ଡିଏନ୍ ଗ୍ରୁପ ଉପରେ ଚଢ଼ଉ ବେଳେ ଜବତ ହେଲା କୋଟିଏ ଟଙ୍କାର ଜାଲ ରସିଦ

ଭୁବନେଶ୍ବର: ଡିଏନ୍ ହୋମ୍ସରେ ଆୟକର ବିଭାଗର ବେଳେ କୋଟିଏ ଟଙ୍କାର ଜାଲ ରସିଦ ଜବତ I ଟିକସ ଫାଙ୍କିବା ଅଭିଯୋଗରେ ଗତ କାଲି ଠାରୁ ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ ଉପରେ ଆୟକର ବିଭାଗର ଚଢ଼ଉ ଚାଲିଛି I ଟଙ୍କାଗଣା ମେସିନ ସାହାଯ୍ୟରେ ଗଣା ଚାଲିଛି ଜାଲ୍‌ ନୋଟ୍‌। ଜାଲ୍‌ ନୋଟ୍‌କୁ ନେଇ ଛାନବିନ ଆରମ୍ଭ କରିଛି ଆୟକର ବିଭାଗ। ଏକ୍ସପର୍ଟ ମାନେ ପହଁଚି ଏହି ଜାଲ ନିତ ସବୁ ଚିହ୍ନଟ କରିଛନ୍ତି Iଏହା ସହିତ ପାଖାପାଖି […]

Samaya Live Picture
Published On

ଭୁବନେଶ୍ବର: ଡିଏନ୍ ହୋମ୍ସରେ ଆୟକର ବିଭାଗର ବେଳେ କୋଟିଏ ଟଙ୍କାର ଜାଲ ରସିଦ ଜବତ I ଟିକସ ଫାଙ୍କିବା ଅଭିଯୋଗରେ ଗତ କାଲି ଠାରୁ ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ ଉପରେ ଆୟକର ବିଭାଗର ଚଢ଼ଉ ଚାଲିଛି I ଟଙ୍କାଗଣା ମେସିନ ସାହାଯ୍ୟରେ ଗଣା ଚାଲିଛି ଜାଲ୍‌ ନୋଟ୍‌। ଜାଲ୍‌ ନୋଟ୍‌କୁ ନେଇ ଛାନବିନ ଆରମ୍ଭ କରିଛି ଆୟକର ବିଭାଗ। ଏକ୍ସପର୍ଟ ମାନେ ପହଁଚି ଏହି ଜାଲ ନିତ ସବୁ ଚିହ୍ନଟ କରିଛନ୍ତି Iଏହା ସହିତ ପାଖାପାଖି ୧୦୦ କୋଟି ଟଙ୍କାର ମନି ରିସିପ୍‌ ମଧ୍ୟ ଇନକମ୍ ଟ୍ୟାକ୍ସ ଅଧିକାରୀ ସାଙ୍ଗରେ ନେଇ ଯାଇଛନ୍ତି।

ସୂଚନାଯୋଗ୍ୟ ଡିଏନ୍ ଗ୍ରୁପ ବିରୋଧରେ ଆୟକର ଫାଙ୍କି ନେଇ ଅଭିଯୋଗ ଆସିଥିଲା। ବୁଧବାର ସକାଳୁ ୭ଟି ଟିମ୍ ଭୁବନେଶ୍ବର ନୂଆପଲ୍ଲୀସ୍ଥିତ ଅଫିସ, ଘର, କଟକ ସମେତ ୨୩ଟି ସ୍ଥାନରେ ଚଢ଼ଉ କରିଥିଲା। ସଂସ୍ଥାର ଭୁବନେଶ୍ବର ନୂଆପଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସମେତ ୨୩ଟି ସ୍ଥାନରେ ଚଢ଼ଉ କରାଯାଇଛି। ୟୁନିଟ୍-୪ ପୋଷ୍ଟାଲ କଲୋନିରେ ରହୁଥିବା ସଂସ୍ଥାର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ନଗଦ ୩୦ କୋଟି ଟଙ୍କା ମିଳିଛି। ତିନୋଟି ଟ୍ରଙ୍କ ଓ ଗୋଟିଏ ଆଟାଚିରେ ଥିବା ଟଙ୍କା ଜବତ କରାଯାଇଛି। ଗତକାଲି ଚଢ଼ଉ ସମୟରେ ନଗଦ ୩୦ କୋଟି ଟଙ୍କା ଜବତ ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। ଆଜି ଦ୍ୱିତୀୟ ଦିନରେ ମଧ୍ୟ ଜାରି ରହିଛି ଚନ୍ଦ୍ରଶେଖର ପଣ୍ଡାଙ୍କ ଘରେ ଇନକମ୍ ଟ୍ୟାକ୍ସ ରେଡ଼। ବିଳମ୍ବିତ ରାତି ପର୍ଯ୍ୟନ୍ତ ରେଡ଼ ଚାଲିଥିବା ବେଳେ ଆଜି ସକାଳୁ ଆଉ ଏକ ଟିମ ଆସି ପହଞ୍ଚିଛି। ଟିମ୍‌ ଭିନ୍ନ ଭିନ୍ନ ସ୍ଥାନରେ ରେଡ଼ କରୁଛି। ଆୟକର ବିଭାଗ ମିଳିଥିବା ଟଙ୍କାର ସୋର୍ସ ଖୋଜୁଛି। ଆଜି ସନ୍ଧ୍ୟା ସୁଦ୍ଧା ରେଡ ସରିବା ନେଇ ସୂଚନା।

ସେହିପରି କମ୍ପାନୀ କର୍ମଚାରୀ ଚନ୍ଦ୍ରଶେଖର ଓ ଡିଏନ୍ ଗ୍ରୁପ୍ ମାଲିକ ଜଗଦୀଶ ପ୍ରସାଦ ନାୟକଙ୍କୁ ଆୟକର ଅଧିକାରୀମାନେ ନଗଦ ଟଙ୍କା ସମ୍ପର୍କରେ ପଚରାଉଚରା କରିଛନ୍ତି। ଏତେ ଟଙ୍କା କେଉଁଠୁ ଆସିଲା? କେତେ ଟଙ୍କାର ଟିକସ ଫାଙ୍କିଛନ୍ତି? ସେ ନେଇ ଖୋଳତାଡ଼ ଚଳାଇଛି ତଦନ୍ତକାରୀ ଟିମ୍।

ଅନ୍ୟପଟେ ଅସଲି ଟଙ୍କାଗୁଡିକୁ ୟୁନିଟ-୪ କ୍ବାର୍ଟରରୁ ନେଇଛି ଆଇଟି ବିଭାଗ। ଖୁବଶୀଘ୍ର ଘଟଣାର ତଦନ୍ତ କରିବ ଇଡି। ଗତକାଲି ଚଢାଉ ବେଳେ ୧୧ କୋଟିରୁ ଅଧିକ ନଗଦ ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିଲା। ୩ଟି ଟ୍ରଙ୍କ୍ ଓ ଗୋଟିଏ ଆଟାଚିରୁ କେବଳ ୫୦୦ ଟଙ୍କିଆ ନୋଟ୍ ମିଳିଥିଲା। କମ୍ପାନୀ ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଘରେ ଚଢାଉ କରାଯାଇଥିଲା। ଟିକସ ଫାଙ୍କିବା ଅଭିଯୋଗରେ ୨୨ ସ୍ଥାନରେ ଏକକାଳୀନ ରେଡ୍ କରିଥିଲା ଆୟକର ବିଭାଗ।

Tags: