ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା , ଶରତ ନାୟକଙ୍କୁ ଜେରା

ଜଗତସିଂପୁର : ମାହାଙ୍ଗାରେ ନାବାଳିକା ମୃତ୍ୟୁ ଘଟଣାରେ ନିଲମ୍ବିତ ବିଜେଡି ନେତା ଶରତ ନାୟକଙ୍କୁ ପଚରାଉଚରା କରିଛି ପୋଲିସ । ମାହାଙ୍ଗା ଥାନାରେ ଶରତ ନାୟକଙ୍କୁ ପଚରାଉଚରା ହୋଇଛି। ଏହି ଘଟଣାରେ ସାମ୍ନାକୁ ଆସିଥିବା ଅଡ଼ିଓ କ୍ଲିପକୁ ମଧ୍ୟ ଯାଞ୍ଚ କରାଯିବ । ସମ୍ପୂର୍ଣ୍ଣ ଯାଞ୍ଚ ରିପୋର୍ଟ ଆସିବା ପରେ ତଦନ୍ତକରାଯିବ ବୋଲି କହିଛନ୍ତି କଟକ ଜିଲ୍ଲା ଏସପି ମିହିର ପଣ୍ଡା । ସୂଚନାନୁସାରେ ଗତ ଜୁନ ୧୮ ତାରିଖରେ ଗୋକନ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀଙ୍କର […]

Samaya Live Picture
Published On

ଜଗତସିଂପୁର : ମାହାଙ୍ଗାରେ ନାବାଳିକା ମୃତ୍ୟୁ ଘଟଣାରେ ନିଲମ୍ବିତ ବିଜେଡି ନେତା ଶରତ ନାୟକଙ୍କୁ ପଚରାଉଚରା କରିଛି ପୋଲିସ । ମାହାଙ୍ଗା ଥାନାରେ ଶରତ ନାୟକଙ୍କୁ ପଚରାଉଚରା ହୋଇଛି। ଏହି ଘଟଣାରେ ସାମ୍ନାକୁ ଆସିଥିବା ଅଡ଼ିଓ କ୍ଲିପକୁ ମଧ୍ୟ ଯାଞ୍ଚ କରାଯିବ । ସମ୍ପୂର୍ଣ୍ଣ ଯାଞ୍ଚ ରିପୋର୍ଟ ଆସିବା ପରେ ତଦନ୍ତକରାଯିବ ବୋଲି କହିଛନ୍ତି କଟକ ଜିଲ୍ଲା ଏସପି ମିହିର ପଣ୍ଡା ।

ସୂଚନାନୁସାରେ ଗତ ଜୁନ ୧୮ ତାରିଖରେ ଗୋକନ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀଙ୍କର ଅସ୍ୱାଭାବିକ ମୃତ୍ୟୁ ଘଟିଥିଲା I ଝିଅ ବାତ ରୋଗରେ ମରିଛି କହି ପରିବାର ଲୋକେ କାହାକୁ କିଛି ନଜଣାଇ ଶବ ପୋଡି ଦେଇ ପାଉଁଶକୁ ନଦୀରେ ବିସର୍ଜନ କରିଦେଇଥିଲେ I ତେବେ ୨ ମାସ ପରେ ଏହି ଘଟଣା ସାମନାକୁ ଆସିଥିଲା I ଯେତେବେଳେକି ଏଥିରେ ଶାସକ ଦଳର ପୂର୍ବତନ ପଞ୍ଚାୟତ ସମିତି ସଦସ୍ୟ ଶରତ ନାୟକଙ୍କ ଏକ ଅଡିଓ କ୍ଲିପ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା I ଶରତ ନାୟକ ଗୋକନ ହାଇସ୍କୁଲର ଖେଳ ଶିକ୍ଷକ ତଥା ଝିଅର ପ୍ରେମିକ ଅନୁପମ ରାୟଙ୍କ ମା’ ସହ କଥା ହେଉଥିବାରଜଣ ପଡିଥିଲା I ଏଥିରେ ସେ ଅନୁପମଙ୍କ ମା’ଙ୍କ ଠାରୁ ପଇସା ମାଗୁଥିବା ଏବଂ ପୋଲିସ ସହ କଥା ହୋଇ ଶବ ବ୍ୟବଚ୍ଛେଦ କରାଇନଥିବା ସ୍ପଷ୍ଟ ଭାବେ କହୁଥିବାର ଶୁଣାଯାଇଥିଲା ।

ନାବାଳିକାର ସନ୍ଦେହଜନକ ମୃତ୍ୟୁ ମାମଲାରେ ଅଡିଓ ଭାଇରାଲ ପରେ ବିବାଦୀୟ ହୋଇଥିଲେ ଶରତ। କାଲି ଶରତଙ୍କୁ ବିଜେଡିରୁ ନିଲମ୍ବିତ କରିଥିଲେ ଜିଲ୍ଲା ସଭାପତି। ଏପଟେ ମାମଲାର ସବୁ ଦିଗରୁ ତଦନ୍ତ ହେବ ବୋଲି କଟକ ଗ୍ରାମାଞ୍ଚଳ ଏସ୍‌ପି କହିଛନ୍ତି।

ଅନ୍ୟପଟେ ନାବାଳିକା ମୃତ୍ୟୁର ୨ ଦିନ ପରେ ମାହାଙ୍ଗା କଂଗ୍ରେସ ନେତା ଦେବେନ୍ଦ୍ର ସାହୁ ତତ୍କାଳୀନ ଗ୍ରାମାଞ୍ଚଳ ଏସପି.ବି.ଯୁଗଳ କିଶୋର ବନାଥଙ୍କୁ ଅଭିଯୋଗ କରିଥିଲେ I ଏସପିଙ୍କ ନିର୍ଦେଶକ୍ରମେ,ମାହାଙ୍ଗା ଥାନା ପୋଲିସ ତଦନ୍ତ କରି ଏହା ଏକ ସ୍ୱାଭାବିକ ମୃତ୍ୟୁ ଘଟଣା କହି କେଶ ବନ୍ଦ କରିଦେଇଥିଲା I

ଏପରି ସ୍ଥିତିରେ ପୋଲିସର ଭୂମିକା ସନ୍ଦେହ ଘେରକୁ ଆସିଛିି । ଘଟଣାରେ ସମ୍ପୃକ୍ତ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ। ତଦନ୍ତ ପରେ ଯାହା ରେଜଲ୍ଟ ଆସିବ ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି ଏସ୍‌ପି କହିଛନ୍ତି।

Tags: