ସାଂସଦ ସ୍ଵାଧୀନ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ

ଭବାନୀପାଟଣା : ଲୋକସଭା ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ I କଳାହାଣ୍ଡି ଲୋକସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ୁଥିବା ନରେଶ ହିଆଲଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । ଏହି ଆକ୍ରମଣରେ ନରେଶ ହିଆଲ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ନରେଇ ହିଆଲ ପ୍ରଚାର ନିମନ୍ତେ ଭବାନୀପାଟଣା ଯାଉଥିବା ବେଳେ କର୍ଲାପଡ଼ା ନିକଟରେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ । କାର୍‌ରୁ ନରେଶ ହିଆଲ ଓ ଅନ୍ୟ ୨ଜଣ ଓହ୍ଲାଇବା ପରେ ସେମାନଙ୍କୁ ଦୁର୍ବୃତ୍ତମାନେ […]

Samaya Live Picture
Published On

ଭବାନୀପାଟଣା : ଲୋକସଭା ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ I କଳାହାଣ୍ଡି ଲୋକସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ୁଥିବା ନରେଶ ହିଆଲଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । ଏହି ଆକ୍ରମଣରେ ନରେଶ ହିଆଲ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି।

ନରେଇ ହିଆଲ ପ୍ରଚାର ନିମନ୍ତେ ଭବାନୀପାଟଣା ଯାଉଥିବା ବେଳେ କର୍ଲାପଡ଼ା ନିକଟରେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ । କାର୍‌ରୁ ନରେଶ ହିଆଲ ଓ ଅନ୍ୟ ୨ଜଣ ଓହ୍ଲାଇବା ପରେ ସେମାନଙ୍କୁ ଦୁର୍ବୃତ୍ତମାନେ ଠେଙ୍ଗାରେ ନିର୍ଧୂମ ମାଡ଼ ମାରିଥିଲେ। ଗୁରୁତର ଅବସ୍ଥାରେ ନରେଶଙ୍କୁ ଚିକିତ୍ସା ନିମନ୍ତେ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନରେଶ ଏକ ମିଟିଂ ରେ ଯୋଗ ଦେବା ପାଇଁ ଯାଉଥିବା ସମମୟରେ ଏହି ଆକ୍ରମଣ ହୋଇଥିଲା I ତେବେ ନରେଶ ଆକ୍ରମଣକାରୀଙ୍କୁ ଜାଣି ନଥିବାବେଳେ ଏହା ଏକ ରାଜନୈତିକ ହିଂସା ବୋଲି ଅନୁମାନ କରାଯାଉଛି। ଏନେଇ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କର୍ଲାପଡ଼ା ଫାଣ୍ଡିରେ ଏତଲା ହୋଇଛି। ପୁଲିସ ତଦନ୍ତ କରୁଥିବା ସୂଚନା ମିଳିଛି। ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁ ।

Tags: