ନମାଜ ସମୟରେ ମସଜିଦ ରେ ବିସ୍ଫୋରଣ :୨୫ ରୁ ଉର୍ଧ୍ଵ ମୃତ,୪୦ ଆହତ

ଆଫଗାନିସ୍ତାନର ଏକ ମସଜିଦ ରେ ଭୟଙ୍କର ବିସ୍ଫୋରଣ I ଗତକାଲି ବୁଧବାର କାବୁଲରେ ହୋଇଥିବା ଏହି ବିସ୍ଫୋରଣରେ ୨୫ ରୁ ଉର୍ଧ୍ଵ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏଥିରେ ୪୦ ଜଣ ଆହତ ହୋଇଥିବା ଆଶଙ୍କା କରାଯାଉଛି। ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଏକ ମସଜିଦ ରେ ନମାଜ ପାଠ ସମୟରେ ଏହି ବିସ୍ଫୋରଣ ଘଟିଛି I ଏଥିରେ ମସଜିଦ ର ଇମାମ ମଧ୍ୟ ନିହତ ହୋଇଛନ୍ତି I କାବୁଲ ସୁରକ୍ଷା କମାଣ୍ଡର ମୁଖପାତ୍ର ଖଲିଦ ଜରଦାନ କହିଛନ୍ତି […]

Samaya Live Picture
Published On

ଆଫଗାନିସ୍ତାନର ଏକ ମସଜିଦ ରେ ଭୟଙ୍କର ବିସ୍ଫୋରଣ I ଗତକାଲି ବୁଧବାର କାବୁଲରେ ହୋଇଥିବା ଏହି ବିସ୍ଫୋରଣରେ ୨୫ ରୁ ଉର୍ଧ୍ଵ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏଥିରେ ୪୦ ଜଣ ଆହତ ହୋଇଥିବା ଆଶଙ୍କା କରାଯାଉଛି। ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଏକ ମସଜିଦ ରେ ନମାଜ ପାଠ ସମୟରେ ଏହି ବିସ୍ଫୋରଣ ଘଟିଛି I ଏଥିରେ ମସଜିଦ ର ଇମାମ ମଧ୍ୟ ନିହତ ହୋଇଛନ୍ତି I
କାବୁଲ ସୁରକ୍ଷା କମାଣ୍ଡର ମୁଖପାତ୍ର ଖଲିଦ ଜରଦାନ କହିଛନ୍ତି ଯେ, ଘଟଣାସ୍ଥଳରେ ସୁରକ୍ଷା କର୍ମୀ ପହଞ୍ଚିଛନ୍ତି। ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି କି ଏହାର କାରଣ ଜଣାପଡ଼ି ନାହିଁ। ଖବରରୁ ଯାହା ଜଣା ପଡିଛି ତାଲିବାନ କ୍ଷମତାକୁ ଫେରିବା ପରେ ତାଲିବାନର ପ୍ରତିଦ୍ୱନ୍ଦ୍ୱୀ ଆଇଏସ ଗତ କିଛି ଦିନ ମଧ୍ୟରେ ଆଫଗାନିସ୍ତାନରେ ଆକ୍ରମଣକୁ ଜୋରଦାର କରିଛି। ଏବଂ ଏହି ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପଛରେ ଥିବା ସନ୍ଦେହ କରାଯାଉଛି।

Tags: