ନକଲି ଡାକ୍ତର ଗିରଫ

ରାଉରକେଲା : ସରକାରୀ ଡାକ୍ତରଖାନାରୁ ନକଲି ଡାକ୍ତର ଗିରଫ I ରମେଶ ଝା ନାମରେ ଜଣେ ନକଲି ଡାକ୍ତର ୭ ମାସ ହେବ ରାଉରକେଲା ଆଇଜିଏଚ ର ଡାଏଲିସିସ ବିଭାଗରେ କାମ କରୁଥିଲେ I କିନ୍ତୁ ତାଙ୍କ ଅସଲି ନାଁ ପଦ୍ମନାଭ କାରୁଆ I ତାଙ୍କ ଘର ଝାରଖଣ୍ଡ ଅଞ୍ଚଳରେ ବୋଲି ସୂଚନା ମିଳିଛି I ସେ ଆଉଟ ସୋର୍ସିଂ ସଂସ୍ଥା ରାହି ଦ୍ୱାରା ନିଯୁକ୍ତି ପାଇଥିଲେ I ସୂଚନା ଅନୁସାରେ,ଡିସେମ୍ବର ମାସ ୨୩ ତାରିଖରେ ଝାଡ଼ଖଣ୍ଡ […]

Samaya Live Picture
Published On

ରାଉରକେଲା : ସରକାରୀ ଡାକ୍ତରଖାନାରୁ ନକଲି ଡାକ୍ତର ଗିରଫ I ରମେଶ ଝା ନାମରେ ଜଣେ ନକଲି ଡାକ୍ତର ୭ ମାସ ହେବ ରାଉରକେଲା ଆଇଜିଏଚ ର ଡାଏଲିସିସ ବିଭାଗରେ କାମ କରୁଥିଲେ I କିନ୍ତୁ ତାଙ୍କ ଅସଲି ନାଁ ପଦ୍ମନାଭ କାରୁଆ I ତାଙ୍କ ଘର ଝାରଖଣ୍ଡ ଅଞ୍ଚଳରେ ବୋଲି ସୂଚନା ମିଳିଛି I ସେ ଆଉଟ ସୋର୍ସିଂ ସଂସ୍ଥା ରାହି ଦ୍ୱାରା ନିଯୁକ୍ତି ପାଇଥିଲେ I

ସୂଚନା ଅନୁସାରେ,ଡିସେମ୍ବର ମାସ ୨୩ ତାରିଖରେ ଝାଡ଼ଖଣ୍ଡ ସିଂହଭୂମ ଜିଲ୍ଳାର ନିବାସୀ ପଦ୍ମନାଭ କାରୁଆ ରାଉରକେଲା ଆଇଜିଏଚ ହସ୍ପିଟାଲରେ ନିଯୁକ୍ତି ପାଇଥିଲେ I ସେ ମାସକୁ ୫୦ ହଜାର ଟଙ୍କା ଦରମା ପାଉଥିଲେ I ତେବେ ପଦ୍ମନାଭ ବାଜାଜ ଫାଇନାନ୍ସରୁ ଋଣ ପାଇଁ ଆବେଦନ କରିଥିଲେ। ବାଜାଜ ଫାଇନାନ୍ସର ଅଧିକାରୀ ମାନେ ତାଙ୍କୁ ରାଉଲକେଲା ସରକାରୀ ଡାକ୍ତରଖାନାର ଡାକ୍ତର ଭାବି ତାଙ୍କ ବ୍ୟାଙ୍କ ଆକାଉଁଟକୁ ୧୬ ଲକ୍ଷ ୫୩ ହଜାର ଟଙ୍କା ଟ୍ରାନ୍ସଫର କରିଥିଲେ। କାରଣ ଏ ନେଇ ପ୍ରାରମ୍ଭିକ ଯାଞ୍ଚ ବେଳେ ସେ ନକଲି ଡାକ୍ତର ବୋଲି ଜଣାପଡ଼ିନଥିଲା। ତେବେ ଗତ ୧୫ ତାରିଖରେ ପଦ୍ମନାଭ ଦାଖଲ କରିଥିବା କାଗଜପତ୍ରକୁ ବାଜାଜ୍ ଫାଇନାନ୍ସର ମ୍ୟାନେଜର ଯାଞ୍ଚ କରିଥିବା ବେଳେ ସତ ସାମ୍ନାକୁ ଆସିଥିଲା। ସେ ନକଲି ଡାକ୍ତର ଜାଣିବା ପରେ ଏନେଇ ଏରିଆ ମ୍ୟାନେଜର ରଘୁନାଥପାଲ୍ଲୀ ଥାନରେ ଅଭିଯୋଗ କରିଥିଲେ। ତେଣୁ ଅଭିଯୋଗ ଅନୁଯାୟୀ ନକଲି ଡାକ୍ତରଙ୍କୁ ଗିରଫ କରିଥିଲା ପୋଲିସ।

ନକଲି ଡାକ୍ତର ପଦ୍ମନାଭ କାରୁଆ ଏହାପୂର୍ବରୁ ମଧ୍ୟ ରାଉରକେଲା ବନ୍ଦମୁଣ୍ଡା ରେଲୱେ ହସ୍ପିଟାଲରେ ଏମବିବିଏସ ଡାକ୍ତର ଭାବରେ ନିଯୁକ୍ତି ପାଇଥିଲେ I ତେବେ ସେଠାରେ ତାଂକ କାରନାମା ଜଣାପଡିବା ପରେ ତଡା ଖାଇଥିଲେ I ଏହାପରେ ରାଉରକେଲା ହାଇଟେକ ହସ୍ପିଟାଲରେ ମଧ୍ୟ ନୁଯୁକ୍ତି ପାଇ ଧରାପଡିଥିଲେ I ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ପଦ୍ମନାଭ ରାଉରକେଲା ନୂଆଗାଁ ସରକାରୀ ଡାକ୍ତରଖାନାରେ ଡାକ୍ତର ଭାବରେ ୪ ଵର୍ଷ ଧରି ନିଯୁକ୍ତି ପାଇ ଧରାପଡ଼ିବା ପରେ ଜେଲ ଯାଇଥିଲେ I ତେବେ ଜଣେ ନକଲି ଡାକ୍ତର ବାରମ୍ବାର କିପରି ଭାବରେ ସରକାରୀ ଡାକ୍ତରଖାନା ଗୁଡିକରେ ନିଯୁକ୍ତି ପାଇ ରୋଗୀଙ୍କ ଜୀବନ ସହ ଖେଳୁଥିଲେ ତାହା ଏବେ ପ୍ରଶ୍ନବାଚୀ ହୋଇଛି I

Tags: