ଭିଜିଲାନ୍ସ ଜାଲରେ ESIC ବରିଷ୍ଠ କିରାଣୀ

ରାଉରକେଲା : ଭିଜିଲାନ୍ସ ଜାଲରେ ESIC ଡିସପେନ୍ସାରୀ ବରିଷ୍ଠ କିରାଣୀ I ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବରିଷ୍ଠ କିରାଣୀ ଅଭିରାମ ସାହୁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି I ତାଙ୍କ ନିକଟରୁ ରଙ୍ଗ ବୋଳା ଟଙ୍କା ଜବତ କରିବା ସହିତ ଘର ଏବଂ କାର୍ଯ୍ୟାଳୟରେ ଚଢ଼ାଉ କରିଛି ଭିଜିଲାନ୍ସ I ମିଳିଥିବା ସୂଚନାମୁତାବକ ବିଶ୍ୱନାଥ ବାଲୁଘାଟ ବସ୍ତିରେ ରହନ୍ତି । ସେ ନିକଟସ୍ଥ ଭାରତ ଗ୍ୟାସରେ ମେକାନିକ ଭାବରେ କାର୍ଯ୍ୟ କରୁଥିଲେ I ଗତ […]

Samaya Live Picture
Published On

ରାଉରକେଲା : ଭିଜିଲାନ୍ସ ଜାଲରେ ESIC ଡିସପେନ୍ସାରୀ ବରିଷ୍ଠ କିରାଣୀ I ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବରିଷ୍ଠ କିରାଣୀ ଅଭିରାମ ସାହୁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି I ତାଙ୍କ ନିକଟରୁ ରଙ୍ଗ ବୋଳା ଟଙ୍କା ଜବତ କରିବା ସହିତ ଘର ଏବଂ କାର୍ଯ୍ୟାଳୟରେ ଚଢ଼ାଉ କରିଛି ଭିଜିଲାନ୍ସ I

ମିଳିଥିବା ସୂଚନାମୁତାବକ ବିଶ୍ୱନାଥ ବାଲୁଘାଟ ବସ୍ତିରେ ରହନ୍ତି । ସେ ନିକଟସ୍ଥ ଭାରତ ଗ୍ୟାସରେ ମେକାନିକ ଭାବରେ କାର୍ଯ୍ୟ କରୁଥିଲେ I ଗତ ୨୦୨୦ ମେ ମାସରେ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ESIC ମଡେଲ ହସ୍ପିଟାଲ ଓ ପରେ ଆଇଜିଏଚକୁ ସ୍ଥାନାନ୍ତର କରାଯାଇଥିଲା I ହସ୍ପିଟାଲ ଖର୍ଚ୍ଚ ବାବଦକୁ ତାଙ୍କର ୧ଲକ୍ଷ ଟଙ୍କାର ବିଲ ESICରୁ ପାଇବାର ଥିଲା I ଏନେଇ ସେ ESIC ଅଫିସରେ ଦରଖାସ୍ତ ଦେଇଥିଲେ I ମାତ୍ର ESIC ବରିଷ୍ଠ କିରାଣୀ ତାଙ୍କୁ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ I ଦାବି ମୁତାବକ ଟଙ୍କା ନ ଦେଇ ପାରିବାରୁ ଅଭିରାମ ବିଶ୍ୱନାଥକୁ ଦିନ ପରେ ଦିନ ଗଡ଼ାଇ ଚାଲିଥିଲେ I ଶେଷରେ କୌଣସି ଉପାୟ ନ ପାଇ ବିଶ୍ୱନାଥ ଭିଜିଲାନ୍ସ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ I ଯୋଜନା ମୁତାବକ ଆଜି ସକାଳ ୭ ଟା ବେଳେ ଆଜିସକାଳ ପ୍ରାୟ ୭ ଟା ସମୟରେ ESIC ହସ୍ପିଟାଲ ସମ୍ମୁଖରେ ୧୦ ହଜାର ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ । ପୂର୍ବରୁ ମଧ୍ୟ ଅଭିରାମ ସାହୁଙ୍କ ବିରୋଧରେ ଅନେକ ଦୁର୍ନୀତି ଅଭିଯୋଗ ରହିଛି I

Tags: