ପୁରୁଣାପାଣି ଗାଁରେ । ସ୍ତ୍ରୀକୁ ହାଣିବାକୁ ଉଦ୍ୟମ ବେଳେ ଝିଅ ମୁଣ୍ଡରେ କଟୁରୀ ବାଜିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଗୁରୁତର କୁନି ଝିଅଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ସ୍ତ୍ରୀ ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାର ତଦନ୍ତ କରୁଛି। ଘଟଣା ପରେ ବାପା […]

ବାପାର କଟୁରୀ ଚୋଟରେ ୩ ବର୍ଷର ଝିଅ ଗୁରୁତର
Samaya Live Picture
Published On

ବାଙ୍କୀ : ବାପାର କଟୁରୀ ଚୋଟରେ ୩ ବର୍ଷର କୁନି ଝିଅ ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୈଦେଶ୍ୱର ଥାନା ପୁରୁଣାପାଣି ଗାଁରେ । ସ୍ତ୍ରୀକୁ ହାଣିବାକୁ ଉଦ୍ୟମ ବେଳେ ଝିଅ ମୁଣ୍ଡରେ କଟୁରୀ ବାଜିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଗୁରୁତର କୁନି ଝିଅଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ସ୍ତ୍ରୀ ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାର ତଦନ୍ତ କରୁଛି। ଘଟଣା ପରେ ବାପା ଫେରାର ହୋଇଯାଇଥିବା ବେଳେ ବୈଦେଶ୍ୱର ଥାନା ପୁଲିସ ଖୋଜାଖୋଜି ଆରମ୍ଭ କରିଛନ୍ତି। ପାରିବାରିକ ବିବାଦ ପାଇଁ ଏହି ଘଟଣା ଘଟିଥିବା କୁହାଯାଉଛି । ତେବେ ପୂର୍ବରୁ ବାପା ଜେଲ ଯାଇ ଫେରିଥିବା ଜଣା ପଡିଛି ।

ଘଟଣାନୁସାରେ,ବାଙ୍କୀ ଜଗନ୍ନାଥପୁର ପଞ୍ଚାୟତର ପୁରୁଣାପାଣି ଗ୍ରାମର ବାଙ୍କନିଧି ପଣ୍ଡା ଗତ ୮ ବର୍ଷ ପୂର୍ବେ କାଳିପୋଇ ପଞ୍ଚାୟତର ଚଢେଇବନ୍ଧ ଗ୍ରାମର ଲକ୍ଷ୍ମୀପ୍ରିୟା ବେହେରାଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟଙ୍କର ଗୋଟିଏ ପୁଅ ଓ ଝିଅ ମଧ୍ୟ ହୋଇଥିଲା। ମାତ୍ର ପରବର୍ତ୍ତୀ ସମୟରେପାରିବାରିକ କଳହ ଯୋଗୁଁ ଲକ୍ଷ୍ମୀପ୍ରିୟା ନିଜ ବାପା ଘରକୁ ଚାଲି ଯାଇଥିଲେ । ପୂର୍ବରୁ ଏ ନେଇ ବୈଦେଶ୍ଵର ଥାନାରେ ମାମଲା ମଧ୍ୟ ହୋଇଥିଲା। ଆପୋସ ବୁଝାମଣାରେ ଏହାର ସମାଧାନ କରାଯାଇଥିଲା। ଆଜି ଲକ୍ଷ୍ମୀପ୍ରିୟା ନିଜ ପିଲାଙ୍କ ସହ କଳାପଥର ସ୍ଵାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ। ପୂର୍ବରୁ ଖବର ପାଇଁ ବାଙ୍କନିଧି କଟୁରୀ ଧରି ଲକ୍ଷ୍ମୀପ୍ରିୟାକୁ ହାଣିବା ପାଇଁ ଜଗି ବସିଥିଲେ। ଲକ୍ଷ୍ମୀପ୍ରିୟା ମେଡିକାଲରୁ ବାହାରିବା ପରେ ବାଙ୍କନିଧି ତାଙ୍କୁ ହାଣିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତିନି ବର୍ଷର ଝିଅ ଦେହରେ ଚୋଟ ବାଜିଥିଲା। ଝିଅକୁ ଆସୁ ଚିକିତ୍ସ ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଲକ୍ଷ୍ମୀପ୍ରିୟା ନିଜ ବାପା ଘରକୁ ଫେରିଥିଲେ। ବୈଦେଶ୍ଵର ପୋଲିସ ଏବେ ଘଟଣାର ତଦନ୍ତ ଚଳାଇଛି।

ଅନ୍ୟପଟେ ନାବାଳକ ପୁଅ ଆକ୍ରମଣରେ ବାପା ଗୁରୁତର ହେଇଛନ୍ତି । ଶନିବାର ଦିନ ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବେଲବାରିଆ ଗାଁରେ ଘଟିଛି। ପାରିବାରିକ କଳହରୁ ଉତ୍ୟକ୍ତ ହୋଇ ବାପା କେଶବ ମହାନ୍ତିଙ୍କୁ ତେଲେଙ୍ଗା କଟୁରିରେ ଆକ୍ରମଣ କରିଥିଲା ପୁଅ । ଗୁରୁତର ଅବସ୍ଥାରେ ବାପାଙ୍କୁ ପ୍ରଥମେ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ମାତ୍ର ସେଠାରେ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ନାବାଳକ ପୁଅକୁ ଅଟକ ରଖିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

Tags: