ମାନସିକ ବିକୃତ ମହିଳାଙ୍କୁ ଦୁଷ୍କର୍ମ ପରେ ମରଣାନ୍ତକ ଆକ୍ରମଣ

ନୟାଗଡ: ମରିଗଲାଣି ମାନବିକତା I ମାନସିକ ବିକୃତ ମହିଳାଙ୍କୁ ଦୁଷ୍କର୍ମ ପରେ ମରଣାନ୍ତକ ଆକ୍ରମଣ । ମହିଳା ଜଣଙ୍କ ଗତକାଲି ରାତିରେ ପିଣ୍ଡାରେ ଶୋଇଥିବା ବେଳେ ତାଙ୍କୁ ଦୁଷ୍କର୍ମ ପରେ ମରଣାନ୍ତକ ଆକ୍ରମଣ କରିଥିଲା ଜଣେ ମାନସିକ ବିକାର ଅସାମାଜିକ ଯୁବକ I ସକାଳେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାରକରି ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଲଜ୍ଜାକର ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଇଟାମାଟିଥାନା ବାଉଅଁଶିଆପଡା ଗାଁରେ । ସୂଚନାନୁସାରେ, ଗାଁର […]

Samaya Live Picture
Published On

ନୟାଗଡ: ମରିଗଲାଣି ମାନବିକତା I ମାନସିକ ବିକୃତ ମହିଳାଙ୍କୁ ଦୁଷ୍କର୍ମ ପରେ ମରଣାନ୍ତକ ଆକ୍ରମଣ । ମହିଳା ଜଣଙ୍କ ଗତକାଲି ରାତିରେ ପିଣ୍ଡାରେ ଶୋଇଥିବା ବେଳେ ତାଙ୍କୁ ଦୁଷ୍କର୍ମ ପରେ ମରଣାନ୍ତକ ଆକ୍ରମଣ କରିଥିଲା ଜଣେ ମାନସିକ ବିକାର ଅସାମାଜିକ ଯୁବକ I ସକାଳେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାରକରି ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଲଜ୍ଜାକର ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଇଟାମାଟିଥାନା ବାଉଅଁଶିଆପଡା ଗାଁରେ ।

ସୂଚନାନୁସାରେ, ଗାଁର ଜଣେ ସ୍ବାମୀ ପରିତ୍ୟକ୍ତା ଏବଂ ମାନସିକ ବିକାରଗ୍ରସ୍ତ ମହିଳା ଗତକାଲି ରାତିରେ ଗାଁ ଦାଣ୍ଡରେ ଜଣେ ବ୍ୟକ୍ତିଙ୍କ ବାରଣ୍ଡାରେ ଶୋଇଥିବାବେଳେ ସେହି ଗାଁର ନିଶାସକ୍ତ ଯୁବକ ତାଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କୁ ଛୁରିମାରି ପଳାଇ ଯାଇଥିଲା। ସକାଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳା ଜଣକ ପଡିଥିବା ଅବସ୍ଥାରେ ଦେଖି ପରିବାର ଲୋକ ତାଙ୍କୁ ନୟାଗଡ ମେଡିକାଲକୁ ଆଣିଥିଲେ । ଖବର ପାଇ ଇଟାମାଟି ପୁଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛି। ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ମହିଳାଙ୍କୁ ପଚାରିବାରୁ‘ପାଣ୍ଡା’ଏଭଳି କରିଥିବା କହିଛନ୍ତି।‘ପାଣ୍ଡା’ସ୍ଥାନୀୟ ଅଞ୍ଚଳର ଜଣେ ଅସାମାଜିକ ନିଶାସକ୍ତ ଗାଡ଼ି ଚାଳକ। ସେ ବ୍ରାଉନ ସୁଗାର ଭଳି ନିଶା କାରବାରରେ ମଧ୍ୟ ସମ୍ପୃକ୍ତ ରହିଥିବା ଜଣାପଡିଛି । ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ପୋଲିସ ଗୁରୁତର ସହ ନେଇଛି Iତେବେ ଏହି ଘଟଣାରେ ଅଭିଯୁକ୍ତ‘ପାଣ୍ଡା’ ସହିତ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ପୋଲିସ ତଦନ୍ତ ଚଳାଇଛି ।

Tags: