ପୂର୍ବତନ ମନ୍ତ୍ରୀ ନଵ ଦାସଙ୍କ ମୃତ୍ୟୁକୁ ନେଇ ସନ୍ତୋଷ ସିଂ ସାଲୁଜାଙ୍କ ବିସ୍ଫୋରକ ବୟାନ
ଝାରସୁଗୁଡା : ହତ୍ୟା ପୂର୍ବରୁ ନବଙ୍କୁ ଦିଆଯାଇଥିଲା ୱାର୍ଣିଂ । ଝାରସୁଗୁଡା କୋଲ ବ୍ଲକରୁ ଦୁରେଇ ଯିବାକୁ କୁହାଯାଇଥିଲା । ସେତେବେଳର ଝାରସୁଗୁଡା ଏସପି ଏବଂ କଲେକଟର ନବ ଦାସଙ୍କୁ ଏହି କଥା କହିଥିଲେ । ନଵ ଦାସଙ୍କ ମୃତ୍ୟୁକୁ ନେଇ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା । ସେ କହିଛନ୍ତି ନବ ଦାସଙ୍କ ହତ୍ୟା ପଛରେ ରହିଛି ବଡ଼ ଷଡଯନ୍ତ୍ର । ସିବିଆଇ ତଦନ୍ତ ହେଲେ ଷଡଯନ୍ତ୍ର ପଦାକୁ […]
ଝାରସୁଗୁଡା : ହତ୍ୟା ପୂର୍ବରୁ ନବଙ୍କୁ ଦିଆଯାଇଥିଲା ୱାର୍ଣିଂ । ଝାରସୁଗୁଡା କୋଲ ବ୍ଲକରୁ ଦୁରେଇ ଯିବାକୁ କୁହାଯାଇଥିଲା । ସେତେବେଳର ଝାରସୁଗୁଡା ଏସପି ଏବଂ କଲେକଟର ନବ ଦାସଙ୍କୁ ଏହି କଥା କହିଥିଲେ । ନଵ ଦାସଙ୍କ ମୃତ୍ୟୁକୁ ନେଇ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା । ସେ କହିଛନ୍ତି ନବ ଦାସଙ୍କ ହତ୍ୟା ପଛରେ ରହିଛି ବଡ଼ ଷଡଯନ୍ତ୍ର । ସିବିଆଇ ତଦନ୍ତ ହେଲେ ଷଡଯନ୍ତ୍ର ପଦାକୁ ଆସିବ । ଷଡ଼ଯନ୍ତ୍ର ପଛରେ କିଏ, CBI ତଦନ୍ତ ହେଲେ ୨ ଅଫିସର କହିପାରିବେ। ଏବେ ବି ମୁଁ ସିବିଆଇ ତଦନ୍ତ ହେଲେ ଷଡ଼ଯନ୍ତ୍ର ପଦାକୁ ଆସିପାରିବ କହୁଛି। ଗୋପାଳ ହତ୍ୟା କରିଥିଲା ନା କରାଯାଇଥିଲା ଜଣାପଡ଼ିବ। ସାଲୁଜା ଆହୁରି କହିଛନ୍ତି କି କୋଲ ବ୍ଲକରୁ ନବଙ୍କ ହତ୍ୟା ମାମଲାର ରହସ୍ୟ ଖୋଲିପାରେ ।
ସୂଚନା ଅନୁସାରେ, ନବଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଆଉ ମାତ୍ର ଅଳ୍ପ ଦିନ ଥିବାବେଳେ ତାଙ୍କର ହତ୍ୟା ପଛର କାରଣ ଏବେବି ଅସ୍ପଷ୍ଟ ରହିଛି ।
ଅନ୍ୟପଟେ ନବ ଦାସ ହତ୍ୟାକାଣ୍ଡକୁ ନେଇ କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର କହିଛନ୍ତି ଯେ ପରିବାର ଲୋକ ଲିଖିତ ଭାବେ ଜଣାଇଲେ ପରବର୍ତ୍ତୀ ପଦକ୍ଷେପ ନେଇ ନିଷ୍ପତି ନିଆଯିବ। ନବ ଦାସଙ୍କ ପରିବାର ଲୋକ ତଦନ୍ତ ସଂକ୍ରାନ୍ତରେ କିଛି ଲିଖିତ ଭାବେ ଜଣାଇନାହାନ୍ତି। ତେଣୁ ଲିଖିତ ଭାବେ ଜଣାଇବା ପରେ ହିଁ ପରବର୍ତ୍ତୀ ପଦକ୍ଷେପ ନେବା ସମ୍ଭବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ନବ ଦାସ ହତ୍ୟା ଘଟଣାର ତଦନ୍ତ ସରିଛି ଯାହା ତଥ୍ୟ ପ୍ରମାଣ ମିଳିଛି କୋର୍ଟଙ୍କୁ ଜଣାଇ ଦିଆଯାଇଛି ଏବଂ ପୁନଃ ତଦନ୍ତ ନେଇ କୌଣସି ନିଷ୍ପତି ହୋଇନାହିଁ। ତେବେ ଲିଖିତ ଭାବରେ ଜଣାଇଲା ପରେ ହିଁ ପରବର୍ତ୍ତୀ ପଦକ୍ଷେପ ନେବା ସମ୍ଭବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି ।




