ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୮ ନକ୍ସଲ ନିହତ

ମାଲକାନଗିରି: ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର । ତୋଡକା ଜଙ୍ଗଲରେ ସୁରକ୍ଷା କର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୮ ନକ୍ସଲ ନିହତ ହୋଇଥିବା ନେଇ ଶନିବାର ସୂଚନା ଦେଇଛି ପୋଲିସି । ସେପଟେ ଏବେବି ଜଙ୍ଗଲ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଏସଟିଏଫ୍‌, ଡିଆରଜି ଏବଂ ସିଆରପିଏଫ୍‌ ଯବାନଙ୍କ ମିଳିତ ଅପରେସନ ବେଳେ ବଡ଼ ସଫଳତା ମିଳିଛି । ବିଜାପୁରର ଗାଙ୍ଗାଲୁରରେ ଏହି ଏନକାଉଣ୍ଟର ହୋଇଥିବା […]

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୮ ନକ୍ସଲ ନିହତ
Samaya Live Picture
Published On

ମାଲକାନଗିରି: ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର । ତୋଡକା ଜଙ୍ଗଲରେ ସୁରକ୍ଷା କର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୮ ନକ୍ସଲ ନିହତ ହୋଇଥିବା ନେଇ ଶନିବାର ସୂଚନା ଦେଇଛି ପୋଲିସି । ସେପଟେ ଏବେବି ଜଙ୍ଗଲ ମଧ୍ୟରେ ଗୁଳିବିନିମୟ ଜାରି ରହିଛି ।

ଏସଟିଏଫ୍‌, ଡିଆରଜି ଏବଂ ସିଆରପିଏଫ୍‌ ଯବାନଙ୍କ ମିଳିତ ଅପରେସନ ବେଳେ ବଡ଼ ସଫଳତା ମିଳିଛି । ବିଜାପୁରର ଗାଙ୍ଗାଲୁରରେ ଏହି ଏନକାଉଣ୍ଟର ହୋଇଥିବା ଜଣାପଡ଼ିଛି । ଗାଙ୍ଗାଲୁର ଥାନା ଅଞ୍ଚଳରେ ଆଜି ସକାଳ ୮.୩୦ରେ ସୁରକ୍ଷାକର୍ମୀଙ୍କ ଦ୍ବାରା ନକ୍ସଲ ବିରୋଧୀ ଅପରେସନ୍‌ ଆରମ୍ଭ ହୋଇଥିଲା ।

ଏବେ ଯାଏଁ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିୟମର ଜାରି ରହିଥିବା ନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

Tags: