ନକଲି ସାର୍ଟିଫିକେଟ ବିକି କୋଟିପତି
ବଲାଙ୍ଗୀର : ପୋଲିସ ଜାଲରେ ନକଲି ସାର୍ଟିଫିକେଟ ର ମାଷ୍ଟରମାଇଣ୍ଡ I ନକଲି ସାର୍ଟିଫିକେଟ ବେପାର କରି ବନିଗଲେ କୋଟିପତି I ଓଡିଶା ସମେତ ବାହାର ରାଜ୍ୟକୁ ମଧ୍ୟ ଲମିଛି ନକଲି ସାର୍ଟିଫିକେଟର ଚେର I ଏହି ନକଲି ସାର୍ଟିଫିକେଟ ଦେଇ ଚାକିରୀ ପାଇଛନ୍ତି ଅନେକ ଛାତ୍ର ଛାତ୍ରୀ I ଶେଷରେ ଆଳୁ ଖୋଳୁ ଖୋଳୁ ମହାଦେବ ପରି ଘଟଣା ଘଟିଛି ସେହି ବଲାଙ୍ଗୀର ସହରରେ I ବଲାଙ୍ଗୀର ସହରରେ ପୋଷ୍ଟ ମାଷ୍ଟର ପାଇଁ ଆବେଦନ କରିଥିବା […]
ବଲାଙ୍ଗୀର : ପୋଲିସ ଜାଲରେ ନକଲି ସାର୍ଟିଫିକେଟ ର ମାଷ୍ଟରମାଇଣ୍ଡ I ନକଲି ସାର୍ଟିଫିକେଟ ବେପାର କରି ବନିଗଲେ କୋଟିପତି I ଓଡିଶା ସମେତ ବାହାର ରାଜ୍ୟକୁ ମଧ୍ୟ ଲମିଛି ନକଲି ସାର୍ଟିଫିକେଟର ଚେର I ଏହି ନକଲି ସାର୍ଟିଫିକେଟ ଦେଇ ଚାକିରୀ ପାଇଛନ୍ତି ଅନେକ ଛାତ୍ର ଛାତ୍ରୀ I ଶେଷରେ ଆଳୁ ଖୋଳୁ ଖୋଳୁ ମହାଦେବ ପରି ଘଟଣା ଘଟିଛି ସେହି ବଲାଙ୍ଗୀର ସହରରେ I ବଲାଙ୍ଗୀର ସହରରେ ପୋଷ୍ଟ ମାଷ୍ଟର ପାଇଁ ଆବେଦନ କରିଥିବା ପ୍ରାର୍ଥୀ ମାନଙ୍କର ସାର୍ଟିଫିକେଟ ଯାଞ୍ଚ କରିବାରୁ ଏହି କଥା ପଦାକୁ ବାହାରିଥିଲା I ନକଲି ସାର୍ଟିଫିକେଟ ବିକିଥିବା ମାଷ୍ଟରମାଇଣ୍ଡ ମନୋଜ ମିଶ୍ରଙ୍କୁ ଗିରଫ କରିଛି ବଲାଙ୍ଗୀର ପୋଲିସ I
ମନୋଜ ମିଶ୍ର ଗ୍ରାହକ ଦେଖି ବିକୁଥିଲେ ନକଲି ପ୍ରମାଣପତ୍ର। ଏ ବାବଦରେ ଚାକିରିର ପଦବୀ ଅନୁଯାୟୀ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଉଥିଲେ । ବହୁ ବର୍ଷ ହେଲା କୋଚିଂ ସେଣ୍ଟର ନାଁରେ ଦୋକାନ କରିଥିଲେ ମନୋଜ ମିଶ୍ର I ଶାନ୍ତିପଡ଼ାରେ ଥିବା କମ୍ପI ଭାଇ ଭୋକେସନାଲ ଟ୍ରେନିଂ ଇନଷ୍ଟିଚ୍ୟୁଟରେ ପୋଲିସ ଚଢଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଅଭିଯୁକ୍ତ ମନୋଜ ସେଠାରେ ସେ ନକଲି ସାର୍ଟିଫିକେଟ ତିଆରି କରି ପୂରା ଅସଲି ଓ ଭେଲିଡ୍ ବୋଲି ଲୋକଙ୍କୁ ଫୁସୁଲାଇ ବିକ୍ରି କରୁଥିଲେ । ଲୋକମାନଙ୍କୁ ଚାକିରିରେ କାମ ଆସିବ ବୋଲି କହି କମାଉ ଥିଲେ ଲକ୍ଷ ଲକ୍ଷ ଟଙ୍କା । ଏବେ ପୁଲିସର ତନାଘନାରେ ସାମ୍ନାକୁ ଆସିଛି ମନୋଜ ମିଶ୍ରଙ୍କ ଅସଲ ଚେହେରା। ମନୋଜ ନକଲି ପ୍ରମାଣପତ୍ର ବିକି ରୋଜଗାର କରିଥିବା ଟଙ୍କାରେ କୋଟି କୋଟି ଟଙ୍କାର ଜମି କିଣିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ନିକଟରେ ୩୦ ଲକ୍ଷରୁ ଅଧିକ ଟଙ୍କାରେ ଏକ ଜମି କିଣିଥିବା ବେଳେ ତାଙ୍କ ୭- ୮ଟି ମୂଲ୍ୟବାନ ପ୍ଲଟ୍ ବଲାଙ୍ଗୀର ଓ ଆଖପାଖରେ କିଣିଥିବା ସୂଚନା ପାଇ ପୁଲିସ ଛାନଭିନ ଚଳାଇଛି। ଗତକାଲି କଲେଜ ଛକର ରିଲାଏନ୍ସ କୋଚିଂ ସେଣ୍ଟରରେ ଚଢଉ ସମୟରେ କମ୍ପଭାଇ ଭୋକେସନାଲ ଟ୍ରେନିଂ ଇନଷ୍ଟିଚ୍ୟୁଟର କିଛି କାଗଜପତ୍ର ବାହାରି ଥିଲା। ଜାଲ ସାର୍ଟିଫିକେଟ ଘଟଣାରେ କିଛି ସମ୍ପର୍କରେ ରହିଛି କି ନାହିଁ ଏନେଇ ତଦନ୍ତ କରୁଛି ଟାଉନ ଥାନା ପୋଲିସର ସ୍ୱତନ୍ତ୍ର ଟିମ୍।
ଏହି ମାମଲାରେ ୨୨ଜଣଙ୍କୁ ଜେରା ଜାରି ରହିଛି। ଜାଲ ସାର୍ଟିଫିକେଟ ନେଇ ୩ଟି ସାଇବର ଟିମ ତନାଘନା ତଦନ୍ତ ଚଳାଇଛନ୍ତି। ଏବେ ଜାଲ ସାର୍ଟିଫିକେଟରେ କିଏ କିଏ ଚାକିରୀ କରୁଛନ୍ତି ଓ କିଏ କିଏ ଜାଲ ସାର୍ଟିଫିକେଟ ନେଇଛନ୍ତି ତାର ତାଲିକା ପ୍ରସ୍ତୁତ କରି ତଦନ୍ତକୁ ଜୋରଦାର କରାଯାଉଛି।.




