ନକଲି ‘ନିଟ’ ପରୀକ୍ଷାର୍ଥୀ ଗିରଫ
ଭଦ୍ରକ : ନକଲି ମେଡିକାଲ ପ୍ରବେଶିକା (ନିଟ) ପରୀକ୍ଷାର୍ଥୀ ଗିରଫ I ଅସଲି ପରୀକ୍ଷାର୍ଥୀଙ୍କ ସ୍ଥାନରେ ଆଉଜଣେ ଦେଉଥିଲେ ପରୀକ୍ଷା I ଏମିତି ଜଣେ ନକଲି ପରୀକ୍ଷାର୍ଥୀଙ୍କ ସହିତ ୩ ଜଣଙ୍କୁ ଧରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ I ସୂଚନାନୁସାରେ, ଗତ ରବିବାର ୫ ତାରିଖରେ ଭଦ୍ରକ ସହରର ଏକ ଘରୋଇ ସ୍କୁଲ ରେ ଚାଲିଥିଲା ମେଡିକାଲ ପ୍ରବେଶିକା ପରୀକ୍ଷା I ପରୀକ୍ଷା ବେଳେ ଜଣେ ପରୀକ୍ଷାର୍ଥୀଙ୍କ ଉପରେ ସନ୍ଦେହ ହେବାରୁ ସେଣ୍ଟର ତରଫରୁ ଆଡ଼ମିନିଷ୍ଟ୍ରେଟିଭ ଅଫିସରଙ୍କୁ […]
ଭଦ୍ରକ : ନକଲି ମେଡିକାଲ ପ୍ରବେଶିକା (ନିଟ) ପରୀକ୍ଷାର୍ଥୀ ଗିରଫ I ଅସଲି ପରୀକ୍ଷାର୍ଥୀଙ୍କ ସ୍ଥାନରେ ଆଉଜଣେ ଦେଉଥିଲେ ପରୀକ୍ଷା I ଏମିତି ଜଣେ ନକଲି ପରୀକ୍ଷାର୍ଥୀଙ୍କ ସହିତ ୩ ଜଣଙ୍କୁ ଧରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ I
ସୂଚନାନୁସାରେ, ଗତ ରବିବାର ୫ ତାରିଖରେ ଭଦ୍ରକ ସହରର ଏକ ଘରୋଇ ସ୍କୁଲ ରେ ଚାଲିଥିଲା ମେଡିକାଲ ପ୍ରବେଶିକା ପରୀକ୍ଷା I ପରୀକ୍ଷା ବେଳେ ଜଣେ ପରୀକ୍ଷାର୍ଥୀଙ୍କ ଉପରେ ସନ୍ଦେହ ହେବାରୁ ସେଣ୍ଟର ତରଫରୁ ଆଡ଼ମିନିଷ୍ଟ୍ରେଟିଭ ଅଫିସରଙ୍କୁ ଅବଗତ କରାଯାଇଥିଲା । ତେବେ ଆଡ଼ମିଟକାର୍ଡରେ ପରୀକ୍ଷା ଦେଉଥିବା ନକଲି ପରୀକ୍ଷାର୍ଥୀଙ୍କ ଫଟୋ ଥିଲା । କିନ୍ତୁ ଆଧାର କାର୍ଡ ଯାଞ୍ଚ ବେଳେ ଫିଙ୍ଗର ପ୍ରିଣ୍ଟ୍ ମ୍ୟାଚ କରିନଥିଲା । ପରେ ପୋଲିସ ତଦନ୍ତ କରିବା ବେଳେ ଜଣାପଡିଥିଲା ଯେ ମୟୁରଭଞ୍ଜ ଅଞ୍ଚଳର ଶାଶ୍ୱତ ତ୍ରିପାଠୀ ନିଟ ପରୀକ୍ଷା ଦେଇଥାନ୍ତେ । କିନ୍ତୁ ଅନ୍ୟ ଜଣେ ପରୀକ୍ଷାର୍ଥୀ ପାଇଁ ପ୍ରଥମେ ଆଦିତ୍ୟ କୁମାରଙ୍କ ସହ ଯୋଗାଯୋଗ କରିଥିଲେ ।
ପରେ ରାଜେଶ କୁମାର ମଧୁକର ମାଧ୍ୟମରେ ନକଲି ପରୀକ୍ଷାର୍ଥୀ ଭାବେ କୋଲକତା ମେଡିକାଲ କଲେଜର ତୃତୀୟ ବର୍ଷ ଛାତ୍ର ଅଙ୍କିତରାଜକୁ ଯୋଗାଯୋଗ କରିଥିଲେ । ଗରିବ ଶ୍ରେଣୀର ଛାତ୍ର ହୋଇଥିବାରୁ ମାତ୍ର ୧୦ ଲକ୍ଷ ଟଙ୍କାରେ ପରୀକ୍ଷା ପାଇଁ ଡିଲ୍ ହୋଇଥିଲା । ତେବେ ଯାଞ୍ଚ ବେଳେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ୩ ଜଣ ଫେରାର ଅଛନ୍ତି ।
ଗିରଫଙ୍କ ମଧ୍ୟରେ ବିହାର ଅଞ୍ଚଳର ଅଙ୍କିତରାଜ, ମଧ୍ୟସ୍ଥି ବିହାରର ରାଜେଶ ମଧୁକର ଓ ବିହାରର ପ୍ରେମ ଶଙ୍କର ପାଣ୍ଡେ ଗିରଫ ହୋଇଛନ୍ତି । ୧୦ ଲକ୍ଷ ଟଙ୍କା ନେବା ନେଇ ବ୍ୟାଙ୍କରେ ତଦନ୍ତ ଆରମ୍ଭ ହୋଇଛି । ଅଧିକ ତଦନ୍ତ ପାଇଁ ପୋଲିସ ତଦନ୍ତ କରିବା ସହ ଆଉ ଯେଉଁ ମାନେ ଏଥିରେ ସାମିଲ ହୋଇଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ସଦର ଏସଡିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।




