ବୋହୂର ଠେଙ୍ଗା ମାଡ଼ରେ ଶାଶୁର ହାତ ଭାଙ୍ଗିଲା

ବାଲେଶ୍ୱର : ପାରିବାରିକ କଳହର ଉଗ୍ର ରୂପ I ସମ୍ପତ୍ତି ବିବାଦକୁ ନେଇ ଶାଶୁର ହାତ ଭାଙ୍ଗିଲା ବୋହୁ। ଏଭଳି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ସୋର ବ୍ଲକ କେଦାରପୁର ପଞ୍ଚାୟତ କେଦାରପୁର ଗ୍ରାମରେ ଘଟିଛି। ସମ୍ପତି ବାଡ଼ି ବିବାଦରୁ ପୁତୁରା ବୋହୂର ଠେଙ୍ଗା ମାଡ଼ରେ ଶାଶୁଙ୍କ ହାତ ଭାଙ୍ଗିବା ସହିତ ଗୁରୁତର ହୋଇଛନ୍ତି I ଗୁରୁତର ଆହତ ଶାଶୁଙ୍କୁ ତୁରନ୍ତ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଜାରି ରଖିଛି I […]

Samaya Live Picture
Published On

ବାଲେଶ୍ୱର : ପାରିବାରିକ କଳହର ଉଗ୍ର ରୂପ I ସମ୍ପତ୍ତି ବିବାଦକୁ ନେଇ ଶାଶୁର ହାତ ଭାଙ୍ଗିଲା ବୋହୁ। ଏଭଳି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ସୋର ବ୍ଲକ କେଦାରପୁର ପଞ୍ଚାୟତ କେଦାରପୁର ଗ୍ରାମରେ ଘଟିଛି। ସମ୍ପତି ବାଡ଼ି ବିବାଦରୁ ପୁତୁରା ବୋହୂର ଠେଙ୍ଗା ମାଡ଼ରେ ଶାଶୁଙ୍କ ହାତ ଭାଙ୍ଗିବା ସହିତ ଗୁରୁତର ହୋଇଛନ୍ତି I ଗୁରୁତର ଆହତ ଶାଶୁଙ୍କୁ ତୁରନ୍ତ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଜାରି ରଖିଛି I

ସୂଚନା ମୁତାବକ,ବାଲେଶ୍ୱର ଜିଲ୍ଲା ସୋର ବ୍ଲକ କେଦାରପୁର ପଞ୍ଚାୟତ କେଦାରପୁର ଗ୍ରାମରେ ମାଳତୀ ବେହେରାଙ୍କ ସହିତ ଦିଅର ସୁଦର୍ଶନ ବେହେରାଙ୍କ ବହୁ ପୂର୍ବରୁ ସମ୍ପତ୍ତି ବିବାଦଲାଗି ରହିଛି । ଯାହାକୁ କେନ୍ଦ୍ର କରି ଗତକାଲି ପୁତୁରା ବୋହୁ ରଶ୍ମିତା ବୃଦ୍ଧା ଶାଶୁଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲା। ଯାହାଫଳରେ ଶାଶୂଙ୍କର ହାତ ଭାଙ୍ଗିଯିବା ସହିତ ସେ ତଳେ ପଡି ଗୁରୁତର ହୋଇଥିଲେ । ମାଳତୀଙ୍କୁ ପରିବାର ଲୋକେ ଉଦ୍ଧାର କରି ସୋର ମେଡିକାଲକୁ ନେଇ ବିଚିକିତ୍ସା କରାଇବା ସହିତ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି I

Tags: