ପାରିବାରିକ କଳହର କରୁଣ ପରିଣତି

ସମୟ ଲାଇଭ, 22/2 (ହରିଶ ଚନ୍ଦ୍ର ସ):ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଜାମଳା ଗ୍ରାମ ରେ ପାରିବାରିକ ଶତୃତା କୁ ନେଇ ନିଜର ପୁଅ,ବୋହୁ,ଝିଅ, ଜ୍ବାଇଁ ଙ୍କ ଆକ୍ରମଣରେ ବୁଢି ମା ଗୁରୁତର। ସୂଚନା ଅନୁସାରେ ଗତକାଲି ଯାଗର ପର୍ବ ଉପଲକ୍ଷେ ମା ବାଡି ଭିତରେ ଥିବା ନଡ଼ିଆ ଗଛରୁ ଦୁଇଟି ଡାବ ବିଛାଇ ପୂଜାରେ ଲଗାଇଥିଲେ। ଏଖବର ପାଇ ପୁଅ ବୋହୁ ,ଝିଅ ଜ୍ବାଇଁ ଆଜି ଘରେ ପହଞ୍ଚି ମା’କୁ ବିଭିନ୍ନ ପ୍ରକାର ଭାଷା ରେ […]

Samaya Live Picture
Published On

ସମୟ ଲାଇଭ, 22/2 (ହରିଶ ଚନ୍ଦ୍ର ସ):ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଜାମଳା ଗ୍ରାମ ରେ ପାରିବାରିକ ଶତୃତା କୁ ନେଇ ନିଜର ପୁଅ,ବୋହୁ,ଝିଅ, ଜ୍ବାଇଁ ଙ୍କ ଆକ୍ରମଣରେ ବୁଢି ମା ଗୁରୁତର। ସୂଚନା ଅନୁସାରେ ଗତକାଲି ଯାଗର ପର୍ବ ଉପଲକ୍ଷେ ମା ବାଡି ଭିତରେ ଥିବା ନଡ଼ିଆ ଗଛରୁ ଦୁଇଟି ଡାବ ବିଛାଇ ପୂଜାରେ ଲଗାଇଥିଲେ। ଏଖବର ପାଇ ପୁଅ ବୋହୁ ,ଝିଅ ଜ୍ବାଇଁ ଆଜି ଘରେ ପହଞ୍ଚି ମା’କୁ ବିଭିନ୍ନ ପ୍ରକାର ଭାଷା ରେ ଗାଳିଗୁଲଜ କରିଥିଲେ । ମା ଏହାର ପ୍ରତିବାଦ କରିବାରୁ ସମସ୍ତେ ମିଳିମିଶି ମା’କୁ ମାରିଦେବାକୁ ଉଦ୍ୟମ କରିଥିଲେ। ତେବେ ଖବର ପାଇ ଅନ୍ୟ ଏକ ଝିଅ ଘଟଣାସ୍ଥଳରେ ପହଞ୍ଚି ମା’କୁ ଉଦ୍ଧାର କରି ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ କରାଇବା ସହିତ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି। ତେବେ ସାମାନ୍ୟ କଥାକୁ କେନ୍ଦ୍ର କରି ଜଣେ ବୁଢି ମା’କୁ ନିଜର ପୁଅ ଝିଅ ଙ୍କ ମାଡମାରିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Tags: