ଛାତ୍ରୀ ଅପହରଣ ବିଫଳ,ଧରାପଡ଼ି ଛେଚା ଖାଇଲେ ଯୁବକ
ବାଲେଶ୍ୱର : ଛାତ୍ରୀଙ୍କୁ ଅପହରଣ ଉଦ୍ୟମ କରି ଧରାପଡ଼ିଲେ ଯୁବକ । ପୁରା ସିନେମା ଷ୍ଟାଇଲରେ ଦିନ ଦ୍ବିପହରେ ବନ୍ଧୁକ ଦେଖାଇ ଛାତ୍ରୀଙ୍କୁ ଅପହରଣ ପାଇଁ ହୋଇଥିଲା ଉଦ୍ୟମ । ଏହି ସମୟରେ ଯୁବକଙ୍କୁ ଧରି ନିର୍ଧୂମ ଛେଚିଛନ୍ତି ସ୍ଥାନୀୟ ଲୋକେ। ପରେ ଯୁବକଙ୍କୁ ପୁଲିସ ଜିମାରେ ଦେଲେ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା କମର୍ଦା ଥାନା ଅନ୍ତର୍ଗତ ପୀର୍ ପଡ଼ିଆରେ। ସଂପୃକ୍ତ ଯୁବକ ଜଣକ ହେଲେ ମହାଗୋବ ଅଞ୍ଚଳର ବ୍ରଜ ଗୋପାଳ ଦାସ । ଏକ […]
ବାଲେଶ୍ୱର : ଛାତ୍ରୀଙ୍କୁ ଅପହରଣ ଉଦ୍ୟମ କରି ଧରାପଡ଼ିଲେ ଯୁବକ । ପୁରା ସିନେମା ଷ୍ଟାଇଲରେ ଦିନ ଦ୍ବିପହରେ ବନ୍ଧୁକ ଦେଖାଇ ଛାତ୍ରୀଙ୍କୁ ଅପହରଣ ପାଇଁ ହୋଇଥିଲା ଉଦ୍ୟମ । ଏହି ସମୟରେ ଯୁବକଙ୍କୁ ଧରି ନିର୍ଧୂମ ଛେଚିଛନ୍ତି ସ୍ଥାନୀୟ ଲୋକେ। ପରେ ଯୁବକଙ୍କୁ ପୁଲିସ ଜିମାରେ ଦେଲେ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା କମର୍ଦା ଥାନା ଅନ୍ତର୍ଗତ ପୀର୍ ପଡ଼ିଆରେ। ସଂପୃକ୍ତ ଯୁବକ ଜଣକ ହେଲେ ମହାଗୋବ ଅଞ୍ଚଳର ବ୍ରଜ ଗୋପାଳ ଦାସ । ଏକ ତରଫା ପ୍ରେମରୁ ଯୁବକ ଜଣଙ୍କ ଏହି ଭଳି କାଣ୍ଡ ଭିଆଇଥିବା ଜଣାପଡିଛି ।
ସୂଚନାନୁସାରେ,ବାଲେଶ୍ୱର କମର୍ଦା ଥାନା ପୀର ପଡ଼ିଆ ସୁରେନ୍ଦ୍ରନାଥ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ରୀ ଜଣଙ୍କ ଯୋଗ ଦେଇଥିଲେ। ବ୍ରଜ ଗୋପାଳ ପଡ଼ିଆରେ ପହଞ୍ଚି ଛାତ୍ରୀ ଜଣଙ୍କୁ ବନ୍ଧୁକ ଦେଖାଇ ଅପହରଣ କରିବା ପାଇଁ ଉଦ୍ୟମ କରିଥିଲେ। ଠିକ୍ ଏତିକି ବେଳେ ହଠାତ ଜଣେ ଯୁବକ ପଡିଆ ଭିତରକୁ ବନ୍ଧୁକ ଧରି ପଶି ଆସିବାରୁ ଛାତ୍ର ଛାତ୍ରୀ ମାନେ ଭୟଭୀତ ହୋଇ ଯାଇଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଯୁବକକୁ କାବୁ କରି କମର୍ଦ୍ଦା ପୋଲିସକୁ ଖବର ଦେଇଥିଲେ, ଯୁବକ ଜଣଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ୍ । ବ୍ରଜ ଗୋପାଳ ଠାରୁ ଗୋଟିଏ ବନ୍ଧୁକ ସହ ୨ଟି ଗୁଳି ଜବତ କରାଯାଇଛି।




