ଭିଜିଲାନ୍ସ ଜାଲରେ ଆଖି ଡାକ୍ତର
ସୋନପୁର : ମୋତିଆବିନ୍ଦୁ ଅପରେସନ ପାଇଁ ଟଙ୍କା ଲାଞ୍ଚନେଇ ଧରାପଡ଼ିଲେ ଚକ୍ଷୁ ଡାକ୍ତର I ୫୫୦୦ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସଞ୍ଜୀବ କର। ତେବେ ଲାଞ୍ଚ ଟଙ୍କା ସେ ଜଣେ ମଧ୍ୟସ୍ଥିଙ୍କ ଠାରୁ ନେଉଥିବାବେଳେ ଧରାପଡ଼ିଛନ୍ତି I ଆଉଟଡୋରରେ ଉଲୁଣ୍ଡା ଥାନା ଜଲୋଏ ଗ୍ରାମର ହାଡୁ ପ୍ରଧାନଙ୍କ ଠାରୁ ସେ ୫ଏହି ଲାଞ୍ଚ ଟଙ୍କା ନେଉଥିଲେ । ଏହି ସମୟରେ ପୂର୍ବରୁ ଘଟଣାସ୍ଥଳରେ […]
ସୋନପୁର : ମୋତିଆବିନ୍ଦୁ ଅପରେସନ ପାଇଁ ଟଙ୍କା ଲାଞ୍ଚନେଇ ଧରାପଡ଼ିଲେ ଚକ୍ଷୁ ଡାକ୍ତର I ୫୫୦୦ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସଞ୍ଜୀବ କର। ତେବେ ଲାଞ୍ଚ ଟଙ୍କା ସେ ଜଣେ ମଧ୍ୟସ୍ଥିଙ୍କ ଠାରୁ ନେଉଥିବାବେଳେ ଧରାପଡ଼ିଛନ୍ତି I ଆଉଟଡୋରରେ ଉଲୁଣ୍ଡା ଥାନା ଜଲୋଏ ଗ୍ରାମର ହାଡୁ ପ୍ରଧାନଙ୍କ ଠାରୁ ସେ ୫ଏହି ଲାଞ୍ଚ ଟଙ୍କା ନେଉଥିଲେ । ଏହି ସମୟରେ ପୂର୍ବରୁ ଘଟଣାସ୍ଥଳରେ ଜଗିଥିବା ଭିଜିଲାନ୍ସ ଟିମ୍ ଡାକ୍ତର ସଞ୍ଜୀବ କରଙ୍କୁ ମାଡ଼ିବସିଥିଲା। ତାଙ୍କଠାରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ ହୋଇଛି। ଅଭିଯୋଗକାରୀ ହାଡୁଙ୍କ ସମ୍ପର୍କୀୟ କାକା ଲକ୍ଷ୍ମଣ ତ୍ରିପାଠୀଙ୍କ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ଲାଞ୍ଚ ନେଉଥିଲେ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସଞ୍ଜୀବ କର। ଏବେ ଭିଜିଲାନ୍ସ ଟିମ୍ ଡାକ୍ତର ସଞ୍ଜୀବ କରଙ୍କ ସରକାରୀ କ୍ବାର୍ଟର ଓ ବଲାଙ୍ଗୀର ସୁଦପଡ଼ାରେ ଥିବା ବାସଭବନରେ ଚଢ଼ଉ କରୁଥିବା ଜଣାଯାଇଛି।




