ମହଙ୍ଗା ପଡିଲା ଜାଲ ଜାତିଗତ ପ୍ରମାଣପତ୍ରରେ ଚାକିରୀ , ଡାକ୍ତର ଗିରଫ
ସେମିଳିଗୁଡ଼ା : ଡାକ୍ତରଙ୍କୁ ବାନ୍ଧିଲା ପୋଲିସ I ଜାଲ ଜାତିଗତ ପ୍ରମାଣ ପତ୍ରରେ ଚାକିରି କରିଥିବା ନିଶ୍ଚେତକ ଡାକ୍ତରଙ୍କୁ ବାନ୍ଧିଲା ସେମିଳିଗୁଡ଼ା ପୋଲିସ । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ନିଶ୍ଚେତକ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଦୁର୍ଗାଦତ୍ତ ଶାସନି ଗିରଫ । ଜାଲ ଜାତିଗତ ପ୍ରମାଣ ପତ୍ର ଦେଇ ସରକାରୀ ସୁବିଧା ହାତେଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଦୁର୍ଗାଦତ୍ତଙ୍କ ସାନ ଭାଇ ଅମ୍ବିକା ପ୍ରସାଦଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଗିରଫ […]
ସେମିଳିଗୁଡ଼ା : ଡାକ୍ତରଙ୍କୁ ବାନ୍ଧିଲା ପୋଲିସ I ଜାଲ ଜାତିଗତ ପ୍ରମାଣ ପତ୍ରରେ ଚାକିରି କରିଥିବା ନିଶ୍ଚେତକ ଡାକ୍ତରଙ୍କୁ ବାନ୍ଧିଲା ସେମିଳିଗୁଡ଼ା ପୋଲିସ । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ନିଶ୍ଚେତକ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଦୁର୍ଗାଦତ୍ତ ଶାସନି ଗିରଫ । ଜାଲ ଜାତିଗତ ପ୍ରମାଣ ପତ୍ର ଦେଇ ସରକାରୀ ସୁବିଧା ହାତେଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଦୁର୍ଗାଦତ୍ତଙ୍କ ସାନ ଭାଇ ଅମ୍ବିକା ପ୍ରସାଦଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଗିରଫ କରିଥିବା ସୂଚନା ରହିଛି । କୋରାପୁଟ ସମବାୟ କଲୋନୀର ଦୁର୍ଗାତର ଶାସନୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଅନୁସାରେ ଦୁର୍ଗାଦତ୍ତ ଶାସନି ୨୦୧୭ ମସିହାରେ ଏମକେସିଜି ମେଡିକାଲ କଲେଜର ନିଶ୍ଚେତକ ଡାକ୍ତର ଭାବେ ନିଯୁକ୍ତି ପାଇଥିଲେ। ୨୦୨୨ ମସିହାରେ ପଦୋନ୍ନତି ପାଇଥିଲେ । ସେ ଜାତିରେ ସେ ବ୍ରାହ୍ମଣ ଥିଲେ । ହେଲେ ନିଜକୁ ଅନୁସୂଚିତ ଜନଜାତି ଦର୍ଶାଇ ପାଠ ପଢ଼ିବା ସହ ସରକାରୀ ସୁବିଧା ହାତେଇଥିଲେ । ଏନେଇ ଗତ ଜୁଲାଇରେ ସାନ ଭାଇ ଅମ୍ବିକା ପ୍ରସାଦ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ସମସ୍ତ ତଦନ୍ତ ଶେଷ କରିବା ପରେ ଦୁର୍ଗାତରଙ୍କୁ ଗିରଫ କରିଛି । ତେବେ ଏନେଇ ସମ୍ପୃକ୍ତ ଡାକ୍ତରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।




