ଦୁଇଦିନ ପରେ ମଧ୍ୟ ମିଳୁନାହିଁ ନିଖୋଜ ବ୍ୟାଙ୍କ ମ୍ୟାନେଜରଙ୍କ ପତ୍ତା

ବଡମ୍ବା : କଟକ ବଡ଼ମ୍ବା କାନାରା ବ୍ୟାଙ୍କ ଶାଖା ମ୍ୟାନେଜରଙ୍କ ନିଖୋଜ ହେବାର ବିତିଲା ଦୁଇଦିନ I ଏପର୍ଯ୍ୟନ୍ତ ବ୍ୟାଙ୍କ ମ୍ୟାନେଜର ତପନ କୁମାର ସାହୁଙ୍କ କୌଣସି ଖୋଜ ଖବର ମିଳିପାରିନାହିଁ । ଶ୍ୱଶୁର ଘରକୁ ଯିବା ରାସ୍ତାରେ ନିଖୋଜ ହୋଇ ଯାଇଛନ୍ତି ତପନ କୁମାର I ତେବେ ତାଙ୍କୁ କେହି ଅଫହରଣ କରିଛନ୍ତି ତାହା ମଧ୍ୟ ସନ୍ଦେହ ଘେରକୁ ଆସିଛି। ଘଟଣାରେ ପୁଲିସ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଯାଞ୍ଚ କରିବା ସହ ତନାଘନା ଚଳାଇଛି […]

Samaya Live Picture
Published On

ବଡମ୍ବା : କଟକ ବଡ଼ମ୍ବା କାନାରା ବ୍ୟାଙ୍କ ଶାଖା ମ୍ୟାନେଜରଙ୍କ ନିଖୋଜ ହେବାର ବିତିଲା ଦୁଇଦିନ I ଏପର୍ଯ୍ୟନ୍ତ ବ୍ୟାଙ୍କ ମ୍ୟାନେଜର ତପନ କୁମାର ସାହୁଙ୍କ କୌଣସି ଖୋଜ ଖବର ମିଳିପାରିନାହିଁ । ଶ୍ୱଶୁର ଘରକୁ ଯିବା ରାସ୍ତାରେ ନିଖୋଜ ହୋଇ ଯାଇଛନ୍ତି ତପନ କୁମାର I ତେବେ ତାଙ୍କୁ କେହି ଅଫହରଣ କରିଛନ୍ତି ତାହା ମଧ୍ୟ ସନ୍ଦେହ ଘେରକୁ ଆସିଛି। ଘଟଣାରେ ପୁଲିସ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଯାଞ୍ଚ କରିବା ସହ ତନାଘନା ଚଳାଇଛି ।

ସୂଚନାନୁସାରେ,କଟକ ବଡ଼ମ୍ବା କାନାରା ବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜର ଥିଲେ ତପନ କୁମାର ସାହୁ I ତାଙ୍କ ଘର ବ୍ରହ୍ମପୁରର I ଗତ ୪ ମାସ ତଳେ ବିବାହ ହୋଇଥିଲା । ବଡ଼ମ୍ବା କାନାରା ବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜର ଭାବରେ ଯୋଗଦେବା ପରେ ସେ ବଡ଼ମ୍ବାରେ ରହୁଥିଲେ । ପ୍ରତି ଶନିବାର ବ୍ୟାଙ୍କ ଛୁଟି ପରେ ବ୍ରହ୍ମପୁର ଯାଇ ସୋମବାର ସକାଳୁ ଫେରି ଆସୁୁଥିଲେ । ଗତ ଶନିବାର ମଧ୍ୟ ତପନ ଘରକୁ ଯାଇଥିଲେ । ରବିବାର ଦିନ ଶ୍ୱଶୁର ଘରକୁ ଯାଇଥିଲେ । ସେଠାରୁ ସେ ବଡ଼ମ୍ବା ଅଭିମୁଖେ ଆସୁଥିଲେ । ଅଧା ରାସ୍ତାରୁ ସେ କେଉଁଆଡେ ନିଖୋଜ ହୋଇଯାଇଛନ୍ତି । ଏବେ ତାଙ୍କ ଫୋନ ସୁଇଚ ଅଫ ରହିଛି ।ସିସିଟିଭି ଫୁଟେଜରେ ସ୍ୱାଭାବିକ ଭାବେ ଗାଡି ଚଳାଉଥିଲେ । ହେଲେ ଜଙ୍ଗଲ ରାସ୍ତାରେ ସେ ଗାଏବ ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ଲାଗି ରହିଛି ।

ସେପଟେ ସ୍ୱାମୀଙ୍କ ନିଖୋଜକୁ ନେଇ ତାଙ୍କ ସ୍ତ୍ରୀ ଗତକାଲି ତାଙ୍କ ସ୍ୱାମୀଙ୍କୁ କେହି ଅପହରଣ କରାଯାଇଥିବା ନେଇ ବୈଦେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି। ତପନଙ୍କ ସ୍ତ୍ରୀ କହିଛନ୍ତି ନିଖୋଜର ୪୮ ଘଣ୍ଟା ପରେ ବି କିଛି ପତ୍ତା ମିଳିନ ଏବଂ ମୋବାଇଲ ମଧ୍ୟ ସୁଇଚ୍‌ଅଫ୍‌ ରହିଛି। ଏଣୁ କେହି ଅପହରଣ କରିନେଇଥିବା ସନ୍ଦେହ ହେଉଛି। ଏନେଇ ପୁଲିସରେ ଅଭିଯୋଗ କରିଛି। ତପନଙ୍କ ସ୍ତ୍ରୀ ଅଭିଯୋଗ କରିବା ପରେ ବୈଦେଶ୍ୱର ପୁଲିସ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତପନ କୁମାର ସାହୁଙ୍କର କୌଣସି ପତ୍ତା ମିଳି ନଥିବା ସୂଚନା ମିଳିଛି I

Tags: