ଅବକାରୀ ବିଭାଗ ଗାଡିକୁ ଗୁଳିମାଡ,ଜଣେ ଗିରଫ

ସୁନ୍ଦରଗଡ : ଅବକାରୀ ବିଭାଗ ଗାଡିକୁ ଗୁଳିମାଡ । ଅବକାରୀ ବିଭାଗ କର୍ମଚାରୀ ମାନେ ଗାଡିରେ ଯାଉଥିବା ସମୟରେ ଗୋ ମାଫିଆ ମାନେ ଗୁଳି ଚାଳନା କରିଥିଲେ। କର୍ମଚାରୀ ମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡିଛି। ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ଥାନା ମସାବିରା ନିକଟରେ ଏଭଳି ଅଘଟଣ ଘଟିଛି। ଏହି ଘଟଣାରେ ଜଣକୁ ପୋଲିସ ଗିରଫ କରିଥିବାବେଳେ ଅନ୍ୟଜଣେ ଫେରାର ରହିଛି I ସୂଚନାନୁସାରେ, ସୁନ୍ଦରଗଡ଼ ହେମଗିରିରୁ ଏକ ପିକ୍‌ଅପ୍‌ରେ ଚୋରା ମଦ ଆସୁଥିବା ଖବର ପାଇ […]

ଅବକାରୀ ବିଭାଗ ଗାଡିକୁ ଗୁଳିମାଡ,ଜଣେ ଗିରଫ
Samaya Live Picture
Published On

ସୁନ୍ଦରଗଡ : ଅବକାରୀ ବିଭାଗ ଗାଡିକୁ ଗୁଳିମାଡ । ଅବକାରୀ ବିଭାଗ କର୍ମଚାରୀ ମାନେ ଗାଡିରେ ଯାଉଥିବା ସମୟରେ ଗୋ ମାଫିଆ ମାନେ ଗୁଳି ଚାଳନା କରିଥିଲେ। କର୍ମଚାରୀ ମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡିଛି। ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ଥାନା ମସାବିରା ନିକଟରେ ଏଭଳି ଅଘଟଣ ଘଟିଛି। ଏହି ଘଟଣାରେ ଜଣକୁ ପୋଲିସ ଗିରଫ କରିଥିବାବେଳେ ଅନ୍ୟଜଣେ ଫେରାର ରହିଛି I

ସୂଚନାନୁସାରେ, ସୁନ୍ଦରଗଡ଼ ହେମଗିରିରୁ ଏକ ପିକ୍‌ଅପ୍‌ରେ ଚୋରା ମଦ ଆସୁଥିବା ଖବର ପାଇ ପିଛା କରିଥିଲେ ଅବକାରୀ ବିଭାଗ । ଏହି ସମୟରେ ପିକ୍‌ଅପ୍‌ ଭ୍ୟାନ୍‌ରେ ଗୋ ଚାଲାଣ କରୁଥିବା ଦୁର୍ବୃତ୍ତ ମାନେ ଅବକାରୀ ବିଭାଗ କର୍ମଚାରୀଙ୍କ ଗାଡି ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲେ । ଅବକାରୀ ବିଭାଗର ଗାଡିରେ ଗୁଳି ବାଜିଥିବାବେଳେ ସମସ୍ତ କର୍ମଚାରୀ ସୁରକ୍ଷିତ ଅଛନ୍ତି । ପୁଲିସ୍ ପିକଅପ୍ ଟିକୁ ଜବତ କରିବା ସହ କିଛି ଗୋରୁଙ୍କୁ ଉଦ୍ଧାର କରିଥିବା ଜଣାପଡିଛି। ଏଥିରେ ଥିବା ୩ ଜଣଙ୍କ ମଧ୍ୟରୁ ଦୁଇ ଜଣ ଚମ୍ପଟ ମାରିଥିବାବେଳେ ଲେଫ୍ରିପଡା ଥାନା ମସାବିରାରୁ ଜଣକୁ ପୋଲିସ କାବୁ କରିବା ସହ ତା’ ନିକଟରୁ ଏକ ବନ୍ଧୁକ ମଧ୍ୟ ଜବତ କରିଛି ।

 

Tags: