ପାରିବାରିକ କଳହର ଉଗ୍ରରୂପ,ପୁତୁରାର ଆକ୍ରମଣରେ ବାପା ଏବଂ ପୁଅ ମୃତ

ଜଳେଶ୍ୱର : ପାରିବାରିକ କଳହରୁ ନୃଶଂସ ହତ୍ୟାକାଣ୍ଡ I କଟୁରିରେ ହାଣି ବାପା ଏବଂ ପୁଅକୁ ହତ୍ୟା କରିଛି ପୁତୁରା I ସାରା ରାଜ୍ୟ ରଜ ପାଳନରେ ମସଗୁଲ ଥିବାବେଳେ ଏଭଳି ଏକ ଅଭବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ତୁଳସୀବଣି ଗ୍ରାମରେ I ହତ୍ୟା କାଣ୍ଡର ଶିକାର ହୋଇଛନ୍ତି,ବାପା ହାର ବିନ୍ଧାଣି ଏବଂ ତାଙ୍କ ପୁଅ କ୍ରିଷ୍ନା ବିନ୍ଧାଣୀ I ସେମାନଙ୍କୁ ହତ୍ୟା କରିଛି ପୁତୁରା ପ୍ରଫୁଲ୍ଲ ବିନ୍ଧାଣି I ସୂଚନା […]

Samaya Live Picture
Published On

ଜଳେଶ୍ୱର : ପାରିବାରିକ କଳହରୁ ନୃଶଂସ ହତ୍ୟାକାଣ୍ଡ I କଟୁରିରେ ହାଣି ବାପା ଏବଂ ପୁଅକୁ ହତ୍ୟା କରିଛି ପୁତୁରା I ସାରା ରାଜ୍ୟ ରଜ ପାଳନରେ ମସଗୁଲ ଥିବାବେଳେ ଏଭଳି ଏକ ଅଭବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ତୁଳସୀବଣି ଗ୍ରାମରେ I ହତ୍ୟା କାଣ୍ଡର ଶିକାର ହୋଇଛନ୍ତି,ବାପା ହାର ବିନ୍ଧାଣି ଏବଂ ତାଙ୍କ ପୁଅ କ୍ରିଷ୍ନା ବିନ୍ଧାଣୀ I ସେମାନଙ୍କୁ ହତ୍ୟା କରିଛି ପୁତୁରା ପ୍ରଫୁଲ୍ଲ ବିନ୍ଧାଣି I

ସୂଚନା ଅନୁଯାୟୀ,ରଜରେ କାକା ଘରକୁ ବୁଲିବାକୁ ଆସିଥିଲା ହତ୍ୟାକାରୀ ପୁତୁରା ପ୍ରଫୁଲ୍ଲ ବିନ୍ଧାଣି । ଗତକାଲି ରାତିରେ ହାର ବିନ୍ଧାଣୀଙ୍କ ପରିବାର ସହ ତାଙ୍କ ଭାଇଙ୍କର କୌଣସି କଥାକୁ ନେଇ କଥା କଟାକଟି ହୋଇଥିଲା। ତେବେ ଧୀରେ ଧୀରେ ଉଗ୍ର ରୂପ ଧାରଣ କରିଥିଲା । ସେହି ସମୟରେ ହାର ବିନ୍ଧାଣୀଙ୍କ ପୁତୁରା ପ୍ରଫୁଲ ଏକ ଲୁହାରଡରେ ପ୍ରଥମେ କାକାଙ୍କୁ ଆକ୍ରମଣ କରିଥିଲା। ଏହାପରେ ଏକ ଧାରୁଆ କଟୁରୀ ରେ ହାର ବିନ୍ଧାଣୀ ଏବଂ ତାଙ୍କ ପୁଅ କ୍ରିଷ୍ନା ବିନ୍ଧାଣୀଙ୍କୁ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକେ ପ୍ରଥମେ ହାତୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ଵର ହସପିଟାଲକୁ ସ୍ଥାନାନ୍ତର କରା ଯାଇଥିଲା । ସେଠାରେ ଡାକ୍ତର ଉଭୟ ବାପା ଏବଂ ପୁଅ ଚିକିତ୍ସାଧୀନ ଅବସ୍ଥାରେ ମୃତ ଘୋଷଣା କରିଛନ୍ତି। ଖବର ପାଇ ଘଟଣା ସ୍ଥଳରେ ରାଇବଣିଆ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି ।

Tags: