ଇଞ୍ଜିନିୟରିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର,ରାଗିଂ ସନ୍ଦେହ
ଯାଜପୁର: ନିଜ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କଲେ ଜଣେ ଇଂଜିନିୟରିଂ ଛାତ୍ରୀ I ମୃତ ଛାତ୍ରୀଙ୍କର ନାଁ ରୋଜାଲିନ ପାତ୍ର I ସେ ଯାଜପୁର ରଗଡ଼ି ସ୍ଥିତ ସରକାରୀ ଇଂଜିନିୟରିଂ ଇଲେକ୍ଟ୍ରିକାଲ ବିଭାଗର ୩ୟ ବର୍ଷ ଛାତ୍ରୀ ଥିଲେ। ଗତକାଲି ରାତିରେ ମହିଳା ଛାତ୍ରାବାସରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଛାତ୍ରୀ ରୋଜାଲିନଙ୍କ ଘର ଯାଜପୁର […]
ଯାଜପୁର: ନିଜ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କଲେ ଜଣେ ଇଂଜିନିୟରିଂ ଛାତ୍ରୀ I ମୃତ ଛାତ୍ରୀଙ୍କର ନାଁ ରୋଜାଲିନ ପାତ୍ର I ସେ ଯାଜପୁର ରଗଡ଼ି ସ୍ଥିତ ସରକାରୀ ଇଂଜିନିୟରିଂ ଇଲେକ୍ଟ୍ରିକାଲ ବିଭାଗର ୩ୟ ବର୍ଷ ଛାତ୍ରୀ ଥିଲେ। ଗତକାଲି ରାତିରେ ମହିଳା ଛାତ୍ରାବାସରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମୃତ ଛାତ୍ରୀ ରୋଜାଲିନଙ୍କ ଘର ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ଷେଣ୍ଢପୁର ଗାଁର ବୋଲି ଜଣାପଡ଼ିଛି। ସେ ପିଲାବେଳଠାରୁ ଜଣେ ମେଧାବୀ ଛାତ୍ରୀ ହେବ ସହିତ କଲେଜ ରେ ଟପ୍ପର ହେଉଥିଲେ I କାହିଁକି ରୋଜାଲିନ ଏଭଳି ଚରମ ନିଷ୍ପତ୍ତି ନେଲେ ସେ ନେଇ କୌଣସି ସୂଚନା ମିଳିପାରିନି। ତେବେ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ରୋଜାଲିନ ଜଣେ ମେଧାବୀ ଛାତ୍ରୀ ଥିବାରୁ ୪ କ୍ୟାମ୍ପସରେ ସିଲେକସନ ହୋଇଥିଲେ I ଏହିକୁ ନେଇ ତାଙ୍କ ସହପାଠୀମାନେ ଅଧିକ ଇର୍ଷା ପରାୟଣ ହୋଇ ପଡ଼ିଥିଲେ I ସେମାନେ ରୋଜାଲିନଙ୍କୁ ହଇରାଣ କରୁଥିଲେ I ତାଙ୍କୁ ମାଡ଼ ମାରିବା ସହିତ ତାଙ୍କ ଫୋନ କୁ ଅଶ୍ଲୀଳ ମେସେଜ ମଧ୍ୟ ପଠାଉଥିଲେ । ଏ ସଂପର୍କରେ ସେ ଘର ଲୋକଙ୍କୁ ଜଣାଇଥିଲେ।
ରୋଜାଲିନଙ୍କ ପରିବାର ଲୋକେ ଏହି ଘଟଣା ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଦାୟୀ କରିଛନ୍ତି। ଘଟଣା ସମ୍ପର୍କରେ ପୁଲିସ୍ କିମ୍ବା କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଘଟଣାସ୍ଥଳରେ କୋରେଇ ଥାନା ପୋଲିସ ପହଁଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଜାରି ରଖିଛି I




