ଅବକାରୀ କନେଷ୍ଟବଳଙ୍କୁ ମାଡ଼,୧ ଗିରଫ
ବ୍ରହ୍ମପୁର : ଅବକାରୀ କନଷ୍ଟେବଳଙ୍କୁ ମଦ ମାଫିଆଙ୍କ ମାଡ । ଚୋରା ମଦ କାରବାର ହେଉଥିବା ଖବର ପାଇ ଘଟଣାସ୍ଥଳକୁ ଯାଇଥିବାବେଳେ ମଦ ମାଫିଆ ଅବକାରୀ କନଷ୍ଟେବଳଙ୍କ ଉପରେ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି। ଏଥିରେ କନଷ୍ଟେବଳ ସବ୍ୟସାଚୀ ମିଶ୍ର ଆହତ ହୋଇଛନ୍ତି। ଏକ ବନ୍ଦ ମଦ ଦୋକାନ ନିକଟରେ କିଛି ଦୁର୍ବୁତ୍ତ ଏକ ବ୍ୟାଗରେ ମଦ ରଖି ବିକ୍ରି କରୁଥିବା ଦେଖି ସେ ମୋବାଇଲରେ ତାର ଭିଡିଓ କରୁଥିଲେ। ଏହା ଦେଖି ଦୁର୍ବୁତ୍ତ ମାନେ ତାଙ୍କୁ […]
ବ୍ରହ୍ମପୁର : ଅବକାରୀ କନଷ୍ଟେବଳଙ୍କୁ ମଦ ମାଫିଆଙ୍କ ମାଡ । ଚୋରା ମଦ କାରବାର ହେଉଥିବା ଖବର ପାଇ ଘଟଣାସ୍ଥଳକୁ ଯାଇଥିବାବେଳେ ମଦ ମାଫିଆ ଅବକାରୀ କନଷ୍ଟେବଳଙ୍କ ଉପରେ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି। ଏଥିରେ କନଷ୍ଟେବଳ ସବ୍ୟସାଚୀ ମିଶ୍ର ଆହତ ହୋଇଛନ୍ତି। ଏକ ବନ୍ଦ ମଦ ଦୋକାନ ନିକଟରେ କିଛି ଦୁର୍ବୁତ୍ତ ଏକ ବ୍ୟାଗରେ ମଦ ରଖି ବିକ୍ରି କରୁଥିବା ଦେଖି ସେ ମୋବାଇଲରେ ତାର ଭିଡିଓ କରୁଥିଲେ। ଏହା ଦେଖି ଦୁର୍ବୁତ୍ତ ମାନେ ତାଙ୍କୁ ଆକ୍ରମଣ କରିବାକୁ ଗୋଡାଇ ଥିଲେ । ସବ୍ୟସାଚୀ ୟୁନିଫର୍ମରେ ନଥିବାରୁ ଦୁର୍ବୁତ୍ତମାନେ ଚିହ୍ନି ପାରିନଥିଲେ। ଦୁର୍ବୁତ୍ତଙ୍କ ଆକ୍ରମଣରେ ସବସାଚୀଙ୍କ ଆଖି ପତାରେ ଗଭୀର ଆଘାତ ଲାଗିଛି। ଏ ନେଇ ୫ ଜଣଙ୍କ ନାଁରେ ଟାଉନ୍ ଥାନାରେ ଏତଲା ହୋଇଛି। ପୁଲିସ୍ ଘଟଣାରେ ଜଣଙ୍କୁ ଗିରଫ କରି ଅଫିସ ତଦନ୍ତ ଜାରି ରଖିଛି।




