ଭିଣୋଇ ଭୁଜାଲି ଚୋଟରେ ଶଳା ମୃତ,୩ ଆହତ

ଭୁବନେଶ୍ୱର : ପାରିବାରିକ କଳହର ଉଗ୍ର ରୂପ । ଭିଣୋଇର ଭୁଜାଲି ଚୋଟରେ ଶାଳକଙ୍କ ମୃତ୍ୟୁ ଘଟିବା ସହିତ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ପ୍ରସନ୍ନ ବିଶ୍ବାଳ । ଭୁଜାଲି ଚୋଟରେ ପ୍ରସନ୍ନଙ୍କ ବଡ ପୁଅ,ସାନପୁଅ ଙ୍କ ସହିତ ଅଭିଯୁକ୍ତ ଭିଣୋଇର ପୁଅ ମଧ୍ୟ ଆହତ ହୋଇଛନ୍ତି । ଆହତ ୩ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତ ବିଳମ୍ବିତ ରାତିରେ ରାଜଧାନୀ ଉପକଣ୍ଠ ଚନ୍ଦକା ସ୍ଥିତ ମେଣ୍ଢାଶାଳ […]

Samaya Live Picture
Published On

ଭୁବନେଶ୍ୱର : ପାରିବାରିକ କଳହର ଉଗ୍ର ରୂପ । ଭିଣୋଇର ଭୁଜାଲି ଚୋଟରେ ଶାଳକଙ୍କ ମୃତ୍ୟୁ ଘଟିବା ସହିତ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ପ୍ରସନ୍ନ ବିଶ୍ବାଳ । ଭୁଜାଲି ଚୋଟରେ ପ୍ରସନ୍ନଙ୍କ ବଡ ପୁଅ,ସାନପୁଅ ଙ୍କ ସହିତ ଅଭିଯୁକ୍ତ ଭିଣୋଇର ପୁଅ ମଧ୍ୟ ଆହତ ହୋଇଛନ୍ତି । ଆହତ ୩ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତ ବିଳମ୍ବିତ ରାତିରେ ରାଜଧାନୀ ଉପକଣ୍ଠ ଚନ୍ଦକା ସ୍ଥିତ ମେଣ୍ଢାଶାଳ ଅଞ୍ଚଳରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ ।

ବୁଧବାର ବିଳମ୍ବିତ ରାତିରେ ହଠାତ ୪ ଜଣଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲା ଅଭିଯୁକ୍ତ । ତେବେ କେଉଁ କାରଣରୁ ଭିଣୋଇ ଏମିତି ରକ୍ତମୁଖା ହୋଇ ଆକ୍ରମଣ କରିଥିଲା,ଏହାର ସଠିକ କାରଣ ଜଣାପଡିନାହିଁ । ଘଟଣାର ଖବର ପାଇ ଚନ୍ଦକା ପୋଲିସ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

Tags: