ମହାଶିବରାତ୍ରୀରେ ମରଣାନ୍ତକ ଆକ୍ରମଣ,ଯାତ୍ରା କଳାକାରଙ୍କ ୨ ଭାଇ ଗୁରୁତର

ବାଲେଶ୍ୱର : ମହା ଶିବରାତ୍ରିରେ ଗଣ୍ଡଗୋଳ । ଶିବ ମନ୍ଦିର ସାମ୍ନାରେ ଯାତ୍ରା କଳାକାରଙ୍କ ୨ ଭାଇଙ୍କୁ ହାଣିଦେଲେ ଦୁର୍ବୁତ୍ତ । ଆକ୍ରମଣର ଶୀକାର ହୋଇଛନ୍ତି ଯାତ୍ରାକଳାକାର ବାପି ପଣ୍ଡାଙ୍କର ଦୁଇ ଭାଇ ବାପୁ ପଣ୍ଡା ଓ ବାବି ପଣ୍ଡା । ଉଭୟଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପରେ ବାବି ପଣ୍ଡାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିବା ସନ୍ଦେହ […]

ମହାଶିବରାତ୍ରୀରେ ମରଣାନ୍ତକ ଆକ୍ରମଣ,ଯାତ୍ରା କଳାକାରଙ୍କ ୨ ଭାଇ ଗୁରୁତର
Samaya Live Picture
Published On

ବାଲେଶ୍ୱର : ମହା ଶିବରାତ୍ରିରେ ଗଣ୍ଡଗୋଳ । ଶିବ ମନ୍ଦିର ସାମ୍ନାରେ ଯାତ୍ରା କଳାକାରଙ୍କ ୨ ଭାଇଙ୍କୁ ହାଣିଦେଲେ ଦୁର୍ବୁତ୍ତ । ଆକ୍ରମଣର ଶୀକାର ହୋଇଛନ୍ତି ଯାତ୍ରାକଳାକାର ବାପି ପଣ୍ଡାଙ୍କର ଦୁଇ ଭାଇ ବାପୁ ପଣ୍ଡା ଓ ବାବି ପଣ୍ଡା । ଉଭୟଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପରେ ବାବି ପଣ୍ଡାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି । ଆକ୍ରମଣ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ବାଲେଶ୍ବର ଟାଉନ ଥାନା ପୋଲିସ ଓ ସିଟି ଡିଏସପି ପହଞ୍ଚି ତଦନ୍ତ କରୁଛନ୍ତି । ଜାଗର ରାତିରେ ବାଲେଶ୍ବର ନାଥପାଣି ଛକରେ ଥିବା ଶିବ ମନ୍ଦିରରେ ୨ ଭାଇ ବସିଥିବାବେଳେ କିଛି ଦୁର୍ବୁତ୍ତ ଆସି ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।

Tags: