ପୁଅର କୁକର୍ମ ପାଇଁ ବିଷ ପିଇଲେ ବାପା,ମା’
ବ୍ରହ୍ମପୁର : ହତ୍ୟାକାରୀ ର ସହଯୋଗୀ ସାବ୍ୟସ୍ତ ହେଲା ପୁଅ I ଘଟଣା ଜଣା ପଡିବା ପରେ ମର୍ମାହତ ହୋଇ ବିଷ ପିଇଦେଲେ ବାପା ମା’I ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ଶିକୁଳା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା I ବିଷ ପିଇ ଦେବା ଫଳରେ ବାପା ନାରାୟଣ ସ୍ଵାଇଁଙ୍କର କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ଘଟିଥିବାବେଳେ ମା’ଲକ୍ଷ୍ମୀ ସ୍ୱାଇଁଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି I ଘଟନାନୁସାରେ,ଗଞ୍ଜାମ ଜିଲା […]
ବ୍ରହ୍ମପୁର : ହତ୍ୟାକାରୀ ର ସହଯୋଗୀ ସାବ୍ୟସ୍ତ ହେଲା ପୁଅ I ଘଟଣା ଜଣା ପଡିବା ପରେ ମର୍ମାହତ ହୋଇ ବିଷ ପିଇଦେଲେ ବାପା ମା’I ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ଶିକୁଳା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା I ବିଷ ପିଇ ଦେବା ଫଳରେ ବାପା ନାରାୟଣ ସ୍ଵାଇଁଙ୍କର କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ଘଟିଥିବାବେଳେ ମା’ଲକ୍ଷ୍ମୀ ସ୍ୱାଇଁଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି I
ଘଟନାନୁସାରେ,ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ଶିକୁଳା ଗ୍ରାମର ପୂର୍ବତନ ସରପଞ୍ଚ ନନ୍ଦିନୀ ବେହେରାଙ୍କ ଦେଡ଼ଶୁର କାହ୍ନୁଚରଣ ବେହେରା (୫୫)ଙ୍କୁ ଗତ ଶୁକ୍ରବାର ଛୁରି ଭୁସି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶିକୁଳା ଗ୍ରାମର ସନାତନ ପ୍ରଧାନ ହୋଇଥିବା ବେଳେ ତାଙ୍କ ସହଯୋଗୀ ଶିକୁଳାର ସନ୍ତୋଷ ସ୍ବାଇଁ ଥିଲେ I ତେବେ ଏହି ଘଟଣା ଜଣା ପଡିବା ପରେ ବାପା ନାରାୟଣ ସ୍ୱାଇଁ ଓ ମା’ଲକ୍ଷ୍ମୀ ସ୍ୱାଇଁ ମର୍ମାହତ ହୋଇ ବିଷ ପିଇ ଦେଇଥିଲେ I ଫଳରେ ଉଭୟଙ୍କୁ ଚିକିତ୍ସା ଲାଗି କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ନାରାୟଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ଲକ୍ଷ୍ମୀଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୁରୁଷୋତ୍ତମପୁର ଥାନା ଆଇଆଇସି ବିପିନ ବିହାରୀ ହୋତା ମାମଲାର ଅଧିକ ତଦନ୍ତ ଚାଲିଥିବା କହିଛନ୍ତି।




