ଅଧ୍ୟାପିକା ଗିରଫ
ମୟୁରଭଞ୍ଜ : ଜଣେ ଶିକ୍ଷକ ହରାଇଲେ ନିଜର ନୈତିକ ମୂଲ୍ୟବୋଧ I ପାଠ ପଢ଼ି ପିଲାଙ୍କୁ ଉଚିତ ମାର୍ଗ ଦେଖାଇବା ବଦଳରେ ନିଜେ ଅବାଟକୁ ଯାଇଛନ୍ତି I ଧରାପଡିଲା ଅଧ୍ୟାପିକାଙ୍କ କାରସାଦି I ନକଲି ପରୀକ୍ଷାର୍ଥୀ ସାଜି ଦେଉଥିଲେ ପରୀକ୍ଷା I ଜଣେ ଅଧ୍ୟାପିକା ହୋଇ ନିଜେ ସାଜିଥିଲେ ଛାତ୍ରୀ। ଖାଲି ପରୀକ୍ଷା ଦେଇ ନଥିଲେ ପରୀକ୍ଷା ଖାତାରେ ଜାଲ କରି ପରୀକ୍ଷା ନିୟନ୍ତ୍ରକଙ୍କ ସାଇନ ମଧ୍ୟ କରିଥିଲେ I ଆଉ ଏବେ ଗିରଫ ହୋଇ ଜେଲ୍ […]
ମୟୁରଭଞ୍ଜ : ଜଣେ ଶିକ୍ଷକ ହରାଇଲେ ନିଜର ନୈତିକ ମୂଲ୍ୟବୋଧ I ପାଠ ପଢ଼ି ପିଲାଙ୍କୁ ଉଚିତ ମାର୍ଗ ଦେଖାଇବା ବଦଳରେ ନିଜେ ଅବାଟକୁ ଯାଇଛନ୍ତି I ଧରାପଡିଲା ଅଧ୍ୟାପିକାଙ୍କ କାରସାଦି I ନକଲି ପରୀକ୍ଷାର୍ଥୀ ସାଜି ଦେଉଥିଲେ ପରୀକ୍ଷା I ଜଣେ ଅଧ୍ୟାପିକା ହୋଇ ନିଜେ ସାଜିଥିଲେ ଛାତ୍ରୀ। ଖାଲି ପରୀକ୍ଷା ଦେଇ ନଥିଲେ ପରୀକ୍ଷା ଖାତାରେ ଜାଲ କରି ପରୀକ୍ଷା ନିୟନ୍ତ୍ରକଙ୍କ ସାଇନ ମଧ୍ୟ କରିଥିଲେ I ଆଉ ଏବେ ଗିରଫ ହୋଇ ଜେଲ୍ ଗଲେ ୪୨୦ ଅଧ୍ୟାପିକା। ଅଧ୍ୟାପିକା ଜଣଙ୍କ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ଉଦଳା ରାଢୋ ଲୁଇପା ଡିଗ୍ରୀ କଲେଜ ଓଡ଼ିଆ ବିଭାଗର ଅଧ୍ୟାପିକା ତୁଳିକା ଆଶ।
ସୂଚନାନୁସାରେ,ଗତ ଜୁଲାଇ ୨୭ ତାରିଖରେ ଜୁଲୋଜି ବିଭାଗର ୪ର୍ଥ ସେମିଷ୍ଟାର ପରୀକ୍ଷା ଚାଲିଥିଲା I ପରୀକ୍ଷା ଦେବାକୁ ଆସିନଥିବା ଜଣେ ଛାତ୍ରୀଙ୍କ ଖାତାରେ ଅଧ୍ୟାପିକା ତୁଳିକା ଆଶ ନିଜେ ଉତ୍ତର ଲେଖିବା ସହିତ ପରୀକ୍ଷା ନିୟନ୍ତ୍ରକଙ୍କ ଜାଳି ଦସ୍ତଖତ ମଧ୍ୟ କରିଥିଲେ I ଏହା କଲେଜ ପ୍ରିନ୍ସପାଲ ଜାଣିବା ପରେ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ I ମାତ୍ର ଅଧ୍ୟାପିକା ଏଥିରେ ଉତ୍କ୍ଷିପ୍ତ ହୋଇ ପ୍ରିନ୍ସପାଲଙ୍କ ସହିତ ଯୁକ୍ତି ତର୍କ କରିଥିଲେ I ଏନେଇ କଲେଜ ପ୍ରିନସିପାଲ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତଦନ୍ତ ପରେ ପୋଲିସ ଅଧ୍ୟାପିକା ତୁଳିକା ଆଶଙ୍କ ଗିରଫ କରିଛି ଉଦଳା ପୋଲିସ ।




