ବାପା ଓ ପୁଅକୁ ମରଣାନ୍ତକ ଆକ୍ରମଣ
ପୁରୀ : ଦିନକୁ ଦିନ ପୁରୀରେ ବଢିଚାଲିଛି ଦୁର୍ବୃତ୍ତଙ୍କ ଆତଙ୍କରାଜ । ବାପା ଓ ପୁଅଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ କରିଛନ୍ତି ଦୁର୍ବୁତ୍ତ । ପୁରୀ ବଳିଆପଣ୍ଡା ବାଲିପଡିଆ ଅଞ୍ଚଳରେ ଉଭୟଙ୍କୁ ଖଣ୍ଡାରେ ଆକ୍ରମଣ କରିବା ସହ ତାଙ୍କ ଘର ଉପରକୁ ବୋମାମାଡ଼ କରିଛନ୍ତି ଦୁର୍ବୁତ୍ତ । ଗୁରୁତର ଆହତ ବାପା ଓ ପୁଅ ହେଲେ ସନ୍ଦିପ ସାନିୟଲ୍ ଓ ମୃତ୍ୟୁଞ୍ଜୟ ସାନିୟଲ୍ ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ପୁରୀ ସଦର ମୁଖ୍ୟ […]
ପୁରୀ : ଦିନକୁ ଦିନ ପୁରୀରେ ବଢିଚାଲିଛି ଦୁର୍ବୃତ୍ତଙ୍କ ଆତଙ୍କରାଜ । ବାପା ଓ ପୁଅଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ କରିଛନ୍ତି ଦୁର୍ବୁତ୍ତ । ପୁରୀ ବଳିଆପଣ୍ଡା ବାଲିପଡିଆ ଅଞ୍ଚଳରେ ଉଭୟଙ୍କୁ ଖଣ୍ଡାରେ ଆକ୍ରମଣ କରିବା ସହ ତାଙ୍କ ଘର ଉପରକୁ ବୋମାମାଡ଼ କରିଛନ୍ତି ଦୁର୍ବୁତ୍ତ । ଗୁରୁତର ଆହତ ବାପା ଓ ପୁଅ ହେଲେ ସନ୍ଦିପ ସାନିୟଲ୍ ଓ ମୃତ୍ୟୁଞ୍ଜୟ ସାନିୟଲ୍ ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ ଏବଂ ବୋମାମାଡ଼ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ଦୁର୍ବୁତ୍ତ ମାନେ ଫେରାର ହୋଇଯାଇଛନ୍ତି । ଖବର ପାଇ ବଳିଆ ପଣ୍ଡା ଥାନା ପୋଲିସ ଛାନଭିନ୍ ଆରମ୍ଭ କରିଛି ।




