ଘର ଭିତରେ ଠାବ ହେଲା ନକଲି ମଦ କାରଖାନା, ୨ ଅଟକ

ଅନୁଗୁଳ : ଅନୁଗୁଳରେ ପୁଣି ଠାବ ହେଲା ନକଲି ବିଦେଶୀ ମଦ କାରଖାନା । ବାହାରୁ ଦେଖିଲେ ରାଜ ମହଲ ଭଳି ଘର ଥିବାବେଳେ ଭିତରେ ଚାଲିଥିଲା କାରଖାନା । ଅନୁଗୁଳ ଟାଉନ ଥାନା ପୋଲିସ ଚଢ଼ଉ କରି ୨ ଜଣଙ୍କୁ ଅଟକ ରଖିବା ସହିତ ବିପୁଳ ପରିମାଣ ନକଲି ବିଦେଶୀ ମଦ ତିଆରି ସାମଗ୍ରୀକୁ ଜବତ କରିଛି ।ଏହି ଘଟଣାରେ କାରଖାନାର ମାଲିକ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଅନୁଗୁଳ ଟାଉନ ଥାନା ନିକଟ […]

ଘର ଭିତରେ ଠାବ ହେଲା ନକଲି ମଦ କାରଖାନା, ୨ ଅଟକ
Samaya Live Picture
Published On

ଅନୁଗୁଳ : ଅନୁଗୁଳରେ ପୁଣି ଠାବ ହେଲା ନକଲି ବିଦେଶୀ ମଦ କାରଖାନା । ବାହାରୁ ଦେଖିଲେ ରାଜ ମହଲ ଭଳି ଘର ଥିବାବେଳେ ଭିତରେ ଚାଲିଥିଲା କାରଖାନା । ଅନୁଗୁଳ ଟାଉନ ଥାନା ପୋଲିସ ଚଢ଼ଉ କରି ୨ ଜଣଙ୍କୁ ଅଟକ ରଖିବା ସହିତ ବିପୁଳ ପରିମାଣ ନକଲି ବିଦେଶୀ ମଦ ତିଆରି ସାମଗ୍ରୀକୁ ଜବତ କରିଛି ।ଏହି ଘଟଣାରେ କାରଖାନାର ମାଲିକ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

ଅନୁଗୁଳ ଟାଉନ ଥାନା ନିକଟ ଶିକ୍ଷକପଡ଼ାରେ ଥିବା ସାଇ ମନ୍ଦିରର ନିକଟରେ ଏକ ନକଲି ବିଦେଶୀ ମଦ କରାଖାନା ଚାଲିଥିଲା । ବିଶ୍ୱସ୍ତ ସୂତ୍ରରୁ ପୋଲିସ ଖବର ପାଇ କାରଖାନା ଉପରେ ଅତର୍କିତ ଚଢ଼ଉ କରିଥିଲା ଇ ଏହି ସମୟରେ ଅବିକଳ ଅସଲି ଭଳି ଦେଖାଯାଉଥିବା ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗ ମଦ ବୋତଲ ଅରିଜିନାଲ ମଦ ଷ୍ଟିକର ଲଗାଯାଇଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ବିଦେଶୀ କମ୍ପାନୀର ଦାମୀ ବ୍ରାଣ୍ଡ ଭଳି ପ୍ରସ୍ତୁତ କରାଯାଉଥିଲା ମଦ । ପୋଲିସ ଚଢ଼ଉ କରି ବିପୁଳ ପରିମାଣରେ ମଦ ବୋତଲ, ବସ୍ତା ବସ୍ତା ଟିଫି, ସ୍ପିରିଟ୍ ଏବଂ ଷ୍ଟିକର୍ ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ଜବତ କରିଛି । କାରଖାନା ମାଲିକକୁ ଧରିବାକୁ ଉଦ୍ୟମ ଜାରି ରହିଛି ।

Tags: