ନକଲି ପ୍ରମାଣପତ୍ର ଘଟଣାରେ ବାପା ଓ ପୁଅ ଗିରଫ

କଳାହାଣ୍ଡି:ନକଲି ପ୍ରମାଣପତ୍ରଯୋଗାଇ ଜେଲ୍‌ ଗଲେ ବାପା,ପୁଅ । ଜଣେ ଡାକମାଷ୍ଟର ଆଉ ଜଣେ ସ୍କୁଲ ମାଷ୍ଟର ଦୁଇଜଣଙ୍କୁ ଗିରଫ କରିଛି ପୋଲିସ । ବାପ ପୁଅ ନକଲି ପ୍ରମାଣ ପ୍ରସ୍ତୁତ କରି ଚାକିରୀ ଆଶାୟୀ ପ୍ରାଥିଙ୍କୁ ଯୋଗାଉଥିଲେ । ଏହି ଦୁଇଜଣ ହେଉଛନ୍ତି ସ୍କୁଲ ଶିକ୍ଷକ ପଦ୍ମନାଭ ମହାନନ୍ଦ ଓ ଡାକ ବିଭାଗ କର୍ମଚାରୀ ପ୍ରଭାତ ମହାନନ୍ଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର । ସୂଚନାନୁସାରେ,ବର୍ତ୍ତମାନ ରାଜ୍ୟରେ ନିଯୁକ୍ତି ପାଇଥିବା ଡାକ କର୍ମଚାରୀ ମାନଙ୍କର ସାର୍ଟିଫିକେଟ […]

Samaya Live Picture
Published On

କଳାହାଣ୍ଡି:ନକଲି ପ୍ରମାଣପତ୍ରଯୋଗାଇ ଜେଲ୍‌ ଗଲେ ବାପା,ପୁଅ । ଜଣେ ଡାକମାଷ୍ଟର ଆଉ ଜଣେ ସ୍କୁଲ ମାଷ୍ଟର ଦୁଇଜଣଙ୍କୁ ଗିରଫ କରିଛି ପୋଲିସ । ବାପ ପୁଅ ନକଲି ପ୍ରମାଣ ପ୍ରସ୍ତୁତ କରି ଚାକିରୀ ଆଶାୟୀ ପ୍ରାଥିଙ୍କୁ ଯୋଗାଉଥିଲେ । ଏହି ଦୁଇଜଣ ହେଉଛନ୍ତି ସ୍କୁଲ ଶିକ୍ଷକ ପଦ୍ମନାଭ ମହାନନ୍ଦ ଓ ଡାକ ବିଭାଗ କର୍ମଚାରୀ ପ୍ରଭାତ ମହାନନ୍ଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ।

ସୂଚନାନୁସାରେ,ବର୍ତ୍ତମାନ ରାଜ୍ୟରେ ନିଯୁକ୍ତି ପାଇଥିବା ଡାକ କର୍ମଚାରୀ ମାନଙ୍କର ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା ଚାଲୁରହିଛି । ଏହି ସମୟରେ ଭବାନୀପଟଣା ଅଞ୍ଚଳରୁ ଜାଲ ସାର୍ଟିଫିକେଟ ଯୋଗାଉଥିବା ଦୁଇ ମାଷ୍ଟର ମାଇଣ୍ଡ ଗିରଫ ହୋଇଛନ୍ତି । ଏମାନେ ହେଲେ ଭବାନୀପଟଣା ସାପସିଲେଟ ସ୍କୁଲର ଶିକ୍ଷକ ପଦ୍ମନାଭ ମହାନନ୍ଦ ଏବଂ କଳାହାଣ୍ଡି ଭବାନୀପାଟଣାର ପୋଷ୍ଟ ମାଷ୍ଟର ପଦ୍ମନାଭଙ୍କ ପୁଅ ପ୍ରଭାତ ମହାନନ୍ଦ ।

ଭବାନୀପାଟଣାରେ ଡାକନିଯୁକ୍ତି ସମୟରେ ଗୁପିଏଟା ଗାଁର ଦୈନିକ ପ୍ରାର୍ଥିଙ୍କ ଠାରୁ ୩୦ ହଜାର ଟଙ୍କା ଦେଇ ନକଲି ପ୍ରମାଣପତ୍ର ଯୋଗାଇ ଦେଇଥିଲେ । ତେବେ ଡାକ କର୍ମଚାରୀଙ୍କର ପ୍ରମାଣପତ୍ର ଯାଞ୍ଚ ବେଳେ ଏହା ନକଲି ବୋଲି ଜଣାପଡିଥିଲା । ଏହି ଘଟଣାରେ ପୋଲିସ ତଦନ୍ତ ସମୟରେ ବାପା ଓ ପୁଅଙ୍କ ସପର୍କଥିବା ଜଣାପଡିଛି । ପୁର୍ବରୁ ମଧ୍ୟ ଏହି ନକଲି ପ୍ରମାଣପତ୍ର ଯୋଗାଇଦେବା ଘଟଣାରେ ଭବାନିପାଟଣା ଡାକବିଭାଗ କର୍ମଚାରି ଛନକ ବାଗ ଗିରଫ ହୋଇଥିଲେ ଏହି ଘଟଣାରେ କଳାହାଣ୍ଡି ପୋଲିସ ଅଧିକ ତଦନ୍ତ ଜାରିରହିଛି।

Tags: