କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆକୁ ଏନକାଉଣ୍ଟର

ଢେଙ୍କାନାଳ : ପୋଲିସ ଏନ୍କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆ ଗୁରୁତର I ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ ଏହି ଏନ୍‌କାଉଣ୍ଟର କରିଛି। ସୁବାସର ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ,ସୁବାସ ଖୁଣ୍ଟାପଶି-ଗୁଣ୍ଡିଚାନାଳୀ ଜଙ୍ଗଲରେ ଥିବା କାମାକ୍ଷାନଗର ପେଲିସ ଖବର ପାଇଥିଲା। ଆଜି ଭୋର ପ୍ରାୟ ସାଢ଼େ ୫ଟାରେ ପୋଲିସ ଚଢ଼ାଉ କରିଥିଲା। ସୁବାସ ଓ ତା’ଙ୍କ ସହଯୋଗୀ ପୋଲିସକୁ ଦେଖି ବୋମା ପକାଇବା ସହ ଓ ଗୁଳି […]

Samaya Live Picture
Published On

ଢେଙ୍କାନାଳ : ପୋଲିସ ଏନ୍କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆ ଗୁରୁତର I ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ ଏହି ଏନ୍‌କାଉଣ୍ଟର କରିଛି। ସୁବାସର ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ,ସୁବାସ ଖୁଣ୍ଟାପଶି-ଗୁଣ୍ଡିଚାନାଳୀ ଜଙ୍ଗଲରେ ଥିବା କାମାକ୍ଷାନଗର ପେଲିସ ଖବର ପାଇଥିଲା। ଆଜି ଭୋର ପ୍ରାୟ ସାଢ଼େ ୫ଟାରେ ପୋଲିସ ଚଢ଼ାଉ କରିଥିଲା। ସୁବାସ ଓ ତା’ଙ୍କ ସହଯୋଗୀ ପୋଲିସକୁ ଦେଖି ବୋମା ପକାଇବା ସହ ଓ ଗୁଳି ଚଳାଇଥିଲେ। ପୋଲିସ ମଧ୍ୟ ସୁବାସଙ୍କ ଉପରେ ପାଲଟା ଗୁଳି ଚଳାଇଥିଲା। ସୁବାସଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାଙ୍କ ସହଯୋଗୀ ପୋଲିସକୁ ଚକମା ଦେଇ ଖସି ଯାଇଛି । ଢେଙ୍କାନାଳର ବିଭିନ୍ନ ଥାନାରେ ସୁବାସ ନାଁରେ ୨ଟି ହତ୍ୟା ସହ ୧୮ଟି ମାମଲା ରହିଛି। ସୁବାସଙ୍କ ଠାରୁ ପୁଲିସ ଗୋଟିଏ ବନ୍ଧୁକ ଜବତ କରିଛି। ସୁବାସ ଅନେକ ଦାଦାବଟି କେସରେ ସମ୍ପୃକ୍ତ ଥିବା ଜଣାଯାଇଛି।

Tags: