ବ୍ରହ୍ମପୁର ପୂର୍ବତନ ମେୟରଙ୍କ ଗାଡି ଉପରକୁ ବୋମାମାଡ଼
ବ୍ରହ୍ମପୁର : ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କ ଗାଡ଼ି ଉପରକୁ ବୋମାମାଡ଼ । ଗୋଷାଣି ନୂଆଁଗାଁ ବଡ଼ ସାହିଠାରେ ଶିବ ଶଙ୍କର ଦାଶଙ୍କ ଗାଡି ଉପରକୁ ବୋମାମାଡ଼ ହୋଇଛି । ଏଥିରେ କେହି ଆହତ ହୋଇନଥିବା ବେଳେ ଗାଡିର ସାମ୍ନା ପଟ ଭାଙ୍ଗିରୁଜି ଯାଇଛି । ଦୁର୍ବୃତ୍ତମାନେ ଏକାଧିକ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ପୂର୍ବତନ ମେୟର ଶିବ ଶଙ୍କର କୌଣସି ଏକ କାର୍ଯ୍ୟରେ ଯୋଗ […]
ବ୍ରହ୍ମପୁର : ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କ ଗାଡ଼ି ଉପରକୁ ବୋମାମାଡ଼ । ଗୋଷାଣି ନୂଆଁଗାଁ ବଡ଼ ସାହିଠାରେ ଶିବ ଶଙ୍କର ଦାଶଙ୍କ ଗାଡି ଉପରକୁ ବୋମାମାଡ଼ ହୋଇଛି । ଏଥିରେ କେହି ଆହତ ହୋଇନଥିବା ବେଳେ ଗାଡିର ସାମ୍ନା ପଟ ଭାଙ୍ଗିରୁଜି ଯାଇଛି । ଦୁର୍ବୃତ୍ତମାନେ ଏକାଧିକ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ପୂର୍ବତନ ମେୟର ଶିବ ଶଙ୍କର କୌଣସି ଏକ କାର୍ଯ୍ୟରେ ଯୋଗ ଦେଇ ଫେରୁଥିବା ବେଳେ ତାଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଥିଲା । କିଛି ଦୁର୍ବୃତ୍ତ ଆସି ବୋମାମାଡ଼ କରିଛନ୍ତି ।ବୋମାମାଡରେ କାହାରି କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଗାଡିର ଆଗ ଭାଗ ଭାଙ୍ଗିରୁଜି ଯାଇଛି । ହଠାତ୍ ବୋମାମାଡ଼ କରି ଘଟଣା ସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ତେବେ କେଉଁ କାରଣରୁ ବୋମାମାଡ ହୋଇଛି ତାହା ଅସ୍ପଷ୍ଟ ରହିଛି। ତେବେ ବିଭିନ୍ନ ଅପରାଧିକ ମାମଲାରେ ଛନ୍ଦି ହୋଇଥିବା ପୂର୍ବତନ ମେୟର ଗତ କିଛି ମାସ ତଳେ ଜେଲ୍ରୁ ବାହାରିଥିଲେ । ଏବେ କିଛିଦିନ ହେଲା ସେ ତାଙ୍କର ସଂଗଠନକୁ ସକ୍ରିୟ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ଦେଖିବାକୁ ମିଳିଥିଲା । ବୋମାମାଡ଼ ଘଟଣା ପରେ ବିଭିନ୍ନ ପ୍ରସଙ୍ଗ ଆଲୋଚନାକୁ ଆସିଛି । ଖବର ପାଇ ଘଟଣାସ୍ଥଳଳେ ଟାଉନ ଥାନା ଏସଡିପିଓ ରାଜୀବ ଲୋଚନ ପଣ୍ଡା, ଗୋଷାଣିନୂଆଗାଁ ଥାନା ଅଧିକାରୀ ସ୍ମୃତି ପ୍ରଭା ପ୍ରଧାନ ଓ ଟାଉନ ଥାନା ଅଧିକାରୀ ସୁରେଶ ତ୍ରିପାଠୀ ପ୍ରମୁଖ ପହଞ୍ଚି ତନାଘନା କରୁଛନ୍ତି।




