ପ୍ରେମ ବିବାହରୁ ବିଭତ୍ସ ହତ୍ୟା,ସମୁଦୁଣୀ ମୃତ

ଜଗତସିଂହପୁର : ଝିଅ ଶ୍ୱଶୁର ଘରେ ପଶି ଅମାନୁଷିକ କାଣ୍ଡ ଭିଆଇଲେ ବାପଘର ଲୋକେ I ଗତକାଲି ବିଳମ୍ବିତ ରାତିରେ ଝିଅ ଜ୍ୱାଇଁଙ୍କ ସହ ସମୁଦୁଣୀଙ୍କୁ କଲେ ମରଣାନ୍ତକ ଆକ୍ରମଣ I ଘଟଣାସ୍ଥଳରେ ସମୁଦୁଣୀଙ୍କ ମୃତ୍ୟୁ ଘଟିଥିବାବେଳେ ଝିଅ,ଜ୍ୱାଇଁ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି I ଏଭଳି ଜଘନ୍ୟ କାଣ୍ଡ ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଓଗରପୁର ଗାଁରେ I ଘଟଣାନୁସାରେ,ଓଗରପୁର ଗାଁର ମାନିଆ ବିଶ୍ୱାଳଙ୍କ ପୁଅ ରାକେଶ ବିଶ୍ୱାଳ […]

Samaya Live Picture
Published On

ଜଗତସିଂହପୁର : ଝିଅ ଶ୍ୱଶୁର ଘରେ ପଶି ଅମାନୁଷିକ କାଣ୍ଡ ଭିଆଇଲେ ବାପଘର ଲୋକେ I ଗତକାଲି ବିଳମ୍ବିତ ରାତିରେ ଝିଅ ଜ୍ୱାଇଁଙ୍କ ସହ ସମୁଦୁଣୀଙ୍କୁ କଲେ ମରଣାନ୍ତକ ଆକ୍ରମଣ I ଘଟଣାସ୍ଥଳରେ ସମୁଦୁଣୀଙ୍କ ମୃତ୍ୟୁ ଘଟିଥିବାବେଳେ ଝିଅ,ଜ୍ୱାଇଁ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି I ଏଭଳି ଜଘନ୍ୟ କାଣ୍ଡ ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଓଗରପୁର ଗାଁରେ I

ଘଟଣାନୁସାରେ,ଓଗରପୁର ଗାଁର ମାନିଆ ବିଶ୍ୱାଳଙ୍କ ପୁଅ ରାକେଶ ବିଶ୍ୱାଳ ପାଖ ଇଚ୍ଛାପୁର ଗାଁର ସୁଭଦ୍ରା ବିଶ୍ୱାଳଙ୍କୁ ପ୍ରେମ ବିବାହ କରିଥିଲେ I ଏହାକୁ ନେଇ ଝିଅ ଘର ଲୋକ ଅସନ୍ତୁଷ୍ଟ ଥିଲେ I ଶ୍ୱଶୁର ଘର ଲୋକେ ବାରମ୍ବାର ଆସି ଝଗଡା କରିବାରୁ ରାକେଶ ସ୍ତ୍ରୀ ସୁଭଦ୍ରାଙ୍କୁ ନେଇ ବାହାରେ ରହୁଥିଲେ I ତେବେ ନିକଟରେ ସେ ଗାଁକୁ ଫେରିଥିଲେ I ଏହାପରେ ଗତକାଲି ବିଳମ୍ବିତ ରାତିରେ ପୁଣି ଝିଅ ଘର ଲୋକେ ପୁଅ ଘରେ ପଶି ଶାଶୁ ମାନିଆ ଏବଂ ଜ୍ୱାଇଁ ରାକେଶ ଏବଂ ଝିଅ ସୁଭଦ୍ରାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ I ଘଟଣାସ୍ଥଳରେ ଝିଅର ଶାଶୁ ମାନିଆଙ୍କର ମୃତ୍ୟୁ ହୋଇଥିବା ବେଳେ ରାକେଶ ବିଶ୍ବାଳ ଓ ତାଙ୍କ ସ୍ତ୍ରୀ ସୁଭଦ୍ରା ବିଶ୍ବାଳ ଗୁରୁତର ହୋଇ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି। ପୁଲିସ ଶବକୁ ଜବତ କରି ନିଜ ହେପାଜତରେ ରଖିଥିବା ଜଣାଯାଇଛି। ବାଲିକୁଦା ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି I

Tags: