ଫସଲହାନୀ କାରଣରୁ ଚାଷୀଙ୍କ ଆତ୍ମହତ୍ୟା
ଗଜପତି : ଫସଲହାନୀ କାରଣରୁ ଚାଷୀଙ୍କ ଆତ୍ମହତ୍ୟା I ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ବ୍ଲକ ଅନ୍ତର୍ଗତ ଫଟା ଚାଂଚଡ଼ା ଗାଁରେ ଇ ମୃତ ଚାଷୀ ଜଣକ ହେଲେ ଗାଁର ଗୌର ଚନ୍ଦ୍ର କାର୍ଜି I ସେ ମକା ଓ ଧାନ ଫସଲ ପାଇଁ ଅନେକ ଋଣରେ ବୁଡି ରହିଥିଲେ ତେବେ ପରିବର୍ତିତ ପାଣି ପାଗ ଯୋଗୁଁ ଫସଲହାନି କାରଣରୁ ଗୌରଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି I […]
ଗଜପତି : ଫସଲହାନୀ କାରଣରୁ ଚାଷୀଙ୍କ ଆତ୍ମହତ୍ୟା I ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ବ୍ଲକ ଅନ୍ତର୍ଗତ ଫଟା ଚାଂଚଡ଼ା ଗାଁରେ ଇ ମୃତ ଚାଷୀ ଜଣକ ହେଲେ ଗାଁର ଗୌର ଚନ୍ଦ୍ର କାର୍ଜି I ସେ ମକା ଓ ଧାନ ଫସଲ ପାଇଁ ଅନେକ ଋଣରେ ବୁଡି ରହିଥିଲେ ତେବେ ପରିବର୍ତିତ ପାଣି ପାଗ ଯୋଗୁଁ ଫସଲହାନି କାରଣରୁ ଗୌରଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି I
ସୂଚନାନୁସରେ,ଅଗଷ୍ଟ ୧୫ ସନ୍ଧ୍ୟାରେ ସେ ନିଜ ଚାଷ ଜମିରୁ ଫେରି କୀଟନାଶକ ପିଇ ଦେଇଥିଲେ I ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ମୋହନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ I ତେବେ ସେଠାରେ ତାଙ୍କ ଅବସ୍ଥା ଶୋଚନୀୟ ହେବାରୁ ତାଙ୍କୁ ବରହମପୁର ଏମକେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଥିଲା I କିନ୍ତୁ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା I ଏନେଇ ବ୍ରହ୍ମପୁର ଏମକେସିଜି ହସ୍ପିଟାଲ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି I




